ମାଘମାସରେ ଲାଉ, ମୂଳା ଓ ବରକୋଳି ଖାଇବା ମନା। ଏ ସ˚ପର୍କରେ ଓଡ଼ିଆ ‘ମାଘ ମାହାତ୍ମ୍ୟ’ର ପଞ୍ଚଦଶ ଅଧ୍ୟାୟରେ କୁହାଯାଇଛି- ମାଘ ମାସରେ ମୂଳା, ବରକୋଳି ଓ ଆମିଷ ଦ୍ରବ୍ୟ ଭୋଜନ ଘୁଷୁରି ମା˚ସ ଭକ୍ଷଣ ସହ ସମାନ। ଓଡ଼ିଆରେ ମଧ୍ୟ ଗୋଟିଏ ଢଗ ଅଛି, ‘‘ମାଘେ ବରକୋଳି ମକରେ ମୂଳା, ଗୋରୁ ମାଉଁସ ପୁଳାପୁଳା।’’
Sambad is now on WhatsApp
Join and get latest news updates delivered to you via WhatsApp
ମକର ସ˚କ୍ରାନ୍ତିରେ ପ୍ରଭାତରୁ ଉଠି, ମାଧବଙ୍କ ନାମ ସ୍ମରଣ କରି ସ୍ନାନ କରିବା ଏବଂ ଅରୁଆ ଅନ୍ନ ସହିତ ଗୁଆଘିଅ ଓ ଅଦାଯୁକ୍ତ, ସାରୁ, କଦଳୀ ଓ ମୁଗର ଡାଲମା ଖାଇବା ଆତ୍ମା ପାଇଁ ତୃପ୍ତିଦାୟକ ବୋଲି ମଧ୍ୟ ‘ମାଘ ମାହାତ୍ମ୍ୟ’ରେ କୁହାଯାଇଛି। କିନ୍ତୁ ଏହି ସମୟରେ ଲାଉ, ମୂଳା ଓ ବରକୋଳି ଖାଇବାକୁ କାହିଁକି ବାରଣ କରାଯାଇଛି?
ଏହାର କାରଣ ହେଉଛି, ପିତ୍ତ ଓ ଶ୍ଳେଷ୍ମା ନାଶ କରିବା ଏବ˚ ଧାତୁ ପରିବର୍ଦ୍ଧନ କରିବା ପରି ଉପକାରୀ ଗୁଣ ଲାଉରେ ଥିଲେ ମଧ୍ୟ ଏହା ଗୁରୁପାକ। ସେହିପରି ପିତ୍ତ, ପିପାସା ଓ ରକ୍ତଦୋଷ ନାଶ ଆଦି ସୁଗୁଣ ବରକୋଳିରେ ଥିଲେ ମଧ୍ୟ, ଏହା କଫବର୍ଦ୍ଧକ। ଏହି ସମୟରେ ଶରୀରରେ କଫର ପ୍ରାବଲ୍ୟ ରହିଥାଏ ଏବ˚ ବରକୋଳି ପାକଳ ହୋଇ ନଥାଏ। ଏଣୁ, ଏହି କଷି ବରକୋଳି ଖାଇଲେ କଫଦୋଷ ପ୍ରବଳ ହୋଇଥାଏ। ସେଥିପାଇଁ ମାଘଶୁକ୍ଳ ପଞ୍ଚମୀ ବା ବାଗ୍ଦେବୀଙ୍କ ପୂଜା ନସରିବା ଯାଏ ବରକୋଳି ଖାଇବାକୁ ନିଷେଧ କରାଯାଇଛି।
ସେହିପରି ମୂଳା। ଏହା ମୁଖ୍ୟତଃ ଏକ ଶୀତଦିନିଆ ଫସଲ। ମାଘମାସ ବେଳକୁ ମୂଳା ପାକଳ ବା ବୁଢ଼ା ହୋଇଆସିଥାଏ। ବୁଢ଼ା ହେଲେ ଏହାର ମଝି ବା ଭିତରର ଅ˚ଶ ‘ବାଳମୂଳକ’ ବା କଷିମୂଳା ପରି ଆଉ କୋମଳ ନରହି, କଠିନ ଓ ଫମ୍ପା ହୋଇଯାଏ। ଏହା ଠିକ୍ ଭାବରେ ସିଝେ ନାହିଁ ଓ ଦୁଷ୍ପାଚ୍ୟ ହୋଇଯାଏ।
ଏହା ସୂଚାଏ ଯେ ଆମ ପୁରାଣ ଓ ବ୍ରତକଥା ଆଦିରେ ଦିଆଯାଇଥିବା ବିଧି ଓ ନିଷେଧଗୁଡ଼ିକର ବୈଜ୍ଞାନିକ ଭିତ୍ତି ରହିଛି। ଏଣୁ ଏହା ଆମ ସମସ୍ତଙ୍କ ପାଇଁ ଅବଶ୍ୟ ପାଳନୀୟ।