ଅଧିକ ଖାଇବା ଦ୍ୱାରା ନୁହେଁ; ବରଂ ଏହି ଭିଟାମିନ କମ ହେଲେ ବଢ଼ିଥାଏ ଓଜନ

ଓଜନ ବଢ଼ିବା ସମସ୍ୟା ଆସିକାଲି ଅତ୍ୟନ୍ତ ସାଧାରଣ ହୋଇ ଗଲାଣି । ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକମାନଙ୍କ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନଥିବାରୁ ଅନେକଙ୍କ ପାଖରେ ମୋଟାପଣର ସମସ୍ୟା ଦେଖା ଯାଇଥାଏ । ବିଭିନ୍ନ ପ୍ରକାରର ବ୍ୟାୟାମ କରି ଏବଂ ଖାଇବାରେ ନିୟନ୍ତ୍ରଣ ରଖି ମଧ୍ୟ ବେଳେ ବେଳେ ଏହି ସମସ୍ୟାର ସମାଧାନ ହୋଇ ନଥାଏ । ଏଭଳି ଓଜନ ବଢ଼ିବା ବା ଏତେ ଚେଷ୍ଟା କରିବା ପରେ ଓଜନ ନ କମିବାର କାରଣ ଆପଣଙ୍କ ଖାଦ୍ୟ ନୁହେଁ ବରଂ ଭିଟାମିନର ଅଭାବ ହେଉଛି ଏହାର ପ୍ରକୃତ କାରଣ ।
ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି ଯେ, ଭାରତୀୟ ମହିଳାଙ୍କ ଓଜନ ବଢ଼ିବା ଏବଂ ମଧୁମେହ ବଢ଼ିବାର ମୁଖ୍ୟ କାରଣ ହେଉଛି ଭିଟାମିନ୍‌ Dର ଅଭାବ । ଏହି ଗବେଷଣାରୁ ପ୍ରାୟ ୬୮.୬ ପ୍ରତିଶତ ଭାରତୀୟ ମହିଳାଙ୍କ ମଧ୍ୟରେ ଭିଟାମିନ୍‌ Dର ଅଭାବ ରହିଥିବା ବେଳେ ୨୬ ପ୍ରତିଶତ ମହିଳାଙ୍କ ମଧ୍ୟରେ ଭିଟାମିନ୍‌ D ପରିମାଣ ଅଧିକ ଦେଖା ଯାଇଥିଲା । କେବଳ ୫.୫ପ୍ରତିଶତ ମହିଳାଙ୍କ ମଧ୍ୟରେ ଭିଟାମିନ୍‌ D ପରିମାଣ ଠିକ୍‌ ଥିବାର ଗବେଷଣାରୁ ଜଣା ପଡ଼ିଥିଲା ।

nari.punjabkesari.in

ମହିଳାଙ୍କ ମଧ୍ୟରେ ଭିଟାମିନ୍‌ Dର ପରିମାଣ କମ ଥିବାରୁ ସେମାନଙ୍କ ଓଜନ ବଢ଼ୁଥିବାର ଦେଖିବାକୁ ମିଳିଛି । ମହିଳାମାନେ ଅଧିକ ସମୟ ଘରେ ରହୁଥିବାରୁ ସେମାନଙ୍କ ଦେହରେ ଭଲ ଭାବରେ ସୂର୍ଯ୍ୟ କିରଣ ପଡ଼ି ପାରି ନଥାଏ । ଯାହା ଫଳରେ ସେମାନଙ୍କ ଶରୀରରେ ଭିଟାମିନ୍‌ Dର ଅଭାବ ଦେଖା ଯାଇଥାଏ । ଏଭଳି ପରିସ୍ଥିତିରେ ମହିଳାମାନଙ୍କୁ ଭିଟାମିନ୍‌ D ଅଭାବକୁ ପୂରଣ କରିବା ପାଇଁ ଭିଟାମିନ୍‌ D ସପ୍ଲିମେଣ୍ଟସ୍‌ ଖାଇବା ସହ ୨ଘଣ୍ଟା ସୂର୍ଯ୍ୟକିରଣ ନେବା ବୁଲିବା ନିହାତି ଆବଶ୍ୟକ । ଅନ୍ୟ ପକ୍ଷରେ ଭିଟାମିନ୍‌ Dର ଅଭାବକୁ ଦୂର କରିବା ପାଇଁ ଆପଣମାନେ ଏହି ସବୁ ଖାଦ୍ୟ ମଧ୍ୟ ଖାଇ ପାରିବେ ।

nari.punjabkesari.in

୧. ଭିଟାମିନ୍‌ Dର ଅଭାବକୁ ଦୂର କରିବା ପାଇଁ ପ୍ରତିଦିନ କ୍ଷୀର, ଲହୁଣୀ, ମାଛ, ଛତୁ, କମଳା, ଅଣ୍ଡା ଏବଂ ଗାଜର ଇତ୍ୟାଦି ଖାଇବା ନିହାତି ଆବଶ୍ୟକ ।
୨. ସକାଳ ଖାଇବାରେ ଗହମ ଜାତୀୟ ଖାଦ୍ୟ ସାମିଲ କରିବା ଦରକାର । ଏପରି କଲେ ଶରୀରରେ ଭିଟାମିନ୍‌ Dର ଅଭାବ ହୋଇ ନଥାଏ ।

ସମ୍ବନ୍ଧିତ ଖବର