ଖାଆନ୍ତୁ ଏହି ୫ଟି ସୁପରଫୁଡ୍‌; ସୁସ୍ଥ ରହିବ ଶରୀର

ସୁସ୍ଥ ଭାବେ ବଞ୍ଚିବା ପାଇଁ ସାଧାରଣତଃ ଆମେ ଖାଦ୍ୟ ଉପରେ ନିର୍ଭର କରିଥାଉ, ଯାହା ଆମକୁ ସୁସ୍ଥ ରଖିବା ସହ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇଥାଏ । କିନ୍ତୁ ଆଜିକାଲି ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯାଉଥିବାରୁ ଅନେକ ପୋଷଣ ଯୁକ୍ତ ଖାଦ୍ୟକୁ ବର୍ଜନ କରୁଛନ୍ତି । ଅଧିକ ପୋଷଣ ଯୁକ୍ତ ଖାଦ୍ୟ ସେମାନଙ୍କ ଶରୀରକୁ ହାନି ପହଞ୍ଚାଉଛି ବୋଲି ଭାବି ସେମାନେ ସେ ଖାଦ୍ୟ ବର୍ଜନ କରୁଛନ୍ତି । କିନ୍ତୁ ସେହି ସବୁ ଖାଦ୍ୟ ଶରୀର ପାଇଁ କେତେ ଉପଯୋଗୀ ତାହା ବୋଧ ହୁଏ ସେମାନେ ଜାଣି ନାହାନ୍ତି । ଆଜି ଆମେ ଜଣାଇବୁ କେଉଁ ସବୁ ଖାଦ୍ୟ ଖାଇଲେ ଶରୀରକୁ ପୋଷଣ ମିଳିବା ସହ ଶରୀର ସୁସ୍ଥ ରହି ପାରିବ ।

୧. ଅଣ୍ଡାର କେଶର : କିଛି ଲୋକ କହନ୍ତି, ଅଣ୍ଡାରେ ଥିବା କେଶର ଖାଇବା ଶରୀର ପାଇଁ ଠିକ୍‌ ନୁହେଁ । କାରଣ ସେଥିରେ ଅଧିକ ମାତ୍ରାରେ କୋଲୋଷ୍ଟ୍ରଲ ଥାଏ, ଯାହାକି ଶରୀରକୁ କ୍ଷତି ପହଞ୍ଚାଏ । ଯଦି ଆପଣ ଏହା ଭାବୁଛନ୍ତି ତେବେ ଏହା ଆପଣଙ୍କର ଅଜ୍ଞାନତା । କାରଣ କେଶରରେ ଭର୍‌ପୂର୍‌ ପୋଷଣ ଥାଏ, ଯାହାକି ଶରୀରକୁ ଶକ୍ତିଶାଳୀ କରେ । ଅଣ୍ଡାର ଧଳା ଅଂଶରେ କେବଳ ପ୍ରୋଟିନ୍‌ ଥାଏ । ଡାଏଟ୍‌ରେ ଥିବା କୋଲୋଷ୍ଟ୍ରଲ ରକ୍ତରେ ଥିବା କୋଲୋଷ୍ଟ୍ରଲ ଉପରେ କୌଣସି ପ୍ରଭାବ ପକାଇ ନଥାଏ । ଅଣ୍ଡା ଖାଇବା ଦ୍ୱାରା କୌଣସି ରୋଗ ଶରୀରରେ ଦେଖା ଯାଏ ନାହିଁ ବୋଲି ଗବେଷଣାରୁ ମଧ୍ୟ ଜଣା ପଡ଼ି ସାରିଛି । ଅଣ୍ଡାରେ ପ୍ରୋଟିନ୍‌, ଲୁଟିନ୍‌, ଭିଟାମିନ-ଏ, ବି-୨ ,ବି-୫, ବି-୧୨ ଏବଂ ଆଇରନ୍‌, ଫସ୍‌ଫରସ୍‌ ଏବଂ ସେଲେନିୟମ ଇତ୍ୟାଦି ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବା ସହ ଦୀର୍ଘଜୀବୀ କରାଇଥାଏ ।

