ନିଜ ସାଥୀକୁ ପୁଣି ଫେରିପାଇବାକୁ ଚାହାନ୍ତି କି? ଆପଣାନ୍ତୁ ଏହି ୭ଟି ଉପାୟ

ପ୍ରତି ମଣିଷକୁ ବଞ୍ଚିବା ପାଇଁ ହେଲେ ସାଥୀଟିଏ ନିହାତି ଦରକାର । ନିଜର ମନ କଥା ଏବଂ ସୁଖଦୁଃଖ ବାଣ୍ଟିବା ପାଇଁ ପ୍ରତି ମଣିଷ ସାଥୀ ଖୋଜିଥାଏ । କିନ୍ତୁ ଏକ ସଂପର୍କରେ ବାନ୍ଧି ଦେବା ପରେ କିଛି ଲୋକ ସେହି ସଂପର୍କକୁ ବାନ୍ଧି ରଖି ପାରନ୍ତି ନାହିଁ । ଛୋଟ ଛୋଟ କଥାରୁ ଆରମ୍ଭ ହୋଇଥାଏ ଝଗଡ଼ା। ପରସ୍ପର ସାମ୍ନାରେ ମୁଣ୍ଡ ନୁଆଁଇବାକୁ ରାଜି ନ ହେବାରୁ ଭାଙ୍ଗି ଯାଏ ଦୀର୍ଘ ଦିନର ସଂପର୍କ । ଯଦି ଆପଣଙ୍କ ସହ ଏଭଳି କିଛି ଘଟିଛି ବା ଆପଣଙ୍କର ହୃଦୟର ମଣିଷ ଆପଣଙ୍କ ଠାରୁ କୌଣସି କାରଣରୁ ଦୂରେଇ ଯାଇଛନ୍ତି ତେବେ କିଛି ଚିନ୍ତା ନ କରି ତାଙ୍କୁ ଫେରାଇ ଆଣିବାକୁ ପ୍ରୟାସରେ ଲାଗି ପଡ଼ନ୍ତୁ । ଆଜି ଆମେ ଆପଣଙ୍କୁ ୭ଟି ଟିପ୍ସ ଜଣାଇବୁ ଯାହା ମାଧ୍ୟମରେ ଆପଣ ଆପଣଙ୍କ ସାଥୀକୁ ଫେରାଇ ଆଣି ପାରିବେ ।
୧.ନିଜ ଭୁଲ୍‌କୁ ସ୍ୱୀକାର କରନ୍ତୁ :
ଆପଣଙ୍କ ସାଥୀ ଆପଣଙ୍କୁ କ୍ଷମା କରୁ ବୋଲି କହିବା ପୂର୍ବରୁ ଆପଣ ପ୍ରଥମେ ନିଜ ଭୁଲକୁ ସ୍ୱୀକାର କରନ୍ତୁ । ଆପଣ ଆପଣଙ୍କ ଭୁଲକୁ ହୃଦୟରୁ ମାନିବା ସହ ଭବିଷ୍ୟତରେ ଯେପରି ଏଭଳି ଭୁଲ କରିବେନି ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

boldsky

୨.ନିଜର ମନ କଥା ତାଙ୍କୁ ଶୁଣାଇବା ପାଇଁ ତାଙ୍କୁ ରାଜି କରାନ୍ତୁ :
ବ୍ରେକ୍‌ଅପ୍‌ ପରେ ଆପଣଙ୍କର ପ୍ରେମିକା ବା ପ୍ରେମିକ ନିହାତି ଭାବରେ ଆପଣଙ୍କୁ ଦେଖା କରିବାକୁ ଚାହିଁବ ନାହିଁ । ତା’ ସତ୍ୱେ ମଧ୍ୟ ଆପଣ ତାଙ୍କୁ ଦେଖା କରାଇବା ପାଇଁ ରାଜି କରାଇବା ସହ ନିଜର ଭୁଲ ପାଇଁ କ୍ଷମା ମାଗି ନିଅନ୍ତୁ ।

