ମାନସିକ ଅବସାଦରେ ଅଛନ୍ତି ତ, ଖାଆନ୍ତୁ ଏହି ଖାଦ୍ୟ

ମନୁଷ୍ୟ ଅନେକ ସମୟରେ ନିଜର ମାନସିକ ସ୍ଥିତିକୁ ନେଇ ସୁଖୀ ନ ଥାଏ। ଏଥିରୁ ମୁକୁଳିବାଲାଗି ସେ ନାନା ପ୍ରକାରର ପଦ୍ଧତି ଅବଲମ୍ବନ କରିଥାଏ।ନିଉଜିଲାଣ୍ଡରେ ପ୍ରାୟ ୪୦୦ ବ୍ୟକ୍ତିଙ୍କ ଉପରେ ଏହି ଗବେଷଣା କରାଯାଇଥିଲା , ଯେଉଁମାନେ ମାନସିକ ଅବସାଦ ଭିତରେ ଗତି କରୁଥିଲେ ।

ଓଟାପୋ ବିଶ୍ୱ ବିଦ୍ୟାଳୟର ଗବେଷକ ଡ଼ ତାମଲିନ୍‌ କୋନର୍‌ କହିଛନ୍ତି ଯେ,ତାଙ୍କ ଟିମ୍‌ ଉକ୍ତ ମାନସିକ ଅବସାଦଗ୍ରସ୍ତ ଲୋକଙ୍କର ପରିବର୍ତ୍ତିତ ଜୀବନଶୈଳୀ ଉପରେ ଧ୍ୟାନ ଦେଇଥିଲେ। ସେମାନଙ୍କୁ ଗାଜର, କଦଳୀ, କାକୁଡ଼ି, ସେଓ , ପିଜୁଳି , ସପେଟା, କ୍ୱିଓ୍ଵି , ଲେଲିଟ୍ୟୁସ୍‌ ,ପାଳଙ୍ଗ ଓ ଅଙ୍ଗୁର ଆଦି ଖାଇବାକୁ ଦିଆ ଯାଇଥିଲା। ମାନସିକ ଅବସାଦଗ୍ରସ୍ତ ଲୋକେ ଏହି ତାଜା ଫଳ ଓ ପରିବା ଖାଇବାର ସପ୍ତାହକ ପରେ ସେମାନଙ୍କର ମାନସିକ ସ୍ଥିତି କ୍ରମଶଃ ବଦଳିବା ଲକ୍ଷ୍ୟ କରା ଯାଇଥିଲା।

ଆହୁରି ମଧ୍ୟ ଜଣାଗଲା ଯେ ତାଜା ପନିପରିବା ଓ ଫଳ ସେବନ କରିବା ଫଳରେ ମାନସିକ ଅବସାଦ ସାଧାରଣତଃ ଦେଖା ଦେଇ ନ ଥାଏ। ଏଣୁ ଅଧିକ ମାତ୍ରାରେ କଞ୍ଚା ପରିବା ଓ ଫଳ ଖାଇବା ଉଚିତ ବୋଲି ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି।ଏହି ଗବେଷଣାରୁ ଜଣାଯାଇଛି ଯେ,କଞ୍ଚା ଫଳ ଓ ପନିପରିବା ଖାଇଲେ ମାନସିକ ଅବସାଦଠାରୁ ମଣିଷ ଦୂରରେ ରହିଥାଏ।

ସମ୍ବନ୍ଧିତ ଖବର