ଯେତେବେଳେ ଆମେ ଜିମ୍ ଯାଇ ଥାଉ ବା ସକାଳେ ମର୍ଣ୍ଣିଂ ଓ୍ଵାକ୍ରେ ବାହାରି ଥାଉ, ସେତେବେଳେ ଆମେ ସାଧାରଣତଃ ଖାଲି ପେଟରେ ଯାଇ ଥାଉ । ଆମେ କିଛି ଖାଇ ନ ଥାଉ । ଆମେ ଭାବୁ ଯେ ଓ୍ଵାର୍କ ଆଉଟ୍ ପୂର୍ବରୁ କିଛି ଖାଇଲେ ପେଟରେ ଯନ୍ତ୍ରଣା ହୁଏ । କିନ୍ତୁ ପ୍ରକୃତରେ ସେଭଳି କିଛି ଘଟେ ନାହିଁ । ବରଂ ଯେମିତି ମେସିନ୍କୁ ଅଏଲ୍ର ଆବଶ୍ୟକତା ଅଛି , ଠିକ୍ ସେମିତି ଶରୀରକୁ ଖାଦ୍ୟର ଆବଶ୍ୟକତା ରହିଛି ।
/sambad/media/post_attachments/wp-content/uploads/2018/03/banana-300x179.jpg)
ଏଥିପାଇଁ ଜିମ୍କୁ ଯିବା ପୂର୍ବରୁ କଦଳୀ ବା ସେଓ ସେବନ କରିବା ପାଇଁ ପରାମର୍ଶ ଦିଆ ଯାଇଥାଏ । ଏହା ଆପଣଙ୍କ ଶରୀରପାଇଁ ଷ୍ଟିମୁଲେଟର୍ ଭଳି କାମ କରିଥାଏ । କହିବାର ଅର୍ଥ ହେଲା ଯେ ଏହା ଆମକୁ ଶକ୍ତି ଯୋଗାଇଥାଏ । ବିଶେଷଜ୍ଞମାନଙ୍କ ଅନୁଯାୟୀ କିଛି ନ ଖାଇ ବ୍ୟାୟାମ କରିବା ଆମ ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହଁ । ଏଣୁ ଜିମ୍ ଯିବା ପୂର୍ବରୁ କଦଳୀ ବା ସେଓ ଖାଆନ୍ତୁ ।
/sambad/media/post_attachments/wp-content/uploads/2018/03/apple-woolworths-300x300.jpg)
ଖାଲିପେଟରେ ଜିମ୍ ଗଲେ ଅଧିକ କ୍ୟାଲୋରି ବର୍ଣ୍ଣ ହେବା ସହିତ ବ୍ଲଡ ସୁଗାର ସ୍ତର ମଧ୍ୟ କମ୍ ହୋଇଥାଏ । ଏହା ସହିତ ଶରୀରରେ ପ୍ରୋଟିନ୍ ଲସ୍ ବି ହୋଇଥାଏ । କଦଳୀରେ ଉପଯୁକ୍ତ ମାତ୍ରାରେ କାର୍ବସ, ପ୍ରୋଟିନ୍ ଓ ଫାଇବର୍ ଥାଏ । ଯଦି ଆପଣ ଜିମ୍ ଯିବା ପୂର୍ବରୁ କଦଳୀ ବା ସେଓ ସେବନ କରନ୍ତି, ତେବେ ଆପଣଙ୍କର ବ୍ଲଡ୍ ଗ୍ଲୁକୋଜ୍ ଲେବଲ୍ ଠିକ୍ ରହେ । ଏହାଛଡ଼ା ସେଓ ଓ କଦଳୀ ରେ ପୋଟାସିଅମ୍ ମଧ୍ୟ ଥାଏ, ଯାହା ଶରୀର ପାଇଁ ବ୍ୟାୟାମ ପୂର୍ବରୁ ଅଧିକ ଜରୁରୀ ।