କମ୍‌ ଲୁଣ ଖାଆନ୍ତୁ! ଖାଦ୍ୟର ସ୍ୱାଦ ବାରିବାରେ ଅସୁବିଧା ହେବନାହିଁ

ଭୋଜନରେ ଲୁଣର ମାତ୍ରା କମ୍‌ କରିବା ଦ୍ୱାରା ଅଧିକ ଲାଭ ହୋଇଥାଏ । ବିଶେଷଜ୍ଞଙ୍କ ମତ ଅନୁସାରେ ଯିଏ ଲୁଣ ଅଧିକ ଖାଇଥାଏ, ତା’ର ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ତେଣ ଲୁଣ କମ୍‌ ମାତ୍ରାରେ ଖାଇବା ଉଚିତ୍‌ । କମ୍‌ ଲୁଣ ଖାଇବା ଦ୍ୱାରା ରକ୍ତଚାପ ଠିକ୍‌ ରହିଥାଏ । ଏହାର ଅର୍ଥହେଲା ଯେଉଁ ଲୋକ କମ୍‌ ଲୁଣ ଖାଆନ୍ତି, ସେମାନଙ୍କୁ ହୃଦୟଘାତର କମ୍‌ ଆଶଙ୍କା ରହିଥାଏ । ଅଧିକ ଲୁଣ ଥିବା ଖାଦ୍ୟ ପଦାର୍ଥ କିଡନି ଉପରେ କୁପ୍ରଭାବ ପକାଇଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତା’ହେଲେ କମ୍‌ ଲୁଣ ଖାଆନ୍ତୁ ।

ଅଧିକ ଲୁଣ ଖାଇବା ଦ୍ୱାରା ଆମ ସ୍ୱାଦ ଗ୍ରନ୍ଥି କିଛି ବି ସ୍ୱାଦ ଜାଣିପାରେ ନାହିଁ । ଯଦି ଆପଣ ଲୁଣ ପରିମାଣ କମ୍‌ କରିଦେବେ,ତା’ପରେ ସ୍ୱାଦ ଗ୍ରନ୍ଥି ଠିକ୍‌ ଭାବରେ କାମ କରିବ । ଦେଖିବେ କେତେକ ଲୋକଙ୍କର ମୁହଁ ଫୁଲିଥାଏ । ଯେମିତିକି ସବୁ ଫ୍ୟାଟ୍‌ ମୁହଁ ଉପରେ ରହିଛି । ଅଧିକ ଲୁଣ ଖାଇବା ଦ୍ୱାରା ଏମିତି ହୋଇଥାଏ । ତେଣୁ ନିଜ ଡାଏଟ୍‌ ରେ କମ୍‌ ଲୁଣ ଖାଇବା ଉଚିତ୍‌ ।

ସମ୍ବନ୍ଧିତ ଖବର