ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଇୟର୍‌ଫୋନ୍‌

ସାଧାରଣତଃ ଲୋକମାନଙ୍କୁ କାମରୁ ଟିକିଏ ଅବସର ମିଳିଲେ କାନରେ ଇୟରଫୋନ୍‌ ଲଗାଇ ଗୀତ ଶୁଣନ୍ତି ବା ଭିଡ଼ିଓ ଦେଖିଥାନ୍ତି। ଆଜିକାଲି ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ବୈଜ୍ଞାନିକଙ୍କ ମତରେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଗବେଷଣା ପରେ ଜଣାପଡ଼ିଛି ଇୟର୍‌ଫୋନ୍‌ ଅଧିକ ବ୍ୟବହାର ଦ୍ୱାରା ଶ୍ରବଣ ଶକ୍ତି ହ୍ରାସ ପାଏ। ଶୁଣିବାର କ୍ଷମତା ହେଉଛି ୯୦ ଡେସିବେଲ୍‌। ଯଦି ଲଗାତାର ଇଅର୍‌ଫୋନ୍‌ ଲଗାଯାଏ ଏହାର କ୍ଷମତା ୪୦ରୁ ୫୦ ଡେସିବେଲ୍‌ ପର୍ଯ୍ୟନ୍ତ ହ୍ରାସ ହୋଇଯାଏ।

www.pinterest.com

ଇୟରଫୋନ୍‌ ଲଗାଇ ୯୦ ଡେସିବେଲ୍‌ରୁ ଅଧିକ ସାଉଣ୍ଡ୍‌ ଦେଇ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଶୁଣିଲେ ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏହାଦ୍ୱାରା ହୃଦ୍‌ରୋଗ, ମୁଣ୍ଡବିନ୍ଧା ଯନ୍ତ୍ରଣା ହେବାର ସମ୍ଭାବନା ମଧ୍ୟ ରହିଥାଏ। ଗବେଷକମାନେ କହିଛନ୍ତି ଇୟରଫୋନ୍‌ରୁ ବାହାରୁଥିବା ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ପିଲାଙ୍କ କାନ ପରଦା ଅତି ପତଳା ହୋଇଥିବାରୁ ତରଙ୍ଗର ଗତି ଶୀଘ୍ର ଧରିଥାଏ ଓ କାନ ସଂକ୍ରମିତ ହେବାର ଆଶଙ୍କା ରହିଥାଏ।

ସମ୍ବନ୍ଧିତ ଖବର