ନୂଆଦିଲ୍ଲୀ : ଚଳିତବର୍ଷ ଶେଷ ସୁଦ୍ଧା ଓଡ଼ିଶାରୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା ୯୬ ଜଣ ବ୍ୟକ୍ତିଙ୍କ ଉପରୁ କଟକଣା ହଟିବ। ଗତ ୨୦୧୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଏହି ବ୍ୟକ୍ତିମାନେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ନିର୍ବାଚନ ଫଳାଫଳ ଘୋଷଣା ହେବାର ୩୦ ଦିନ ପରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ନିର୍ବାଚନ ଖର୍ଚ୍ଚ ବିବରଣୀ ଦାଖଲ କରିବାକୁ ପଡ଼ିଥାଏ। ନଚେତ୍ ସେମାନଙ୍କୁ ରିପ୍ରେଜେଣ୍ଟେସନ ଅଫ ପିପୁଲ୍ସ ଆକ୍ଟ ୧୯୫୧ର ସେକ୍ସନ୍ ୧୦ (କ) ଅନ୍ତର୍ଗତ ତିନିବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରିଦିଆଯାଏ। ଅଯୋଗ୍ୟ ଘୋଷିତ ଅବଧି ସମୟରେ ସେମାନେ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ। ନିର୍ବାଚନ ଆୟୋଗଙ୍କ (ଲିଷ୍ଟ୍ ଅଫ ଡିସକ୍ୱାଲିଫାଏଡ ପର୍ସନ୍ସ) ତଥା ଅଯୋଗ୍ୟ ଘୋଷିତ ବ୍ୟକ୍ତି ତାଲିକାରେ ଓଡ଼ିଶାର ସମୁଦାୟ ୧୦୪ ଜଣ ବ୍ୟକ୍ତିଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ସେଥିମଧ୍ୟରୁ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୪ଜଣ ବ୍ୟକ୍ତିଙ୍କର ଅଯୋଗ୍ୟ ଅବଧି ଚଳିତବର୍ଷ ଶେଷସୁଦ୍ଧା ଶେଷ ହେବ। କଟକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିବା ସବ୍ୟସାଚୀ ମହାପାତ୍ର, କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଏସ୍କେ ଫାରୁକ୍ ଓ ମହମ୍ମଦ ସମିମ୍ ଅଖତାରଙ୍କ ଅଯୋଗ୍ୟ ଅବଧି ଚଳିତବର୍ଷ ମାର୍ଚ୍ଚ ୨୩ରେ ଶେଷ ହେଉଥିବାବେଳେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିବା ଶ୍ରୀମତି ତାରିଣୀ ଭୋଇଙ୍କର ଅଯୋଗ୍ୟ ଅବଧି ଡିସେମ୍ବର ୧୨ ତାରିଖରେ ଶେଷ ହେବ। ଏହାବାଦ୍ ୨୦୧୯ରେ ୮ ଜଣ ବ୍ୟକ୍ତି ଓ ୨୦୨୦ରେ ୮ ଜଣ ବ୍ୟକ୍ତିଙ୍କର ଅଯୋଗ୍ୟ ଅବଧି ଶେଷ ହେବ ବୋଲି ଜଣାପଡ଼ିଛି।
ଓଡ଼ିଶାରୁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ୯୬ ଜଣଙ୍କ ଉପରୁ କଟକଣା ହଟିବ
/sambad/media/post_attachments/wp-content/uploads/2018/01/ec.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)