/sambad/media/post_attachments/wp-content/uploads/2018/01/Neck-Pain_Infographics_2.jpg)
କୌଣସି ପ୍ରକାରର ଆଘାତ କାରଣରୁ ଆମ ଶରୀରର ହାଡ଼ଗୁଡ଼ିକ ନିଜ ନିଜ ସ୍ଥାନରୁ ଅଲଗା ହୋଇଗଲେ, ମାଂସପେଶୀରେ ଆଘାତ, ବେକର ସ୍ପାଇନ୍ରେ ଆର୍ଥରାଇଟିସ୍, ଭାରି ଜିନିଷ ଉଠାଇଲେ, ଅବସାଦ ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ମଧ୍ୟ ରକା ପଶିଥାଏ।
/sambad/media/post_attachments/wp-content/uploads/2018/01/Neck-Pain_Infographics_3.jpg)
ବ୍ୟାୟମ-୧: ପ୍ରଥମେ ଦୁଇଟି ଗୋଡ଼ ମଧ୍ୟରେ ହାଲ୍କା ସମାନ୍ୟ ବ୍ୟବଧାନ ରଖି ଚେଆର ଉପରେ ବସି ପଡ଼ନ୍ତୁ। ଏହାପରେ ଡାହାଣ ହାତକୁ ମୁଣ୍ଡର ପଛ ଭାଗରେ ରଖନ୍ତୁ ଏବଂ ଧୀରେଧୀରେ ମୁଣ୍ଡକୁ ଚାରି ଦିଗକୁ ଘୂରାନ୍ତୁ। ବ୍ୟାୟାମ ମଝିରେ ଏକ ରୁ ଦୁଇ ମିନିଟ୍ ବିଶ୍ରାମ ନେଇ ଧୀରେ ଧୀରେ ମୁଣ୍ଡକୁ ଡାହାଣରୁ ବାମକୁ ଘୂରାନ୍ତୁ। ଅତି କମ୍ରେ ହିଁ ଚାରିରୁ ପାଞ୍ଚଥର ଏମିତି କରନ୍ତୁ। ମନେରଖନ୍ତୁ, ବ୍ୟାୟାମ କରିବା ସମୟରେ ଯେମିତି ବେକରେ ଅଧିକ କଷ୍ଟ ନ ହୁଏ।
/sambad/media/post_attachments/wp-content/uploads/2018/01/chaircardiobig.jpg)
ବ୍ୟାୟମ-୨: ଏତଦ୍ବ୍ୟତୀତ କାନ୍ଧ ବ୍ୟାୟାମ କରିବା ଦ୍ୱାରା ବି ରକା ସମସ୍ୟାରୁ ମୁକ୍ତି ମିଳିବ। ଏହି କରିବାକୁ ଦୁଇ ଗୋଡ଼ ମଧ୍ୟରେ ସାମାନ୍ୟ ଫାଙ୍କା ରଖି ଚେଆରରେ ବସନ୍ତୁ। ଏବେ ଦୁଇ ହାତର ଆଙ୍ଗୁଠିକୁ କାନ୍ଧରେ ରଖନ୍ତୁ। ଏହାପରେ ହାତକୁ କାନ୍ଧର ଚାରିପଟେ ଘୂରାଇ ବୁଲାନ୍ତୁ, ଯେମିତି କାନ୍ଧ ଚଳପ୍ରଚଳ ହେବ। ପ୍ରାୟ ୮ ଥର ବାମରୁ ଡାହଣ ଏବଂ ଡାହଣରୁ ବାମ କରି ଏହି ବ୍ୟାୟାମ କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Neck-Pain_Infographics_1-1.jpg)