ଏହି ଭୁଲ କରୁଛନ୍ତି କି ! ଆପଣଙ୍କ ପେଟ ବଢ଼ିବା ସମସ୍ୟା ଦେଖା ଦେଇପାରେ

ନୂଆଦିଲ୍ଲୀ: ଆପଣ ଯଦି ଅଫିସ ଯାଉଛନ୍ତି କିମ୍ବା ବସିବସି କାମ କରୁଛନ୍ତି ତେବେ ପେଟ ବଢ଼ିବା ସମସ୍ୟା ଦେଖା ଦେଇଥାଏ। ପେଟ କମାଇବା ପାଇଁ ସବୁଠାରୁ ଭଲ ଉପାୟ ଆପଣ ବ୍ୟାୟମ କରନ୍ତୁ କିନ୍ତୁ ଯଦି ବ୍ୟାୟାମ କରିବା ପାଇଁ ସମୟ ମିଳୁ ନାହିଁ ତେବେ କିଛି ସାଧାରଣ କଥା ମନେ ରଖନ୍ତୁ । ଫଳରେ ଆପଣଙ୍କ ପେଟ ବୃଦ୍ଧି ସମସ୍ୟା କିଛି ମାତ୍ରାରେ ହ୍ରାସ ପାଇ ପାରିବ।

ଆପଣଙ୍କୁ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ କି ଶୀଘ୍ରଶୀଘ୍ର କଥା କହିବା କିମ୍ବା ଖାଦ୍ୟକୁ କମ୍‌ ଚୋବାଇ ଖାଇବା ଦ୍ୱାରା ଆପଣଙ୍କ ପେଟ ବଢ଼ିବା ସମସ୍ୟା ଦେଖା ଦେଇପାରେ।

ଗବେଷଣାରୁ ଏହା ଜଣାପଡ଼ିଛି କି, ହସିବା ଦ୍ୱାରା ମାଂସପେଶୀ ସଞ୍ଚାଳିତ ହୋଇଥାଏ, ଯାହାକି ଓ୍ଵାର୍କ ଆଉଟ୍‌ କରିବା ସହିତ ସମାନ ହୋଇଥାଏ। ତେଣୁ ଦୁଃଖୀ ରହିବା ବଦଳରେ ଯଦି ଆପଣ ସବୁବେଳେ ଖୁସିରେ ହସୁଥିବେ ତେବେ ପେଟ କମ୍‌ ବାହାରିଥାଏ। ଶରୀରରୁ ଚର୍ବି ମଧ୍ୟ ହ୍ରାସ ପାଇଥାଏ।

ଭୋକରେ ରହିବା ହେତୁ ଆପଣଙ୍କ ମେଟାବଲିଜିମ୍‌ ସ୍ତର ଅସନ୍ତୁଳ ହୋଇଯାଇଥାଏ, ଯାହାଫଳରେ ଆପଣଙ୍କ ପେଟର ଚାରିପାର୍ଶ୍ୱରେ ଚର୍ବି ଏକାଠି ହୋଇ ଯାଇଥାଏ। ଏଥିପାଇଁ ଦୁଇଦୁଇ ଘଣ୍ଟା ବ୍ୟବଧାନରେ କିଛି ଖାଇବା ଉଚିତ।

ପ୍ରତିଦିନ ୨ଲିଟର ପାଣି ପିଇବା ଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରିତ ହୋଇଥାଏ । ଏଥିସହିତ ଡିହାଇଡ୍ରେସନ୍‌ କାରଣରୁ ପେଟ ଫୁଲିବା ସମସ୍ୟା ଦୂର ହୋଇଥାଏ।

ସମ୍ବନ୍ଧିତ ଖବର