ବର୍ଷା ଋତୁରେ ଚାରିଆଡ଼ ସବୁଜ ଦେଖାଯିବା ସହ ବର୍ଷାର ମଜା ଉଠାଇବା ପାଇଁ ପ୍ରାୟ ସମସ୍ତେ ଚାହିଁଥା’ନ୍ତି। କିନ୍ତୁ ବର୍ଷାରେ ଭିଜିବା ବା ବାହାରେ ଅଧିକ ବୁଲିବା ଦ୍ୱାରା ବିଭିନ୍ନ ରୋଗର ଜୀବାଣୁ ଆପଣଙ୍କୁ ଖୁବ୍ ସହଜରେ ଆକ୍ରମଣ କରିଥା’ନ୍ତି। ଏହି ପରିସ୍ଥିତିରେ ବାହାରେ ମିଳୁଥିବା ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ସମସ୍ୟା ଦେଖାଯାଇ ପାରେ। ଏମିତିରେ ନିଜକୁ ସୁସ୍ଥ ସବଳ ରଖିବା ପାଇଁ ଏହି ଋତୁରେ ଖାଆନ୍ତୁ କିଛି ଫଳ। ଜାଣନ୍ତୁ କେଉଁ ଫଳ ଖାଇବା ଦ୍ୱାରା କି ଲାଭ ପାଇବେ...
ଲିଚି: ଏହା ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ଖୁବ୍ ସ୍ୱାସ୍ଥ୍ୟକର। ଏଥିରେ କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏ, କ୍ୟାଲସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ, ଫସ୍ଫରସ୍, ଆଇରନ, ମିନେରାଲ୍ସ, ଭିଟାମିନ୍ ସି ଏବଂ ଭିଟାମିନ୍ ବି ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିଥାଏ ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ।
ଜାମୁକୋଳି: ବର୍ଷାଦିନେ ଜାମୁକୋଳି ଖାଇବା ଦ୍ୱାରା ପାଚକତନ୍ତ୍ର ମଜବୁତ୍ ହେବା ସହ ମଧୁମେହ ରୋଗ ନିୟନ୍ତ୍ରଣ ହୋଇ ରହିଥାଏ। ଏହା ସହ ପ୍ରତିଦିନ ଜାମୁକୋଳି ଖାଇଲେ କିଡ୍ନି ସମସ୍ୟା ଦୂର ହେବା ସହ ଦାନ୍ତ ମଧ୍ୟ ଶକ୍ତ ହୋଇଥାଏ।
ଚେରୀ: ବର୍ଷାଦିନେ ଚେରୀ ଖାଇବା ଦ୍ୱାରା ଶରୀରକୁ ଫାଇଦା ମିଳିଥାଏ। ଏଥିରେ ଥିବା କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏ, ଭିଟାମିନ୍ ବି ଏବଂ ଭିଟାମିନ୍ ସି, ବିଟା କେରୋଟିନ୍, କ୍ୟାଲସିୟମ ଏବଂ ପୋଟାସିୟମ ବର୍ଷର୍ାଦିନେ ଶରୀରକୁ ସୁସ୍ଥ ରଖିଥାଏ।
ଡାଳିମ୍ବ: ଡାଳିମ୍ବ ଲୋକମାନେ ବିଭିନ୍ନ ଋତୁରେ ଖାଇଥାନ୍ତି। କିନ୍ତୁ ବର୍ଷାଦିନେ ଏହାକୁ ଖାଇବା ଦ୍ୱାରା ରୋଗ ହେବାର ଆଶଙ୍କା କମ୍ ହୋଇଥାଏ।