ଯୋଗ କରିବା ପରେ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଜିନିଷ, ମିଳିବ ଦୁଇ ଗୁଣ ଫାଇଦା

ବ୍ୟାୟାମ କରିବା ଶରୀର ପାଇଁ କେତେ ଭଲ ତାହା ଆମେ ସମସ୍ତେ ଜାଣିଛେ । ସେଥିପାଇଁ ସ୍ୱାସ୍ଥ୍ୟ ସଚେତନ ଲୋକେ ଜିମ୍‌ ଯାଇ ପ୍ରତିଦିନ ବ୍ୟାୟାମ କରିଥାନ୍ତି । କିନ୍ତୁ ବ୍ୟାୟାମ କରିବା ପରେ କ’ଣ ଖାଇବା ଉଚିତ ଏବଂ କ’ଣ ଖାଇବା ଉଚିତ ନୁହଁ, ତାହା ଜାଣି ରଖିବା ନିତାନ୍ତ ଆବଶ୍ୟକ । ବ୍ୟାୟାମ କରିବା ପରେ ପରେ ଖାଲି ପେଟରେ ରହିବା ଆଦୌ ଉଚିତ୍‌ ନୁହେଁ । ବ୍ୟାୟାମ ପରେ ପରେ କିଛି ନା କିଛି ଖାଦ୍ୟ ନିହାତି ଭାବରେ ଖାଇବା ଦରକାର । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଜିମ୍‌ ନ ଯାଇ ପାରି ଘରେ ହିଁ ଯୋଗ କରିଥାନ୍ତି । କିନ୍ତୁ ଯୋଗ କରିବା ପରେ କ’ଣ ଖାଇବା ଶରୀର ପାଇଁ ଭଲ ତାହା ଅନେକ ଜାଣି ନଥାନ୍ତି । ଆସନ୍ତୁ ଜାଣିବା ଯୋଗ କରିବା ପରେ ପରେ କେଉଁ ଜିନିଷକୁ ନିଜ ଖାଦ୍ୟରେ ସାମିଲ କରିବା ଦରକାର ।

୧.ଯୋଗ କରିବା ପରେ ପରେ ପାଣି ନିହାତି ଭାବରେ ପିଅନ୍ତୁ । ଶରୀରରେ ଜଳୀୟଅଂଶ ଠିକ୍‌ ରଖିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥକୁ କାଢ଼ିବା ପାଇଁ ଯୋଗ କରିବା ପରେ ପରେ ପାଣି ପିଇବା ନିତାନ୍ତ ଆବଶ୍ୟକ । ସାଧା ପାଣି ପିଇବା ଅପେକ୍ଷା ଯଦି ଆପଣ ପଡ଼ଡ ପାଣି ବା ଲେମ୍ବୁ ପାଣି ପିଉଛନ୍ତି, ତେବେ ତାହା ଆପଣଙ୍କ ଶରୀର ପାଇଁ ବେଶୀ ଲାଭଦାୟକ ।

nari.punjabkesari.in

୨.ଫଳ ରସରେ ଅଧିକ ପରିମାଣରେ ଭିଟାମିନ ଏବଂ ମିନେରାଲ୍ସ ରହିଥାଏ, ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ପ୍ରତିଦିନ ଜୁସ୍‌ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ଯୋଗ କରିବା ପରେ ପରେ କମଳା ବା ମିକ୍ସ ଫ୍ରୁଟ୍‌ ଜୁସ୍‌ ପିଇଲେ କିଡ଼୍‍ନିରେ ଷ୍ଟୋନ ହେବାର ସମସ୍ୟା ଦୂର ହୋଇଥାଏ ।
୩.ସାଲାଡ଼ ଖାଇବା ଦ୍ୱାରା ମଣିଷର ପାଚନ ଶକ୍ତି ମଜ୍‌ବୁତ୍‌ ହୋଇଥାଏ । ଯୋଗ କରିବା ପରେ ପରେ ସାଲାଡ଼ ନିଶ୍ଚୟ ଖାଆନ୍ତୁ । ଏପରି କରିବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ ।

nari.punjabkesari.in

୪.ଗ୍ରିନ୍‌ ଟି ଶରୀର ପାଇଁ ଅଧିକ ଲାଭଦାୟକ ତାହା ଆମେ ସମସ୍ତେ ଜାଣିଛେ । ଗ୍ରୀନ୍‌ ଟି ପିଇବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ରହିଥାଏ । ଏହାର ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଶରୀରର ଅନେକ ରୋଗ ଦୂର କରିଥାଏ । ଯୋଗ ପରେ ପରେ ଏହାକୁ ପିିଇଲେ ଶରୀରକୁ ଏହାର ଭଲ ଫାଇଦା ମିଳିଥାଏ ।

୫.ଯଦି ଆପଣ ମାଂସାହାରୀ ତେବେ ଯୋଗ କରିବା ପରେ ପରେ ଆପଣ ଅଣ୍ଡାର ଧଳା ଅଂଶକୁ ଖାଇ ପାରିବେ । ଏଥିରେ ଥିବା ପ୍ରୋଟିନ୍‌ ଶରୀରର ଶକ୍ତିକୁ ବଢ଼ାଇଥାଏ ।

nari.punjabkesari.in
ସମ୍ବନ୍ଧିତ ଖବର