ମସଲାଯୁକ୍ତ ଖାଦ୍ୟ ଖାଇଲେ ହୃଦଘାତ ହେବାର ଆଶଙ୍କା କମ୍‌ !

ଯେଉଁମାନେ ଅଧିକ ପରିମାଣରେ ମସଲାଯୁକ୍ତ ଖାଦ୍ୟ ଖାଇବା ସହ କମ ଲୁଣ ଖାଇବାକୁ ପସନ୍ଦ କରନ୍ତି, ସେମାନଙ୍କୁ ହୃଦ୍‌ଘାତ ହେବାର କମ ଆଶଙ୍କା ଥାଏ ବୋଲି ଚାଇନାରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ହାଇପରଟେନସନ ଜର୍ଣ୍ଣାଲ୍‌ ଅନୁସାରେ କମ ମସଲା ଖାଉଥିବା ଲୋକ ଦିନକୁ ୩୩.୪ ଗ୍ରାମ ଲୁଣ ଖାଇଥାନ୍ତି । କିନ୍ତୁ ମସଲା ଅଧିକ ଖାଉଥିବା ଲୋକମାନେ ଦିନକୁ ୧୦.୩ ଗ୍ରାମ ଲୁଣ ଖାଇଥାନ୍ତି।

ସିଷ୍ଟୋଲିକ ବ୍ଲଡ଼ପ୍ରେସର ଆକ୍ରାନ୍ତଙ୍କର ହୃତସ୍ପନ୍ଦନ ସମୟରେ ରକ୍ତର ଚାପ ଧମନୀ ଆଡ଼କୁ ୮ଏମଏମଏଚଜି ଥାଏ ଯାହାକି ଅଧିକ ମସଲା ଖାଉଥିବା ଲୋକମାନଙ୍କ ପାଇଁ କମ ହୋଇଥିବା ବେଳେ କମ ମସଲା ଖାଉଥିବା ଲୋକମାନଙ୍କ ପାଇଁ ଅଧିକ ଥାଏ। ସେହିପରି ଡ଼ାଏଷ୍ଟ୍ରୋଲିକ ବ୍ଲଡ଼ପ୍ରେସର ଥିଲେ ହୃତସ୍ପନ୍ଦନ ସମୟରେ ରକ୍ତଚାପ ଧମନୀ ଆଡ଼କୁ ୫ଏମଏମଏଚଜି ଥାଏ ଯାହାକି ମସଲାକୁ ଭଲ ପାଉଥିବା ଲୋକଙ୍କ ପାଇଁ ବହୁତ କମ।

ଅଧିକ ପରିମାଣର ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ରକ୍ତଚାପର ପରିମାଣ ହ୍ରାସ ହୋଇଥାଏ ବୋଲି କହିଛନ୍ତି ଚାଇନାର ଥାର୍ଡ଼ ମିଲିଟାରି ମେଡ଼ିକାଲ ୟୁନିଭରସିଟିର ବରିଷ୍ଠ ଗବେଷକ ଝିମିଙ୍ଗ୍‌ ଝୁ । ଲୋକମାନେ ଯେତେ ଇଚ୍ଛା ସେତେ ମସଲା ଖାଇବା ଦରକାର ବୋଲି ସେ ସୂଚନା ଦେଇଛନ୍ତି। ତେବେ ଦରକାରରୁ ଅଧିକ ଏବଂ କମ ଲୁଣ ଖାଉଥିବା ଲୋକମାନଙ୍କ ଠାରେ ହୃତପିଣ୍ଡ ଜନିତ ରୋଗ ଦେଖା ଦେଇଥାଏ ।

ଅନ୍ୟ ପକ୍ଷରେ ଏହି ଅଧ୍ୟୟନ ସହ ଜଡ଼ିତ ଥିବା ବୋଷ୍ଟନ୍‌ ୟୁନିଭର୍ସିଟିର ଗବେଷକ ରିଚାର୍ଡ଼ ବୋଷ୍ଟନ କହିଛନ୍ତି, ମସଲାଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ରକ୍ତର ଚାପ କମ ରହିବ ବୋଲି କହିବା ସମ୍ଭବ ନୁହେଁ।

 

ସମ୍ବନ୍ଧିତ ଖବର