ଗବେଷଣାରୁ ପ୍ରମାଣିତ ହୋଇଛି, ଅଣ୍ଡା ଖାଇବା ଦ୍ୱାରା ଶିଶୁଙ୍କୁ ମିଳିଥାଏ ପୋଷକ, ଯାହା ଶିଶୁଙ୍କ ମସ୍ତିଷ୍କ ବିକାଶରେ ସହାୟତା କରିଥାଏ । ଜନ୍ମ ନେବାର ୬ ମାସ ପରଠାରୁ ଯେଉଁ ଶିଶୁମାନେ ଅଣ୍ଡା ଖାଇବା ଆରମ୍ଭ କରିଥାନ୍ତି, ସେମାନଙ୍କ ମଧ୍ୟରେ ଅଧିକ ପରିମାଣର ଉଚ୍ଚ ରକ୍ତ ସାନ୍ଦ୍ରତା, ଡ଼ିଏଚଏ ଏବଂ କ୍ଲୋନିକାଲ ବାୟୋମେକର ଦେଖାଯାଇଥାଏ ବୋଲି ଆମେରିକାନ ପତ୍ରିକାର କ୍ଲିନିକାଲ ନ୍ୟୁଟ୍ରିସନ ପ୍ରକାଶ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
” ମଣିଷ ତା’ର ଜୀବନ କାଳ ମଧ୍ୟରେ ବହୁ ପରିମାଣର ଅଣ୍ଡା ଖାଇଥାଏ; କିନ୍ତୁ ଏହାର ମଧ୍ୟରେ ଥିବା ବହୁମାତ୍ରାର ପୋଷକ ପଦାର୍ଥ ବିଷୟରେ ସେ ଜାଣି ପାରି ନଥାଏ,” ବୋଲି କହିଛନ୍ତି ଓ୍ଵାଶିଂଟନ ବିଶ୍ୱବିଦ୍ୟାଳୟର ଲୋରା ଲାନୋତି । ଶିଶୁର ମସ୍ତିଷ୍କ ବିକାଶରେ କ୍ଲୋନିକ ଏବଂ ଡ଼ିଏଚଏର ବହୁତ ଅଂଶ ରହିଥାଏ । କ୍ଷୀର ଏବଂ ଖାଦ୍ୟ ଭଳି ଅଣ୍ଡାରେ ମଧ୍ୟ ଭରପୂର ମାତ୍ରରେ ପୋଷକ ପ୍ରଦାର୍ଥ ରହିଥାଏ ଯାହା ଦ୍ୱାରା ମସ୍ତିଷ୍କ ଏବଂ ଶରୀରର ବିକାଶ ଘଟିଥାଏ । ଅଣ୍ଡାରେ ଫ୍ୟାଟି ଏସିଡ଼, ପ୍ରୋଟିନ୍, କୋଲିନ୍, ଭିଟାମିନ ଏ ଓ ବି୧୨, ସେଲେନିୟମ ଏବଂ ଅନ୍ୟ ଆବଶ୍ୟକୀୟ ପୋଷକ ତତ୍ତ୍ୱ ରହିଥାଏ ,” ବୋଲି କହିଛନ୍ତି ଲାନୋତି ।
ଅଣ୍ଡାରେ ପୋଷକ ସଂପୂର୍ଣ୍ଣ ଏବଂ ଫୁଡ଼ ମାଟ୍ରିକ୍ସ ଦେଇଥାଏ ଯାହା ମେଟାବୋଲିଜିମ୍ ଏବଂ ଆବସୋରବସନ ବଢ଼ାଇବାରେ ସାହାଯ୍ୟ କରିଥାଏ । ଗବେଷଣା ପାଇଁ ୬-୯ ମାସ ଶିଶୁଙ୍କୁ ପ୍ରତିଦିନ ଗୋଟାଏ ଅଣ୍ଡା ୬ମାସ ପର୍ଯ୍ୟନ୍ତ ଦିଆଯାଇଥିଲା ଏହା ପରେ ଅଣ୍ଡା ଖାଇଥିବା ଏବଂ ଅଣ୍ଡା ନ ଖାଇଥିବା ଶିଶୁଙ୍କ ମଧ୍ୟରୁ ଅଣ୍ଡା ଖାଇଥିବା ଶିଶୁମାନଙ୍କର ଲିନିଅର ବିକାଶ କରିଥିବାର ଦେଖାଦେଇଥିଲା ବୋଲି କହିଚନ୍ତି ଲାନୋତି ।