ଏବେ ବର୍ଷା ଋତୁ ଚାଲିଛି। ଏହି ସମୟରେ ଖାଦ୍ୟପେୟରେ ଅସୁବିଧା ହେଲେ ପେଟ ଖରାପ ହୋଇଥାଏ। ତେଣୁ ବର୍ଷାଦିନେ ଖାଦ୍ୟ ନେଇ ସତର୍କ ରହିବାକୁ ପଡ଼ିଥାଏ । କାରଣ ତାହା ନ ହେଲେ ଆପଣ ଅସୁସ୍ଥ ହୋଇପାରନ୍ତି। ବିଶେଷ କରି ଏହି ଋତୁରେ ଖାଦ୍ୟପାନୀୟ ପ୍ରତି ଅଧିକ ଯତ୍ନବାନ୍‌ ରହିବାକୁ ପଡ଼ିବ। ଏଣୁ ଆସନ୍ତୁ ଜାଣିବା ବର୍ଷାଋତୁରେ କ’ଣ ସବୁ ଖାଇବା ଉଚିତ ଓ କାହିଁକି?

Advertisment

ପ୍ରଥମ କଥା ହେଲା ଯେ, ବର୍ଷା ଋତୁରେ ଲୁଣିଆ ଜିନିଷ ଅଧିକ ମାତ୍ରାରେ ଖାଇବା ଉଚିତ। ଯେମିତିକି ଲୁଣି ବିସ୍କୁଟ୍‌, ଲୁଣିଆ ତରକାରି ଇତ୍ୟାଦି।
ଠିକ୍‌ ସେହିପରି ପତଳା ଦହି, ଦୁଧ, କଲରା, ଅଦା, କଞ୍ଚା ପିଆଜ,ଜୀରା ଓ କଖାରୁ ଆଦି ମଧ୍ୟ ଖାଇପାରନ୍ତି।

publive-image Quora

ବର୍ଷା ଋତୁରେ ଗ୍ୟାସ୍‌ଟ୍ରିକ୍‌ ,ବଦହଜମି ଭଳି ପେଟ ସମସ୍ୟା ଦେଖା ଦେଇଥାଏ। ଏଣୁ ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ଯଥା ସମ୍ଭବ ବାହାରର ଖାଦ୍ୟଠାରୁ ଦୂୂରେଇ ରହିବାକୁ ଚେଷ୍ଟା କରନ୍ତୁ।

publive-image 123RF.com

ନିଜର ଖାଦ୍ୟରେ ଭିଟାମିନ୍‌ ଇ ଓ ଓମେଗା-୩ କୁ ସାମିଲ୍‌ କରନ୍ତୁ। ଲେମ୍ବୁ,କମଳା,ଅଁଳା ଓ ପିଜୁଳି ଆଦି ଭିଟାମିନ୍‌ରେ ଭରପୂର। ଏସବୁ ଫଳ ସେବନ କରିଲେ,ଅସୁସ୍ଥତାର ଆଶଙ୍କା କମିଯିବ। ଖାଲିସେତିକି ନୁହେଁ,ଏସବୁ ଖାଇଲେ ତ୍ୱଚାରେ ଚମକ ଆସିଥାଏ।