ହାତରେ ଖାଇବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା!

ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଚାମଚ ସାହାଯ୍ୟରେ ଖାଉଥିବା ବେଳେ ଭାରତୀୟ କିନ୍ତୁ ହାତ ଦ୍ୱାରା ଖାଇବାକୁ ବେଶି ପସନ୍ଦ କରିଥାନ୍ତି। ଯୁଗ ଅଧୁନିକରଣ ହେବା ସଙ୍ଗେ ସଙ୍ଗେ ଆମ ଦେଶର ଲୋକେ ବି ଧୀରେ ଧୀରେ ହାତ ଲଗାଇ ଖାଇବାକୁ ବାଦ୍‌ ଦେଇ ଚାମଚ ସାହଯ୍ୟରେ ଖାଇବାକୁ ଆପଣେଇବାରେ ଲାଗିଛନ୍ତି। ମାତ୍ର ଅନେକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ହାତ ଲଗେଇ ଖାଇବା ଦ୍ୱାରା ଅନେକ ଫାଇଦା ଅଛି। ସେ ସବୁ ଫାଇଦା ସଂପର୍କରେ ଜାଣିଲା ପରେ ଆପଣ ଆଉ କେବେ ବି ଚାମଚ ସାହାଯ୍ୟରେ ଖାଇବାକୁ ଚିନ୍ତା କରିବେ ନାହିଁ।

ଆୟୁର୍ବେଦ ବିଦ୍ୟାରୁ ଜାଣିବାକୁ ମିଳିଛି ଯେ ଆମ ହାତରେ ୫ଟି ଆଙ୍ଗୁଟିରେ ରହିଛି ପାଞ୍ଚଟି ଉପାଦାନ। ଅର୍ଥାତ ଏହି ଆଙ୍ଗୁଠିଗୁଡ଼ିକ ଲଗାଇ ଖାଇବା ଦ୍ୱାରା ଉପାଦାନଗୁଡ଼ିକ ବିସ୍ତାର ହୋଇଥାଏ। ବୁଢ଼ା ଆଙ୍ଗୁଠି ମହାକାଶ ହେଲେ, ଚତୁର୍ଥ ଆଙ୍ଗୁଠି ବାୟୁ, ମଧ୍ୟମା ଆଙ୍ଗୁଠି ଅଗ୍ନି, ମୁୁଦି ଆଙ୍ଗୁଠି ଜଳ ଏବଂ କାଣି ଆଙ୍ଗୁଠି ପୃଥିବୀର ବିସ୍ତାରିତ ରୂପ ହୋଇଥାଏ।

ହାତ ଲଗାଇ ଖାଇବା ଦ୍ୱାରା ଆମକୁ ଜଣାପଡ଼ିଥାଏ ଯେ ଆମ ପାଟି କେତିକି ଖାଦ୍ୟ ଆବଶ୍ୟକ କରେ। ପାଟିର ଆବଶ୍ୟକତା ଅନୁସାରେ ଖାଦ୍ୟ ଖାଇବା ଦେହ ପାଇଁ ଭଲ ହୋଇଥାଏ। ଚାମଚରେ ଖାଇବା ଦ୍ୱାରା ବ୍ୟକ୍ତି ମୁଖ୍ୟତଃ ଟିକେ କମ୍‌ ଖାଦ୍ୟ ଖାଇଥାନ୍ତି ବୋଲି ଆୟୁର୍ବେଦ ପ୍ରମାଣ କରିଛି।

କେବଳ ଆୟୁର୍ବେଦ କିମ୍ବା ବିଜ୍ଞାନ ନୁହେଁ ହାତ ଲଗେଇ ଖାଇବା ଦ୍ୱାରା କ’ଣ ଲାଭ ହୁଏ ତାହା ପୁରାଣରେ ମଧ୍ୟ ବର୍ଣ୍ଣିତ। ବିଶ୍ୱାସ କରାଯାଏ ଯେ ଆମର ଆଙ୍ଗୁଠିଗୁଡ଼ିକର ଉପରେ ଲକ୍ଷ୍ମୀ, ମଝିରେ ସରସ୍ୱତୀ ଏବଂ ଶେଷରେ ଗୋବିନ୍ଦ ବାସ କରିଥାନ୍ତି। ଏନେଇ ଏକ ସ୍ୱଳ୍କ ରହିଛି ଯେ କରାଗ୍ରେ ବସତେ ଲକ୍ଷ୍ମୀ, କର ମଧେ ସରସ୍ୱତୀ, କର ମୂଳେ ଶ୍ରୀଗୋବିନ୍ଦ ପ୍ରଭାତେ କର ଦର୍ଶନମ।

ବିଜ୍ଞାନ ପ୍ରମାଣ କରେ, ହାତ ଲଗେଇ ଖାଇବା ଦ୍ୱାରା ଭଲ ହଜମ ହୋଇଥାଏ। କେବଳ ହଜମ ନୁହେଁ ବରଂ ହାତ ଲଗେଇ ଖାଇବା ଦ୍ୱାରା ଖାଦ୍ୟର ଉଷୁମ, ସ୍ୱାଦ ଏବଂ ଆକାର ଆଦି ଅନୁଭବ ହୋଇଥାଏ। ଯାହା ଅପେକ୍ଷାକୃତ ବେଶି ସନ୍ତୁଷ୍ଟି ପ୍ରଦାନ କରିଥାଏ।

ହାତରେ ଖାଇବା ଦ୍ୱରା କଥକ ନୃତ୍ୟ ଏବଂ ଯୋଗ ପରି ଯେଉଁ ଭଳି ଭଙ୍ଗୀ କରିବାକୁ ପଡ଼ିଥାଏ ତାହା ଆପେ ହୋଇଯାଏ। ଏହା ଦ୍ୱାରା ଶରୀର ଚଳଚଞ୍ଚଳ ରୁହେ।

ଚାମଚରେ ଖାଇ ସାରିବା ପରେ ଅଧିକାଂଶ ଲୋକେ ଟିସୁ କାଗଜ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। ଅଧିକାଂଶ ସମୟରେ ହାତ ମୁହଁ ନ ଧୋଇଥିବାର ମଧ୍ୟ ଦେଖିବାକୁ ମିଳେ। ମାତ୍ର ଏହା ଅନ୍ୟନ୍ତ ଅସୁସ୍ଥକର। ଖାଇସାରିବା ପରେ ହାତ ମୁହଁ ଧୋଇବା ବିଧେୟ। ଅତଏବ ଦେହ ଖରାପ ହେବା ସୁନିଶ୍ଚିତ।

ଏଥିରୁ ସ୍ୱଷ୍ଟ ଯେ ଉଭୟ ପୁରାଣ ଓ ବିଜ୍ଞାନ ହାତରେ ଖାଇବାକୁ ପ୍ରୋତ୍ସାହନା ଦିଅନ୍ତି। ସୁସ୍ଥ ସ୍ୱସ୍ଥ୍ୟ ଚାହୁଁଥିଲେ ଚାମଚ ପରିବର୍ତ୍ତେ ହାତରେ ଖାଆନ୍ତୁ।

 

ସମ୍ବନ୍ଧିତ ଖବର