all4women.co.za

୨. ରସୁଣ : ରସୁଣ ଖାଦ୍ୟରେ ସ୍ୱାଦ ଆଣିବା ସହ ଏହାକୁ ଖାଇଲେ ଶରୀର ସୁସ୍ଥ ମଧ୍ୟ ରହିଥାଏ। ଏଥିରେ ଅଧିକ ମାତ୍ରରେ ବାୟୋଆକ୍ଟିଭ୍‌ କମ୍ପାଉଣ୍ଡ ମଧ୍ୟ ରହିଥାଏ । ଏହାକୁ ଖାଇବା ଦ୍ୱାରା ହୃଦ୍‌ ଜନିତ ରୋଗ ଦୂର ହୁଏ ବୋଲି ଅନେକ ଗବେଷକ ସ୍ପଷ୍ଟ ମଧ୍ୟ କରି ସାରିଛନ୍ତି । ଏହା ରକ୍ତ ଚାପ କମ କରିବା ସହ କୋଲେଷ୍ଟ୍ରଲ ମାତ୍ରାକୁ ନିୟନ୍ତ୍ରଣ କରିଥାଏ ।

Global

୩.ନଡ଼ିଆ ତେଲ : ରୋଷେଇ ଘରେ ବିଭିନ୍ନ ଖାଦ୍ୟରେ ନଡ଼ିଆ ତେଲ ବ୍ୟବହାର କରିବାଟା ସବୁଠାରୁ ଭଲ । ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ କୋଲେଷ୍ଟ୍ରଲର ମାତ୍ରା ଏବଂ ଟ୍ରାଇଗ୍ଲିସେରାଇଡ୍‍ସ ନିୟନ୍ତ୍ରଣ ରହିଥାଏ । ଯାହା ଫଳରେ କି ହୃଦ୍‌ଘାତର ଆଶଙ୍କା କମ ହୋଇଥାଏ ।

aiyaaexports.com

୪.କନ୍ଦମୂଳ :ଏବେ କିଛି ଲୋକ କନ୍ଦମୂଳ ଖାଇବା ବନ୍ଦ କରି ସାରିଲେଣି । ସବୁ ସ୍ଥାନରେ ଏହା ଉପଲବ୍ଧ ହେଉ ନ ଥିବାରୁ ଲୋକମାନେ ଚାହିଁ ମଧ୍ୟ ଖାଇ ପାରୁ ନାହାନ୍ତି । ଏଥିରେ ଭିଟାମିନ୍‌ ଏ, ଭିଟାମିନ ସି, ଏବଂ ପୋଟାସିୟମ ପ୍ରଚୁର ପରିମାଣରେ ଥାଏ, ଯାହାକି ଶରୀରକୁ ରୋଗମୁକ୍ତ ରଖେ ।

Allrecipes

୫. ମାଂସ କଲିଜା : ହଜାର ହଜାର ବର୍ଷ ତଳୁ ମଣିଷ ପଶୁମାନଙ୍କର ମାସଂ ଖାଇ ଆସୁଛି । ସେଥିପାଇଁ ଆମେ ମଧ୍ୟ ସେ ଢ଼ାଞ୍ଚାରେ ପଡ଼ି ସାରିଛେ । ପଶୁ ଶରୀରର ସମସ୍ତ ଅଙ୍ଗକୁ ଆମେ ଖାଇଥାଉ । କିନ୍ତୁ ସେଥି ମଧ୍ୟରୁ କଲିଜା ହେଉଛି ସବୁଠାରୁ ପୁଷ୍ଟିକର । ଏହା ଅଧିକ ପୋଷଣଯୁକ୍ତ ହୋଇଥିବାରୁ କିଛି ଲୋକ ଏହାକୁ ନେଚର୍ସ ମଲ୍‌ଟିଭିଟାମିନ ବୋଲି ମଧ୍ୟ କହନ୍ତି । ଏହାକୁ ଖାଇଲେ ଶରୀର ସୁସ୍ଥ ରହିବା ସହ ଶକ୍ତି ମଧ୍ୟ ମିଳିଥାଏ ।

Dr. Axe
ସମ୍ବନ୍ଧିତ ଖବର