ଚୋପା ସହ ଏହି ଫଳ ଏବଂ ପରିବା ଖାଇବା ଦ୍ୱାରା ଦୂର ହୁଏ ଏସବୁ ଶାରୀରିକ ସମସ୍ୟା

ସୁସ୍ଥ ରହିବା ପାଇଁ ତାଜା ଫଳ ଏବଂ ସବୁଜ ପରିବା ଖାଇବା ଅତ୍ୟନ୍ତ ଜରୁରୀ । ପ୍ରତିଦିନ ନିଜ ଭୋଜନରେ ତାଜା ଫଳ ଏବଂ ସବୁଜ ପରିବା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ରୋଗ ମୁକ୍ତ ହୋଇଥାଏ । କିନ୍ତୁ ଲୋକମାନେ ପରିବା ଏବଂ ଫଳ ଖାଇବା ସମୟରେ ତାହାର ଚୋପାକୁ କାଟି ଦେଇଥାନ୍ତି । କିଛି ଲୋକ ଚୋପାରେ କୌଣସି ଭିଟାମିନ୍‌ ନ ଥାଏ ବୋଲି ଭାବି ତାକୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଚୋପାରେ ମଧ୍ୟ କିଛି ପୁଷ୍ଟିକର ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିଥାଏ । ସେଥିପାଇଁ ଏହି ସବୁ ଫଳ ଏବଂ ପରିବା ଖାଇବା ସମୟରେ ତାହାର ଚୋପାକୁ ନ କାଢ଼ି ଚୋପା ସହ ଖାଇବା ଆରମ୍ଭ କରନ୍ତୁ ।

୧.ଯେଉଁ ଲୋକମାନେ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ସେମାନେ ଆମ୍ବକୁ ଚୋପା ସହ ଖାଇବା ଦରକାର । ଆମ୍ବର ଚୋପାରେ ଆଣ୍ଟିଅକ୍ସିଡ଼ାଣ୍ଟ ଏବଂ ଓମେଗା-୩ ଓ ୬ ଏସିଡ୍‍ରେ ଭରପୂର ହୋଇ ରହିଥାଏ । ସେଥିପାଇଁ ଆମ୍ବ ଚୋପା ନ ଫିଙ୍ଗି ଚୋପା ସହ ଖାଇବା ଆରମ୍ଭ କରନ୍ତୁ ।

୨.ଅଧିକାଂଶ ଲୋକ ସେଓର ଚୋପା କାଟି ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଚୋପା ସହ ସେଓ ଖାଇବା ଦ୍ୱାରା ଶରୀରରୁ ଖରାପ କୋଲେଷ୍ଟ୍ରଲ କମ ହେବା ସହ ରକ୍ତରେ ଶର୍କରା ସ୍ତର କମ ହୋଇଥାଏ ।

୩.ଆଳୁ ଖାଇବା ପୂର୍ବରୁ ଲୋକମାନେ ତାହାର ଚୋପାକୁ କାଟି ଖାଇଥାନ୍ତି । କିନ୍ତୁ ଚୋପା ସହ ଆଳୁ ଖାଇବା ଦ୍ୱାରା ଆଳୁର ଚୋପାରେ ଥିବା ୭ଗୁଣ କ୍ୟାଲସିୟମ ଏବଂ ୧୭ଗୁଣ ଆଇରନ ଶରୀରକୁ ମିଳିଥାଏ ।

୪.ଗାଜର ଚୋପାରେ ପିଟା କେରୋଟିନ୍‌ ରହିଥାଏ, ଯାହା ଆଖି ପାଇଁ ଲାଭଦାୟକ ହୋଇଥାଏ । ଚୋପା ସହ ଗାଜର ଖାଇବା ଦ୍ୱାରା ତ୍ୱଚା ଉପରେ ସୂର୍ଯ୍ୟ କିରଣର କୌଣସି ପ୍ରଭାବ ପଡ଼ି ନଥାଏ।

ସମ୍ବନ୍ଧିତ ଖବର