କର୍କଟଠାରୁ ଆରମ୍ଭ କରି ମଧୁମେହ ପର୍ଯ୍ୟନ୍ତ; ପାଣିରେ ଏହି ୫ଟି ଜିନିଷ ଭିଜାଇ ଖାଇଲେ ଦୂର ହେବ ଅନେକ ରୋଗ

ବ୍ୟସ୍ତ ବହୁଳ ଜୀବନ ଭିତରେ ଲୋକେ ନିଜ ସ୍ବାସ୍ଥ୍ୟର ଯତ୍ନନେବାକୁ ଭୁଲି ଯାଇଥାନ୍ତି। ରୋଗର ଶିକାର ହେବେ ବୋଲି ଜାଣି ବି କମ୍ ସମୟରେ ତିଆରି ହୋଇପାରୁଥିବା ଓ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି ଲୋକେ। ଏଥିପାଇଁ ପରେ ସେମାନଙ୍କୁ ବିଭିନ୍ନ ଶାରୀରିକ ସମସ୍ୟାର ସାମ୍ନା କରିବାକୁ ପଡ଼େ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଜିନିଷ ବିଷୟରେ ଜଣାଇବୁ, ଯାହାକୁ ଖାଇବା ଦ୍ବାରା ଆପଣ ଅନେକ ରୋଗଠାରୁ ରକ୍ଷାପାଇପାରିବା । ଏଭଳି ୫ଟି ଜିନିଷ ରହିଛି, ଯାହାକୁ ରାତିରେ ଭିଜାଇ ଖାଇବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଆସନ୍ତୁ ଜାଣିବା ସେହି ୫ଟି ଜିନିଷ ବିଷୟରେ…

୧. ମେଥିରେ ମାତ୍ରାଧିକ ଫାଇବର ରହିଥାଏ । ଏହାକୁ ଖାଇଲେ ଆମ ପେଟ ଭିତରରକୁ ଯାଇ ଏହା ଆମ ଅନ୍ତନଳୀକୁ ସଫା କରିଥାଏ, ଯାହାଦ୍ବାରା ପେଟଜନିତ ସମସ୍ୟା ହୋଇନଥାଏ । ଏହାକୁ ରାତିରେ ପାଣିରେ ଭିଜାଇ ଖାଇବା ଦ୍ବାରା ପାଚନକ୍ରିୟାରେ ଅନେକ ପରିବର୍ତ୍ତନ ଘଟିଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ବରଦାନ ଅଟେ। କାରଣ ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିଥାଏ । ଏହାକୁ ଭିଜାଇ ଖାଇବା ଦ୍ବାରା ମହିଳାମାନଙ୍କ ଋତୁସ୍ରାବ ସମୟରେ ହେଉଥିବା ଯନ୍ତଣାରୁ ମଧ୍ୟ ଉପସମ ମିଳିଥାଏ ।

୨. ଅଫିମ ମଞ୍ଜିରେ ମେଟାବଲିଜିମ୍ ମାତ୍ରାଧିକ ଥିବାରୁ ଏହା ଓଜନ ହ୍ରାସ କରିବାରେ ଫଳପ୍ରଦ ହୋଇଥାଏ । ରାତିରେ ଏହାକୁ ଭିଜାଇ ଖାଇବା ଦ୍ବାରା ଓଜନ କମ ହୋଇଥାଏ। ୩. ଅତସୀରେ ବହୁମାତ୍ରାରେ ଓମେଗା-୩ ଓ ଫ୍ୟାଟି ଏସିଡ୍ ରହିଥାଏ । ଯେଉଁମାନେ ନିରାମିଶ ଖାଦ୍ୟ ଖାଇଥାନ୍ତି ସେମାନଙ୍କ ପାଇଁ ଏହା ଲାଭଦାୟକ ହୋଇଥାଏ । ଏହା କୋଲେଷ୍ଟ୍ରେଲକୁ କମ କରିବାରେ ସହାୟକ ହୋଇଥାଏ ।

୪. କିସ୍ ମିସରେ ମ୍ୟାଗ୍ନେସିୟମ, ପୋଟାସିୟମ ଓ ଆଇରନ ବହୁମାତ୍ରାରେ ଥାଏ। ଏହାକୁ ରାତିରେ ଭିଜାଇ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ । ଯଦି ଆପଣ କିଡନି ଷ୍ଟୋନ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଏହାକୁ ପାଣିରେ ଭିଜାଇ ଖାଇପାରିବେ।
୫. ମୁଗରେ ବହୁମାତ୍ରାରେ ପ୍ରୋଟିନ୍, ଫାଇବର ଓ ଭିଟାମିନ-ବି ଥାଏ । ମ୍ୟାଗ୍ନେସିୟମ, ପୋଟାସିୟମ ଥିବାରୁ ଏହା କୋଲେଷ୍ଟ୍ରେଲକୁ ନିୟନ୍ତ୍ରଣ କରିଥାଏ । ଆଣ୍ଟିବଡି ଅଧିକ ଥିବାରୁ ଏହାକୁ ଭିଜାଇ ଖାଇବା ଦ୍ବାରା ମଧୁମେହ, କର୍କଟ ଭଳି ରୋଗରୁ ଧୀରେ ଧୀରେ ଉପଶମ ମିଳିଥାଏ ।

ସମ୍ବନ୍ଧିତ ଖବର