କେଶ ରଙ୍ଗ କରିବା ଦ୍ୱାରା ଶରୀର ଉପରେ ଏହି ସବୁ ଖରାପ ପ୍ରଭାବ ପଡ଼ିଥାଏ
ଆଜିକାଲି କେଶକୁ ରଙ୍ଗ କରିବା ଅତି ସାଧାରଣ କଥା ହୋଇଗଲାଣି। ଝିଅ ହୁଅନ୍ତୁ ବା ପୁଅ ସମସ୍ତେ ନିଜ ନିଜ କେଶକୁ ଭିନ୍ନ ଭିନ୍ନ ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି। କିଛି ଲୋକ ପାଚି ଯାଇଥିବା କେଶକୁ କଳା କରିବା ପାଇଁ ରଙ୍ଗ କରିଥାଆନ୍ତି; ତ କିଛି ଷ୍ଟାଇଲିସ ଦେଖାଯିବା ପାଇଁ କେଶକୁ ରଙ୍ଗ କରି ଥାଆନ୍ତି। କେଶ ରଙ୍ଗ କରିବା ଦ୍ୱାରା ଲୋକମାନେ ଭଲ ଦେଖାଯାଇଥାଆନ୍ତି। କିନ୍ତୁ ଏହାର ଶରୀର ଉପରେ କ’ଣ ଖରାପ ପ୍ରଭାବ ରହିଛି ତାହା ବୋଧ ହୁଏ ରଙ୍ଗ କରୁଥିବା ଲୋକଙ୍କୁ ଜଣା ନ ଥିବ। ତେବେ ଆସନ୍ତୁ ଜାଣିବା ରଙ୍ଗ କରିବା ଦ୍ୱାରା ଶରୀର ଉପରେ କ’ଣ ଖରାପ ପ୍ରଭାବ ପଡ଼ିଥାଏ ।…
୧. କେଶରେ ଥିବା ରଙ୍ଗରେ ଅଧିକ ହାନିକାରକ କେମିକାଲ ଥିବାରୁ ବେଳେ ବେଳେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ଯେଉଁ ଲୋକମାନଙ୍କୁ ଶ୍ୱାସ ଜନିତ ସମସ୍ୟା ରହିଛି, ସେମାନେ କେଶ ରଙ୍ଗ କରିବା ପୂର୍ବରୁ ଡ଼ାକ୍ତରଙ୍କୁ ପରାମର୍ଶ କରିବା ନିତାନ୍ତ ଆବଶ୍ୟକ ।
୨. କେଶକୁ ରଙ୍ଗ କରିବା ପାଇଁ ବ୍ୟବହାର କରାଯାଉଥିବା ପଦାର୍ଥରେ କ୍ୟାନସର ସୃଷ୍ଟିକାରୀ କେମିକାଲ ରହିଥାଏ। ଯଦି ଆପଣ କେଶ ରଙ୍ଗ କରୁଛନ୍ତି, ତେବେ ତାହା ଶରୀର ମଧ୍ୟକୁ ଯାଇ କ୍ୟାନ୍ସର ସୃଷ୍ଟି କରିଥାଏ ।
୩. ବେଳେ ବେଳେ ରଙ୍ଗ କରିବା ଦ୍ୱାରା ମୁହଁରେ ଦାଗ ହୋଇ ଯାଇଥାଏ । ଯଦି ଆପଣଙ୍କ ସହ ମଧ୍ୟ ଏପରି କିଛି ଘଟୁଛି ତେବେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରନ୍ତୁ ।
Sambad is now on WhatsApp
Join and get latest news updates delivered to you via WhatsApp
୪. ଅନେକ ସମୟରେ କେଶକୁ ରଙ୍ଗ କରି ସାରିବା ପରେ ଶରୀରରେ ପୋଡ଼ା ଜଳା ହେବା ସହ ଚର୍ମ କୁଣ୍ଡେଇ ହେବାକୁ ଲାଗିଥାଏ। କାରଣ କେଶକୁ ରଙ୍ଗ କରିବା ପାଇଁ ବ୍ୟବହାର ରଙ୍ଗରେ ପାରାଫାୟାଲୋଏଡ ରହିଥାଏ। ଯାହାକି ଏପରି ହେବାର ମୁଖ୍ୟ କାରଣ ହୋଇଥାଏ ।
୫. ଯଦି କେବେ କେଶ ରଙ୍ଗ କରିବା ସମୟରେ ତାହା ଆଖିକୁ ଚାଲି ଯାଉଛି, ତେବେ ଆଖି ଫୁଲି ଯିବା ସହ ନାଲି ପଡ଼ିଯାଏ ଏବଂ ଆଖିରୁ ପାଣି ବାହାରିବାକୁ ଲାଗିଥାଏ ।