ରାତିିରେ ଶୋଇବା ପୂର୍ବରୁ ଖାଅନ୍ତୁ ନଡ଼ିଆ; ଶରୀରକୁ ମିଳିବ ଅନେକ ଲାଭ

ଆମ ଭିତରୁ ଅଧିକାଂଶଙ୍କୁ ନଡ଼ିଆ ଖାଇବା ପସନ୍ଦ । ନଡ଼ିଆ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ନଡ଼ିଆରେ ଭିଟାମିନ୍‌ , ଏମିନୋ ଏସିଡ଼ , ଫାଇବର, କାର୍ବୋହାଇଡ୍ରେଟ ,ପ୍ରୋଟିନ୍‌ ଆଦି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ସହାୟକ ହୋଇଥାଏ । ରାତି ସମୟରେ ଖଣ୍ଡେ ନଡ଼ିଆ ଖାଇବା ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ତେବେ ନଡ଼ିଆକୁ ରାତିରେ ସେବନ କରିବାର ବିଭିନ୍ନ ପ୍ରକାରର ଉପକାରିତା ବିଷୟରେ ଆସନ୍ତୁ ଜାଣିବା ।

iStock

-ନଡ଼ିଆରେ ଫାଇବରର ମାତ୍ରା ବହୁତ ରହିଥାଏ । ଯାହା ଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାର ଅନ୍ତ ଘଟିଥାଏ । କିଛି ଦିନ ରାତି ସମୟରେ ଗୋଟିଏ ଛୋଟ ଖଣ୍ଡ ନଡ଼ିଆ ଖାଇବା ଆରମ୍ଭ କରନ୍ତୁ ଦେଖିବେ ପେଟ ଜନିତ ସମସ୍ୟାରୁ ତୁରନ୍ତ ରକ୍ଷା ମିଳିବ ।
-ଶରୀରର ରୋଗ ସଂକ୍ରମକ କ୍ଷମତା ବୃଦ୍ଧି କରିବା ସହ ମସ୍ତିଷ୍କକୁ ତୀକ୍ଷ୍ଣ ରଖିଥାଏ । ଗ୍ରୀଷ୍ମ ଋତୁରେ ଏହାକୁ ଖାଇବା ଦ୍ୱାରା ଶରୀରର ଜଳୀୟଅଂଶ ନିୟନ୍ତ୍ରିତ ରହିବା ସହ ଶରୀରରେ ଥଣ୍ଡା ଅନୁଭୂତ ହୋଇଥାଏ ।

Nandyala.org

-ବାନ୍ତି ସମସ୍ୟା ରହିଥିଲେ ପାଟିରେ ଗୋଟେ ଛୋଟ ନଡ଼ିଆ ଖଣ୍ଡ ରଖି ଚୋବାଇବା ଆରମ୍ଭ କରନ୍ତୁ ଦେଖିବେ ବାନ୍ତି ଲାଗିବା ବନ୍ଦ ହେବା ସହ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।
-ନଡ଼ିଆ ଖାଇବା ଦ୍ୱାରା ଶରୀରରେ କୌଣସି ପ୍ରକାରର ସଂକ୍ରମଣ ରୋଗ ହୋଇନଥାଏ ।
-ନଡ଼ିଆ ଦ୍ୱାରା ଓଜନ କମ ହେବା ସହ ପେଟ ଭର୍ତ୍ତି ରହିଥାଏ । ଏହାକୁ ପ୍ରତି ଦିନ ରାତିରେ ସେବନ କରିବା ଦ୍ୱାରା ଅନିଦ୍ରା ସମସ୍ୟା ଦୂର ହୋଇଥାଏ ।

ସମ୍ବନ୍ଧିତ ଖବର