ଆମେ ଅଧିକାଂଶ ସମୟରେ ବ୍ୟସ୍ତତା ହେତୁ ସକାଳ ଜଳଖିଆ ପ୍ରତି ଟିକେ ଯତ୍ନଶୂନ୍ୟ ହୋଇପଡୁ। ମାତ୍ର ମନେରଖନ୍ତୁ ସକାଳ ଜଳଖିଆ ଦିନର ଅନ୍ୟ ସବୁ ସମୟର ଖାଦ୍ୟଠାରୁ ବେଶି ଗୁରୁତ୍ବପୂର୍ଣ୍ଣ। ସକାଳୁ ପେଟ ପୂରା ଖାଇଲେ ହିଁ ଆପଣଙ୍କ ଶରୀର ସୁସ୍ଥ ରହିବ। ସକାଳୁ ଯଦି ଆପଣ କିଛି ଆଡୁସାଡୁ ଖାଦ୍ୟ ଖାଇ ଦଉଛନ୍ତି ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇବ ଓ ଯେଉଁ କାରଣରୁ ଆପଣଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ହେବ। ସକାଳ ଖାଇବାକୁ ନେଇ ଯତ୍ନବାନ ରହିଲେ ହଜମ ପ୍ରକ୍ରିୟା ଠିକ୍‌ ରହିଥାଏ, ଯାହାକି ବ୍ୟକ୍ତିକୁ ନିରୋଗୀ ରଖେ। ସକାଳୁ ଉଚିତ ଖାଦ୍ୟ ଖାଇଲେ ଶରୀରରେ ପିଏଚ୍‌ ‌ସ୍ତର ନିୟନ୍ତ୍ରଣରେ ରହେ। ତେବେ ଚ‌ାଲନ୍ତୁ ଜାଣିବା ସକାଳୁ ସକାଳୁ କ’ଣ ସବୁ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ସୁସ୍ଥକର ହୋଇଥା‌ଏ।

Advertisment

ସକାଳ ସମୟରେ ଅଣ୍ଡା ଖାଇବା ଖୁବ୍ ଭଲ୍‌। ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି। ଏଥିରେ ନ୍ୟୁଟ୍ରିଏଣ୍ଟ୍‌ସ ଏବଂ ଭିଟାମିନ୍‌ ଡି ବି ରହିଛି। ଯାହାକୁ ସକାଳୁ ଖ‌ାଇବା ବହୁତ ଭଲ।

ସକାଳ ପାନୀୟ ଭାବରେ କେହି କେହି ଜିରା ପାଣି, ପଇଡ଼ ପାଣି, ଚା ଆଦି ଗ୍ରହଣ କରିଥାନ୍ତି। ଆପଣ ସକାଳୁ ଅଳ୍ପ ଉଷୁମ ପାଣିରେ ମହୁ ମିଶାଇ ପିଅନ୍ତୁ। କେହି କେହି ଓଜନ ହ୍ରାସ ପାଇଁ ମଧ୍ୟ ମହୁ ଓ ଗରମ ପାଣି ପିଇଥାନ୍ତି।

ଅମୃତଭଣ୍ଡା ସହ ଯଦି ଆପଣ ନିଜର ଦିନ ଆରମ୍ଭ କରୁଛନ୍ତି ତାହାଲେ ଖୁବ୍ ଭଲ କଥା। ଶରୀରକୁ ଶକ୍ତି ଯୋଗାଇଥାଏ ଏହି ଫଳ। ଏଥିରେ ଥିବା ଫାଇବର୍‌ ଶରୀର ପାଇଁ ଖୁବ୍‌ ଉପକାରୀ।

ସକାଳୁ ଖାଲି ପେଟରେ ଭିଜା ଯାଇଥିବା ଆଲମଣ୍ଡ୍‌ ଖାଇବା ବି ଖୁବ୍ ଭଲ ହୋଇଥାଏ ଶରୀର ପାଇଁ।

ଗାଜର, କଲରା, ଲାଉ ଆଦି ପରିବା ରସ ସକାଳୁ ଗ୍ରହଣ କରିପାରିବେ। ଆପଣ ଚାହିଁଲେ ଅଁଅଳା ଓ ଆଲୋବେରା ରସ ବି ପିଇପାରିବେ।