ବ୍ୟାୟାମ କରିବା ସମସ୍ତଙ୍କ ପକ୍ଷରେ ଭଲ,କାରଣ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । ହେଲେ ଏଥିପାଇଁ ଯେଉଁ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି, ବିଶେଷ କରି କେଉଁ ସମୟରେ ବ୍ୟାୟାମ କରିବା ଉଚିତ ଏବଂ ଅନୁଚିତ ତା’ହା ଜାଣିବା ମଧ୍ୟ ଏକାନ୍ତ ଆବଶ୍ୟକ । ଆସନ୍ତୁ ଏହି ନିୟମ ଗୁଡିକ ସଂପର୍କରେ ଜାଣିବା…
– ବ୍ୟାୟାମ ସାଧାରଣତଃ ପ୍ରତ୍ୟୁଷ, ଦ୍ୱିପହର କିମ୍ବା ସନ୍ଧ୍ୟାରେ କରିଲେ ଭଲ । ତେବେ ମନେ ରଖନ୍ତୁ ଜଳଖିଆ ଖାଇବାର ଘଣ୍ଟାକ ପୂର୍ବରୁ ବ୍ୟାୟାମ କରିବା ଉଚିତ ।
– ସପ୍ତାହରେ ଅତିବେଶି ଚାରିଦିନ ବ୍ୟାୟାମ କରିଲେ, ତାହା ଯଥେଷ୍ଟ ।
-ବ୍ୟାୟାମ କରିବା ପୂର୍ବରୁ ପେଟପୁରା ଭୋଜନ ଗ୍ରହଣ କରନ୍ତୁ ନାହିଁ କିମ୍ବା ବହୁତ ଭୋକ ଲାଗୁଥିଲେ ମଧ୍ୟ ବ୍ୟାୟାମ କରିବା ଅନୁଚିତ ।
-ବ୍ୟାୟାମ କରିବା ସମୟରେ ଯଥା ସମ୍ଭବ ଢ଼ିଲା ପରିଧାନ ପିନ୍ଧନ୍ତୁ । ଟାଇଟ୍ ପୋଷାକ ପିନ୍ଧିଲେ ବ୍ୟାୟାମରେ ବାଧା ଉପୁଜେ ।
– ଅସୁସ୍ଥ ଥିଲେ ବ୍ୟାୟାମ ନ କରିବା ଭଲ । ଏ ସଂପର୍କରେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଆ ଯାଇପାରେ ।
– ସକାଳ ନିଦରୁ ଉଠିବା ମାତ୍ରେ ବ୍ୟାୟାମ କରନ୍ତୁ ନାହିଁ । ଉଠିବାର ଅନ୍ୟୁନ ଅଧ ଘଣ୍ଟାପରେ ବ୍ୟାୟାମ କରନ୍ତୁ ।

-ଯେକୌଣସି ବ୍ୟାୟାମ କରିବା ପୂର୍ବରୁ ଷ୍ଟ୍ରେଚିଂ ଓ ଓ୍ଵାର୍ମଅପ୍ କରିବା ନିହାତି ଆବଶ୍ୟକ ।
– ବ୍ୟାୟାମ କରିବା ବେଳେ ଯଦି କୌଣସି ଅସୁବିଧା ହୁଏ, ତେବେ ତୁରନ୍ତ ବନ୍ଦ କରି ଦିଅନ୍ତୁ ।