boldsky

୩. ନିଜର ଭୁଲକୁ ଠିକ୍‌ ଦର୍ଶାଇବାକୁ ଚେଷ୍ଟା କରନ୍ତୁ ନାହିଁ :
ବେଳେ ବେଳେ କିଛି ଲୋକ କ୍ଷମା ମାଗିବା ସମୟରେ କରିଥିବା ଭୁଲକୁ ଠିକ୍‌ ଦର୍ଶାଇବାକୁ ଚେଷ୍ଟା କରିଥାନ୍ତି । ଏପରି କରିବା ଦ୍ୱାରା ଆପଣ ନିଜର ଭୁଲ ମନରୁ ନ ମାନି କେବଳ ଉପର ମନରେ କହୁଛନ୍ତି ବୋଲି ଆପଣଙ୍କ ସାଥୀ ମାନି ନେବେ । ଯାହାଫଳରେ କି ଆପଣଙ୍କ ସଂପର୍କ ସୁଧୁରିବା ପରିବର୍ତ୍ତେ ବିଗିଡ଼ି ଯାଇପାରେ ।
୪.ତାଙ୍କ ପାଇଁ ଆପଣଙ୍କ ମନରେ ପୂର୍ବ ଭଳି ଭଲ ପାଇବା ଅଛି ବୋଲି ଜଣାନ୍ତୁ :
ଆପଣଙ୍କ ସାଥୀ ଜାଣିବା ଦରକାର ଆପଣ ତାଙ୍କୁ ଭୁଲ ମାଗିବା ସହ ନିଜ ଜୀବନକୁ ପୁଣି ଥରେ ଆଣିବାକୁ ଚାହୁଁଛନ୍ତି । ଏବେ ବି ଆପଣଙ୍କ ମନରେ ତାଙ୍କ ପାଇଁ ଭଲ ପାଇବା ଅଛି ବୋଲି ଅନୁଭବ କରାନ୍ତୁ ।

boldsky

୫.ତାଙ୍କ ବିଶ୍ୱାସ ପୁଣି ଥରେ ଜିତିବାକୁ ଚେଷ୍ଟା କରନ୍ତୁ :
ଏହା କଠିନ ହୋଇଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ଥରେ ଭରସା ଭାଙ୍ଗିଗଲେ ତାହା ପୁଣି ଥରେ ଯୋଡ଼ି ହୋଇ ପାରେନା । କିନ୍ତୁ ଆପଣଙ୍କୁ ହାର ନ ମାନି ଚେଷ୍ଟା କରିବା ଦରକାର । ଯେଉଁ ସବୁ ଜିନିଷ ଆପଣଙ୍କ ଜୀବନସାଥୀଙ୍କୁ ଭଲ ଲାଗେ ନାହିଁ ସେ ଅଭ୍ୟାସକୁ ଦୂର କରିବାକୁ ଚେଷ୍ଟା କରନ୍ତୁ ।
୬. ସାଥୀରେ ବିତାଇଥିବା ମୁହୂର୍ତ୍ତ ସବୁ ତାଙ୍କୁ ମନେ ପକାନ୍ତୁ :
ବେଳେ ବେଳେ ପୁରୁଣା କଥା ମନେ ପକାଇଲେ ସେହି ସବୁ ମୁହୂର୍ତ୍ତ ପୁଣି ଥରେ ବଞ୍ଚିବାକୁ ଇଚ୍ଛା ହୋଇଥାଏ । ଯେଉଁ ମୁହୂର୍ତ୍ତରୁ ଆପଣଙ୍କ ଭଲ ପାଇବା ଆରମ୍ଭ ହୋଇଥିଲା ସେ ବିଷୟରେ ତାଙ୍କୁ ମନେ ପକାନ୍ତୁ ।
୭.ତାଙ୍କ ଦୃଷ୍ଟିକୋଣରୁ ଭାବନ୍ତୁ :
ବେଳେ ବେଳେ ଆପଣ ଆପଣଙ୍କ ଭୁଲ ପାଇଁ କ୍ଷମା ମାଗିବା ପରେ ଆପଣଙ୍କ ଜୀବନସାଥୀ କ୍ଷମା କରିବା ପାଇଁ ରାଜି ହୋଇ ନଥାନ୍ତି । ସେ ସମୟରେ ଦୁଃଖୀ ନ ହୋଇ ତାଙ୍କ ଦୃଷ୍ଟିକୋଣ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଦୃଷ୍ଟିକୋଣରୁ ଆପଣଙ୍କ ଭୁଲ କ୍ଷମଣୀୟ ଲାଗୁଥିଲେ ମଧ୍ୟ ହୁଏତ ଆପଣଙ୍କ ଜୀବନସାଥୀଙ୍କ ପାଇଁ ଏହା କ୍ଷମଣୀୟ ହୋଇ ନଥାଇ ପରେ । ତାଙ୍କୁ ଏ ସବୁ ଜିନିଷକୁ ବୁଝିବା ପାଈଁ କିଛି ସମୟ ଦିଅନ୍ତୁ ।

boldsky
ସମ୍ବନ୍ଧିତ ଖବର