ଚିକେନ୍‌ ଖାଇଲେ ଓଜନ ହ୍ରାସ ସହ ମିଳେ ଆହୁରି ଗୁଡ଼ାଏ ଫାଇଦା!

କୌଣସି ମାଂସାହାରୀଙ୍କୁ ପଚାରନ୍ତୁ ତାଙ୍କର ପ୍ରିୟ ଖାଦ୍ୟ ସଂପର୍କରେ। ପ୍ରାୟ ୮୦ରୁ ଊର୍ଧ୍ୱ ପ୍ରତିଶତ ଉତ୍ତର ଆସିବ ଚିକେନ୍‌। ମାତ୍ର ସମସ୍ତେ ଯେଉଁ ପରିମାଣରେ ଚିକେନ ଖାଇବାକୁ ପସନ୍ଦ କରନ୍ତି ସେହି ପରିମାଣରେ କିନ୍ତୁ ଖାଇପାରନ୍ତି ନାହିଁ। କାହିଁକି ଜାଣନ୍ତି? ଓଜନ ବୃଦ୍ଧି ପାଇବାର ଭୟ କାହାର ବା ନ ଥାଏ! ଆଜିକାଲି ଫିଟ୍‌ ରହିବାର ଯୁଗ ଚାଲୁଥିବା ବେଳେ କିଏ ବା ଚାହେଁ ଏକ ବୃହତକାୟ ଶରୀର ଧରି ଅପଦସ୍ତ ହେବାକୁ? ଖାସ୍‌ ସେଇଥିପାଇଁ ଚିକେନ୍‌ ପ୍ରିୟ ବ୍ୟକ୍ତିମାନେ ନିଜ ଖାଇବାରେ ଅଙ୍କୁଶ ଲଗାଇଥାନ୍ତି। କାଳେ ଓଜନ ବଢ଼ିିଯିବ କି! ମାତ୍ର ଡରିବାର କୌଣସି କାରଣ ନାହିଁ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଚିକେନ୍‌ ଖାଇଲେ ଓଜନା ବୃଦ୍ଧି ନୁହେଁ, ହ୍ରାସ ଘଟେ। ଚିକେନ୍‌ କେବଳ ଓଜନ ହ୍ରାସ କରାଏ ନାହିଁ, ବରଂ ନାନା ଦୃଷ୍ଟିରୁ ଚିକେନ୍‌ ସ୍ୱସ୍ଥ୍ୟ ପାଇଁ ଭଲ। ତେବେ, ଅତ୍ୟଧିକ ସବୁବେଳେ ଖରାପ। ମାତ୍ର ଆବଶ୍ୟକୀୟ ଚିକେନ୍‌ ଖାଇବାରେ କୌଣସି ଅସୁବିଧା ନାହିଁ।

ହୁଏତ ଆପଣ ଜାଣିନଥିବେ ଚିକେନ୍‌ରୁ ଆମକୁ ବହୁଳ ପରିମାଣର ପ୍ରୋଟିନ୍‌ ମିଳିଥାଏ। ଯାହାକି ଆମ ମସଲ୍‌କୁ ଶକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଯେଉଁମାନେ ଶକ୍ତିଶାଳୀ ହେବାକୁ ଚାହାନ୍ତି ସେମାନେ ନିଶ୍ଚୟ ଚିକେନ୍‌ ଖାଇବା ଉଚିତ୍‌।

ହାଡ ଶକ୍ତ କରିବାରେ ଚିକେନ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରୋଟିନ୍‌ ବ୍ୟତୀତ ଏଥିରେ କ୍ୟାଲ୍‌ସିୟମ ଏବଂ ଫସ୍‌ଫରସ୍‌ ମଧ୍ୟ ରହିଛି। ଯାହା ଫଳରେ ହାଡ଼ ଚିକେନ୍‌ ଖାଇବା ହେତୁ ହାଡ଼ ଶକ୍ତ ହୋଇଥାଏ।

ଚିକେନ୍‌ରେ ଭିଟାମିନ୍‌ ବି୫ ଅଛି। ଏହାବ୍ୟତୀତ ଏଥିରେ ମ୍ୟାଗନେସିୟମ ମଧ୍ୟ ରହିଛି। ଫଳରେ ଚିକେନ୍‌ ରୀତିମତ ଚିକେନ୍‌ ଖାଉଥିବା ବ୍ୟକ୍ତିଙ୍କର ଚିନ୍ତା କମ୍‌ ହୋଇଥାଏ।

ଆପଣ ହୁଏତ ଜାଣିଥିବେ ଯେ ଅଧିକାଂଶ ସମୟରେ ଡାକ୍ତର ଚିକେନ୍‌ ସୁପ୍‌ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି। ଚିକେନ୍‌ ସୁପ୍‌ ପିଇବା ଦ୍ୱାରା ଥଣ୍ଡା କମ୍‌ ହୋଇଥାଏ। ଶ୍ୱାସ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଭଲ।

ସମ୍ବନ୍ଧିତ ଖବର