ଏ ସବୁ ଖାଦ୍ୟ ଖାଇଲେ ଚେହେରା ଖୁସି ଓ ମସ୍ତିଷ୍କ ଶାନ୍ତ ରହିବ

ଆୟୁର୍ବେଦ ଅନୁସାରେ ଯେମିତି ଖାଦ୍ୟ ଆପଣ ଖାଇବେ ସେମିତି ହେବ ଆପଣଙ୍କ ମନ। ଏହି କଥା ଆଧୁନିକ ବିଜ୍ଞାନରେ ମଧ୍ୟ ପ୍ରମାଣିତ। ଫୁଡ୍‌ ଓ ନ୍ୟୁଟ୍ରିସନ୍‌ ଏକ୍ସ୍‍ପର୍ଟ୍‌ଙ୍କ କହିବାନୁସାରେ ଖାଦ୍ୟ ଆମର ମନକୁ ପରିଚାଳନା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ। ଏମିତି ଅନେକ ଖାଦ୍ୟ ଅଛି, ଯେଉଁଥିରେ ଆଣ୍ଟି ଅକ୍‌ସିଡେଣ୍ଟ୍‌ସ୍‌ ଓ ଭିଟାମିନ୍‌ ସି ର ମାତ୍ରା ଅଧିକ, ଯାହାକୁ ପ୍ରତିଦିନ ଖାଇଲେ ମନ ଖୁସି ରହିବା ସହ ଚେହେରାରେ ହସ ଲାଗି ରହିଥାଏ। ଜାଣନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଯାହାଦ୍ୱାରା ଆପଣଙ୍କ ମନ ସର୍ବଦା ଖୁସି ରହିବ ଓ ମୁହଁରେ ହସ ଲାଗି ରହିବ।

କଦଳୀ: ଏଥିରେ ଭିଟାମିନ୍ସ୍‌, ମିନେରାଲ୍ସ୍‌ ଓ ଫାଇବର୍ସ୍‌ ସହକାର୍ବୋହାଇଡ୍ରେଟ୍ସ୍‌ ଥାଏ। ଏହା ଶରୀରରେ ବ୍ଲଡ୍‌ ସୁଗର ଲେବଲ୍‌ ବଢ଼ାଇ ମନକୁ ଉଲ୍ଲସିତ ରଖାଇଥାଏ।

ଅଖ୍‌ରୋଟ୍‌: ଏଥିରେ ହେଲ୍‌ଦି ମୋନୋସାଚୁରେଟେଡ୍‌ ଫ୍ୟାଟ୍‌ସ ଓ ପ୍ରୋଟିନ୍‌ ଥିବା ସହ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ୍‌ସ ଥାଏ, ଯାହା ମନକୁ ଖୁସି କରିଥାଏ ଓ ଡିପ୍ରେସନ୍‌ ଦୂର କରିଥାଏ।

ଅଡସୀ: ଏଥିରେ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ୍‌ ଥାଏ। ଏହା ଡିପ୍ରେସନ୍‌କୁ ଦୂର କରେ, ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଡାର୍କ ଚକଲେଟ୍‌: ଏହା ହେଉଛି ପ୍ରାକୃତିକ ଆଣ୍ଟିଡିପ୍ରେସାଣ୍ଟ୍‌। ଏହା ଶରୀରରେ ସେରୋଟୋନିନ୍‌ କ୍ଷରଣ କରି ମନ ହାଲୁକା କରିଥାଏ ଓ ଡିପ୍ରେସନ୍‌ ବଢ଼ାଉଥିବା କାର୍ଟିସୋଲ୍‌ ହର୍ମୋନ୍‌ର ସ୍ତର କମ୍‌ କରିଥାଏ।

ମାଛ: ଏଥିରେ ମଧ୍ୟ ଓମେଗା-୩ ଫ୍ୟାଟି ଏସିଡ୍‌ ପ୍ରଚୁର ପରିମାଣରେ ଥାଏ। ଏଥିରେ ମସ୍ତିଷ୍କ ସୁସ୍ଥ ରହେ ଓ ମନ ସ୍ଥିର ରହିଥାଏ।

ଭଲ କ୍ଷୀର: ଏଥିରେ କ୍ୟାଲ୍‌ସିୟମ୍‌ ଓ ଭିଟାମିନ୍‌ ଡି ସହ ଟର୍ମେରାନ୍‌ସ ଓ କର୍କ୍ୟୁମିନାଡ୍‌ସ ରହିଥାଏ ଯାହା ମନକୁ ଖୁସ୍‌ କରିବାରେ ସହାୟକ ହୋଇଥାଏ।

ଗ୍ରୀନ୍‌ ଟି: ଏଥିରେ ଥିବା ଆଣ୍ଟି ଅକ୍‌ସିଡେଣ୍ଟ୍‌ସ ଓ ଥିୟାନାଇନ୍‌ ନାମକ ଅମିନୋ ଏସିଡ୍‌ ଡିପ୍ରେସନ୍‌ ଓ ଷ୍ଟ୍ରେସ୍‌ ଦୂର କରିଥାଏ। ମନ ଖୁସି କରିଥାଏ।

ଓଟ୍‌ସ: ଏଥିରେ ଥିବା ହାର୍ଡ ଫାଇବର କାର୍ବୋହାଇଡ୍ରେଟ୍‌ସ ସୁସ୍ଥ ଓ ଆନନ୍ଦ ଅନୁଭବ କରିବାରେ ବହୁତ ସାହାଯ୍ୟକାରୀ।

ସମ୍ବନ୍ଧିତ ଖବର