ଯକୃତ ଶରୀରର ଅନେକ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ଯକୃତ । ଯଦି ଯକୃତ ଠିକ୍ ଭାବରେ କାମ କରିବା ବନ୍ଦ କରି ଦିଏ, ତେବେ ହେପାଟାଇଟିସ୍, ଫ୍ୟାଟି ଲିଭର, ଲିଭର ସିରୋସିସ୍, ଆଲ୍କହଲିକ୍ ଲିଭର ଡିଜିଜ୍ ବା ଯକୃତ କର୍କଟ ରୋଗ ହେବା ଭଳି ସମସ୍ୟା ଦେଖା ଯାଇଥାଏ । ତେବେ ଏହାକୁ ଆଖି ଆଗରେ ରଖି ଆଜି ଆମେ ଆପଣମାନଙ୍କୁ କିଛି ଘରୋଇ ଜିନିଷ ବିଷୟରେ ଜଣାଇବୁ, ଯାହାକୁ ଖାଇ ଆପଣମାନେ ଯକୃତକୁ ସୁସ୍ଥ ରଖି ପାରିବେ ।
୧. ଯକୃତରୁ ବିଷାକ୍ତ ଜିନିଷ କାଢ଼ି ତାକୁ ସୁସ୍ଥ ରଖିବା ପାଇଁ ହେଲେ ନିଜ ଦୈନଦିନ ଖାଦ୍ୟରେ ଅଦା ତିଆରି ଚା’କୁ ସାମିଲ କରନ୍ତୁ । ଏହା ସହ କୌଣସି ତରକାରୀ ବା ଭଜାରେ ଆପଣ ଏହାକୁ ପକାଇ ଖାଇ ପାରିବେ । ୨୮ଦିନ ପର୍ଯ୍ୟନ୍ତ ଏଭଳି କରିବା ଦ୍ୱାରା ଆପଣଙ୍କ ଯକୃତ ସଫା ହେବା ସହ ଓଜନ ମଧ୍ୟ କମ ହେବ ।
/sambad/media/post_attachments/wp-content/uploads/2019/05/09_04_477729380ginger-300x200.jpg)
୨. ରସୁଣରେ ଫ୍ଲାଭୋନଏଡ୍ ନାମକ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ, ଯାହା ଯକୃତକୁ ସଫା କରିବାରେ ସାହାଯ୍ୟ କରିଥାଏ । ଯକୃତକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ୬୦୦-୧୨୦୦ମିଲିଗ୍ରାମ ରସୁଣର ସେବନ କରିବା ଦରକାର । ଭଜା ବା ତରକାରୀରେ ବ୍ୟବହାର କରିବା ସହ ଏହାକୁ ଆପଣ କଞ୍ଚା ମଧ୍ୟ ଖାଇ ପାରିବେ ।
୩. ଆଣ୍ଟି-ବ୍ୟାକ୍ଟେରିଆଲ ଏବଂ ପୋଷଣରେ ଭରପୂର ଥିବା ହଳଦୀ ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ୧.୫-୩ଗ୍ରାମ ହଳଦୀର ସେବନ କରନ୍ତୁ ।
୪. ଯକୃତକୁ ସଫା କରିବା ସହ ଓଜନକୁ କମ କରିବା ପାଇଁ ହେଲେ ଖରାଦିନେ ଜିରା ପାନୀୟ ତିଆରି କରି ପିଅନ୍ତୁ ।
/sambad/media/post_attachments/wp-content/uploads/2019/05/09_06_410913380cumin-300x200.jpg)