ଅଧ କପ୍‌ ଉଷୁମ ପାଣି ପିଇବାପରେ ଗୋଟିଏ କଦଳୀ ଖାଆନ୍ତୁ , ଜାଣନ୍ତୁ ସେଥିରୁ କି ଫାଇଦା ମିଳୁଛି

କେତେ ଲୋକ ମନେ କରନ୍ତି ଯେ କଦଳୀ ଖାଇଲେ ଓଜନ ବଢେ, କିନ୍ତୁ ଏହା ସତ୍ୟ ନୁହେଁ। ଏଥିପାଇଁ ଗରମ ପାଣି ପିଇବା ପରେ କଦଳୀ ଖାଇବା ସ୍ୱାସ୍ଥ୍ୟପ୍ରଦ ବୋଲି ବିଚାର କରାଯାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତି ଦିନ ଅତି କମ୍‌ରେ ୭ ରୁ ୮ ଗ୍ଲାସ୍‌ ଉଷୁମ ପାଣି ପିଇବା ଉଚିତ। ତେବେ ୩ ରୁ ୪ ଗ୍ଲାସ୍‌ ଉଷୁମ ପାଣି ପିଇବା ବି ଭଲ।
ଯଦି ଆପଣ ସକାଳେ ବା ଦିନରେ କେତେ ଥର ଉଷୁମ ପାଣି ପିଇବେ, ତେବେ ଏହା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ କାଢିବାରେ ସହାୟକ ହୋଇଥାଏ। ଏହା ମଧ୍ୟ ହଜମ କ୍ରିୟାକୁ ମଜଭୁତ କରିଥାଏ।
ଯଦି ଆପଣ ପ୍ରତିଦିନ ଅଧ କପ ଉଷୁମ ପାଣି ପିଇବା ପରେ ଗୋଟିଏ କଦଳୀ ଖାଆନ୍ତି, ତେବେ ତାହା ଆପଣଙ୍କ ଶରୀରକୁ ଅଧିକ ଶକ୍ତି ଯୋଗାଇବ। ଖାଲି ସେତିକି ନୁହେଁ, ଏହା ଆପଣଙ୍କ କ୍ଷୁଧାକୁ ବି ନିୟନ୍ତ୍ରଣ କରିବ।
ଆଉ ଏକ କଥା ହେଲା ଯେ ଅଧ କପ୍‌ ଉଷୁମ ପାଣି ପିଇବା ପରେ ଯଦି ଆପଣ ପାଚିଲା କଦଳୀ ଖାଆନ୍ତି, ତେବେ ତାହା ଆପଣଙ୍କ ତ୍ୱଚାରେ ବି ଚମକ ଆଣି ଦେବ। କଦଳୀରେ ଭିଟାମିନ୍‌ ସି, ବି ୬ ଆଦି ରହିଛି। ଏଣୁ ଏହା ତ୍ୱଚାକୁ ମଧ୍ୟ ସୁସ୍ଥ ରଖିଥାଏ।

photo-speaking tree

କଦଳୀରେ ଏତେ ପରିମାଣରେ ଭିଟାମିନ୍‌ ଥାଏ, ଯାହା ଶରୀରକୁ ଶକ୍ତ କରିବାରେ ବି ସହାୟକ ହୋଇଥାଏ। ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ।
କଦଳୀ ଓ ଗରମ ପାଣି ଶରୀରରେ ସୋଡିଅମ୍‌ର ସ୍ତରକୁ ସନ୍ତୁଳିତ କରିବାରେ ସହାୟକ ହୋଇଥାଏ।

ସମ୍ବନ୍ଧିତ ଖବର