ଆପଣ ଜାଣିିଥିବେ ନିଶ୍ଚୟ କୌଣସି ବୟସ୍କ ବ୍ୟକ୍ତି ଯଦି ଯୁବା ଦିଶନ୍ତି ତେବେ ତାହା ତାଙ୍କର ବାହାଦୁରି। ମାତ୍ର ଯଦି ଖୁବ୍ କମ୍ ବୟସରେ ବି ବାର୍ଦ୍ଧକ୍ୟ ଛାପ ମୁହଁରେ ଦିଶେ? ତେବେ, ସଙ୍କୋଚ ନିଶ୍ଚୟ ଲାଗିବ। ଆପଣଙ୍କ ଚର୍ମର ରଙ୍ଗ ଯାହା ହେଉ ପଛେ ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଆପଣ କେତିକି ଆକର୍ଷଣୀୟ ଭାବେ ନିଜକୁ ଉପସ୍ଥାପିତ କରୁଛନ୍ତି ତାହା ହିଁ ଗୁରୁତ୍ୱପୂର୍ଣ୍ଣ। ନିମ୍ନରେ ସେ ସଂପର୍କରେ ଉଲ୍ଳେଖ କରାଯାଇଛି। ଏହି ସବୁ ଦିଗକୁ ଧ୍ୟାନ ଦେଲେ ଆପଣ ବି ଦିଶିବେ ଚୀର ସବୁଜ।
ଡାକ୍ତରଙ୍କଠାରୁ ଆରମ୍ଭ କରି ଯୋଗ ଗୁରୁ, ସେଲିବ୍ରେଟି ଏବଂ ସବୁ ଧରଣର ବିୟୁଟିସିଆନ୍ମାନେ ମତ ଦିଅନ୍ତିି ଯେ ପାଣି ପିଇବା ଉତ୍ତମ ତ୍ୱଚା ପାଇଁ ସବୁଠାରୁ ଅଧିକ ଜରୁରୀ। ଯିଏ ତେତେ ପରିମାଣରେ ପାଣି ପିଅନ୍ତି ତାଙ୍କ ତ୍ୱଚା ସେତେ ଚିକ୍କଣ ଦିଶେ। ବ୍ରଣ ସମସ୍ୟା ମଧ୍ୟ ପାଖ ପଶେ ନାହିଁ।
ଫଳ, ପରିବା, ଦୁଗ୍ଧ ଜାତୀୟ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ଫଳରେ ତ୍ୱଚା ତେଲିଆ ଦିଶେ। ଦୂରରୁ ମଧ୍ୟ ଆପଣଙ୍କ ଚେହେରା ଚକମକ କରିବ। ପାରୁଛନ୍ତି ଯଦି କଲରା, ଲାଉ ଏବଂ ଗାଜର ରସ ପିଅନ୍ତୁ।
ଚା, କଫି କିମ୍ବା ଫାଷ୍ଟ୍ଫୁଡ୍ରୁ ନିଜକୁ ଦୂରେଇ ରଖନ୍ତୁ। ମନେ ରଖନ୍ତୁ ଫାଷ୍ଟ୍ଫୁଡ୍ ପ୍ରିୟ ଲୋକଙ୍କ ମଧ୍ୟରେ ଖୁବ୍ କମ୍ ବୟସରେ ବାର୍ଦ୍ଧକ୍ୟର ଛାପ ସ୍ପଷ୍ଟ ବାରି ହୋଇପଡ଼େ।
ମଝିରେ ମଝିରେ ଗରମ ପାଣିରେ ମୁହଁକୁ ବାମ୍ଫ ଦିଅନ୍ତୁ। ଫଳରେ ଆପଣଙ୍କ ମୁହଁରେ ଥିବା ଧୂଳିକଣିକା ବାହାରିଯିବ ଏବଂ ଆପଣଙ୍କ ମୁହଁ ପୂର୍ବପେକ୍ଷା ଉଜ୍ୱଳ ଦିଶିବ। ଅତିକମ୍ରେ ସପ୍ତାହକୁ ଥରୁଟିଏ ଏହି ବାମ୍ଫ ଦିଅନ୍ତୁ।
ଖରାରେ ଯାଉଥିଲେ ସନ୍ସ୍କ୍ରିନ୍ ଲୋସନ ନିଶ୍ଚୟ ଲଗାନ୍ତୁ। ନଚେତ ସୂର୍ଯ୍ୟକରିଣ ମୁହଁରେ ବାଜି ମୁହଁ ଟ୍ୟାନ୍ ହେବା ଦ୍ୱାରା ଯୁବାପଣ କ୍ଷୟ ହୋଇଥାଏ।
ମଝିରେ ମଝିରେ ମୁହଁରେ ଅମୃତଭଣ୍ଡା, କଦଳୀ, ଆଳୁ, ବିଲାତି ବାଇଗଣ କିମ୍ବା ମହୁ କୌଣସିରୁ ଗୋଟାଏ ଲେପ ଦିଅନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ।
ଅଧିକରୁ ଅଧିକ ଥର ମୁହଁ ଧୁଅନ୍ତୁ। ଥଣ୍ଡା ପାଣିରେ ମୁହଁ ଧୋଇଲେ ବେଶି ଭଲ। ବ୍ରଣ, ଦାଗ କିମ୍ବା ଛଉ ଆଦି ସମସ୍ୟା ପାଖ ପଶେ ନାହିଁ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଣା ହେଲା ରାତିରେ ଜଲ୍ଦି ଶୋଇ ସକାଳୁ ଜଲ୍ଦି ଉଠନ୍ତୁ। ବିଳମ୍ବିତ ରାତିରେ ଶୋଇବା ତ୍ୱଚା ପାଇଁ ଆଦୌ ଶୁଭଙ୍କର ନୁହେଁ।
ଉପରୋକ୍ତ କଥାଗୁଡ଼ିକୁ ଧ୍ୟାନ ଦେଲେ ଆପଣ ବି ରହିବେ ଚୀର ସବୁଜ। ଆପଣଙ୍କୁ ଦେଖି ଲୋକେ ଦ୍ୱନ୍ଦ୍ୱରେ ପଡ଼ିବେ ନିଶ୍ଚୟ। କିନ୍ତୁ ସେ ଦ୍ୱନ୍ଦ୍ୱ ଆପଣଙ୍କୁ ଖୁସି ଦେବ ନିଶ୍ଚୟ।