ଓଜନ ବଢିବା କାରଣରୁ ବହୁ ଲୋକକଙ୍କ ଚେହେରାରେ ବହୁ ଫ୍ୟାଟ୍ ଜମା ହୋଇଯାଇଥାଏ। ଏହି କାରଣରୁ ମୁହଁ ବଡ଼ ଦେଖାଯାଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ଏମିତି ମୁହଁର ବ୍ୟାୟାମ ରହିଛି ଯାହାକୁ ଆପଣ ପ୍ରତିଦିନ କରିକି ଚେହେରାର ଫ୍ୟାଟ୍ କମ୍ କରି ପାରିବେ। ଫିଟ୍ନେସ୍ ଏକ୍ସ୍ପର୍ଟ୍ ବତାଉଛନ୍ତି ୮ ଟି ମୁହଁ ବ୍ୟାୟାମ ବିଷୟରେ। ଏହା ବହୁତ ସାଧାରଣ ଅଟେ, ଯାହାକୁ ଆପଣ କେବେବି କୌଣସି ସ୍ଥାନରେ କରି ପାରିବେ।
/sambad/media/post_attachments/wp-content/uploads/2018/12/Face-Fat_Slide_2-1.jpg)
ବେକ ପଛପଟକୁ ନୁଆଇ ଉପରକୁ ଦେଖନ୍ତୁ। ବର୍ତ୍ତମାନ ଜିଭକୁ ଯେତେ ହୋଇପାରିବ ବାହାର କରନ୍ତୁ। ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏହି ପୋଜିସନ୍ରେ ରହନ୍ତୁ। ଏମିତି ୧୦ ଥର କରନ୍ତୁ।
/sambad/media/post_attachments/wp-content/uploads/2018/12/Face-Fat_Slide_3-1.jpg)
ବେକକୁ ସିଧା ରଖନ୍ତୁ, ମୁହଁକୁ ଖୋଲିକି ଯେତିକି ହୋଇ ପାରିବ ଜୀଭକୁ ବାହାର କରନ୍ତୁ। ୧୦ ସେକେଣ୍ଡ ପର୍ଯ୍ୟନ୍ତ ଏମିତି ପୋଜିସନ୍ରେ ରୁହନ୍ତୁ। ଏହାକୁ ୧୦ ଥର କରନ୍ତୁ।
/sambad/media/post_attachments/wp-content/uploads/2018/12/Face-Fat_Slide_4-1.jpg)
ବେକକୁ ପୂରାପୂରି ଭାବେ ସିଧା ରଖନ୍ତୁ। ବର୍ତ୍ତମାନ ଓଠକୁ ଗୋଲ୍ କରିକି ଟାଇଟ୍ କରନ୍ତୁ। ଗାଲକୁ ଭିତରକୁ ନେବା ପାଇଁ ଚେଷ୍ଟା କରନ୍ତୁ। ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ରୁହନ୍ତୁ। ଏମିତି ୧୦ ଥର କରନ୍ତୁ।
/sambad/media/post_attachments/wp-content/uploads/2018/12/Face-Fat_Slide_5-1.jpg)
ମୁହଁର ତଳପାର୍ଶ୍ୱର ଥୁଣ୍ଟିକୁ ଆଗକୁ ବାହାର କରନ୍ତୁ। ଓଠକୁ ଯେତିକି ହୋପାରିବ ଉପରକୁ ଉଠାନ୍ତୁ। ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ଏହି ପୋଜିସନ୍ରେ ରୁହନ୍ତୁ। ଏମିତି ୧୦ ଥର କରନ୍ତୁ।
/sambad/media/post_attachments/wp-content/uploads/2018/12/Face-Fat_Slide_6-1.jpg)
ବେକ ପଛକୁ କରି ଉପରକୁ ଦେଖନ୍ତୁ। ଓଠକୁ ଗୋଲ୍ କରି ଟାଇଟ୍ କରନ୍ତୁ। ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ରୁହନ୍ତୁ। ଏହା ୧୦ ଥର କରନ୍ତୁ।
/sambad/media/post_attachments/wp-content/uploads/2018/12/Face-Fat_Slide_7-1.jpg)
ମୁହଁକୁ ପୂରା ଖୋଲନ୍ତୁ ଓ ଜୀଭରେ ତଳ ଦାନ୍ତକୁ ଦବାନ୍ତୁ। ୧୦ ସେକେଣ୍ଡ୍ ପର୍ଯ୍ୟନ୍ତ ରୁହନ୍ତୁ। ଏମିତି ୧୦ ଥର କରନ୍ତୁ।
/sambad/media/post_attachments/wp-content/uploads/2018/12/Face-Fat_Slide_8-1.jpg)
ଗାଲ ଓ ଓଠକୁ ଭିତରକୁ ଟାଣନ୍ତୁ। ୫ ସେକେଣ୍ଡ୍ ପାଇଁ ରୁହନ୍ତୁ। ଏମିତି ୧୦ ଥର କରନ୍ତୁ।
/sambad/media/post_attachments/wp-content/uploads/2018/12/Face-Fat_Slide_9-1.jpg)
ଗାଲକୁ ଭିତରକୁ ଟାଣିକି ଦାନ୍ତ ତଳକୁ ଦବାନ୍ତୁ। ୧୦ ସେକେଣ୍ଡ୍ ରୁହନ୍ତୁ। ଏମିତି ୧୦ ଥର କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Face-Fat_Slide_1.jpg)