ଶାସ୍ତ୍ର ଅନୁସାରେ କାହାର ଅଇଁଠା ଖାଇବା ଅନୁଚିତ! ଜାଣନ୍ତୁ କାହିଁକି

ହିନ୍ଦୁ ଧର୍ମରେ ପ୍ରଚଳିତ ଶାସ୍ତ୍ରରେ ଭୋଜନକୁ କେବଳ ଏକ ଖାଦ୍ୟ ପଦାର୍ଥ ହିସାବରେ ବିବେଚନା କରା ନ ଯାଇ ପୂଜନୀୟ ମନା ଯାଇଥାଏ । ଯେହେତୁ ଅନ୍ନ ଗ୍ରହଣ ଦ୍ୱାରା ଜୀବନଧାରଣ ସମ୍ଭବ ହୋଇଥାଏ ତେଣୁ ଅନ୍ନ ଠାରୁ ମହାନ ଆଉ କିଛି ନାହିଁ। ଭୋଜନ କରିବା ଦ୍ୱାରା ଆମକୁ ଶକ୍ତି ମିଳିଥାଏ। ହିନ୍ଦୁ ପରିବାରରେ ଭୋଜନ କରିବା ପୂର୍ବରୁ ପ୍ରାର୍ଥନା କରାଯାଇଥାଏ। ଭୋଜନ ଦେଇଥିବାରୁ ଭଗବାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥାଏ ।

ଭୋଜନ ସାତ୍ୱିକ ହେବା ଦରକାର। ଅର୍ଥାତ୍‌ କୌଣସି ଦୂଷିତ ପଦାର୍ଥ ନ ହେବା, ମାଂସହାରୀ ନ ହେବା ଏହି ସବୁ ଧ୍ୟାନରେ ରଖିକି ଭୋଜନ ପ୍ରସ୍ତୁତ କରାଯାଏ। ଭୋଜନ ପ୍ରସ୍ତୁତ କରୁଥିବା ସମୟରେ ଏବଂ ପରଷିବା ସମୟରେ ଯେମିତି ଅଇଁଠା ହାତ ନ ଲାଗିବ ସେଥିପ୍ରତି ଧ୍ୟାନ ଦିଆଯାଏ। ଭୋଜନ କରିବା ସମୟରେ କିଛି ନିୟମ ରହଛିି, ଯାହା ପାଳନ କରିବା ଉଚିତ। ଭୋଜନ କରିବା ସମୟରେ କଥାବାର୍ତ୍ତା ହେବା, ଟିଭି ଦେଖିବା, ସଙ୍ଗୀତ ଶୁଣିବା ଆଦି ନିଷେଧ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। କାହାର ଅଇଁଠା ମଧ୍ୟ ଖାଇବା ଅନୁଚିତ। କିନ୍ତୁ ଆମେ ଭାବୁ କି ଯେ କାହାର ଅଇଁଠା ଖାଇବା ଦ୍ୱାରା ଭଲପାଇବା ବଢିଥାଏ। କିନ୍ତୁ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ କାହାର ଅଇଁଠା ଖାଇବା ଦ୍ୱାରା ଆମେ କାହାର ଦୁର୍ଭାଗ୍ୟକୁ ଡାକିଆଣିଥାଉ। ଯଦି ଆମେ କାହାର ଅଇଁଠା ଖାଇଥାଉ,ତା’ହେଲେ ଘର ପରିବାରରେ କଳହ ସୃଷ୍ଟି ହୋଇଥାଏ, ସୁଖ ନଷ୍ଟ ହୋଇଯାଇଥାଏ । କାହାର ଅଇଁଠା ଖାଇବା ଦ୍ୱାରା ତା’ର ମନରେ ଥିବା ଖରାପ ବିଚାର ଆମ ମନକୁ ସଞ୍ଚାରିତ ହୋଇଯାଇଥାଏ । ଧନ ସଂଚୟ ମଧ୍ୟ ହୋଇପାରେ ନାହିଁ।

ସମ୍ବନ୍ଧିତ ଖବର