ଆଜିକାଲି ଯୁବପିଢ଼ିଙ୍କର ଶୋଇବା ସମସ୍ୟା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ନିଦ୍ରାହୀନତା କିମ୍ବା ବିଳମ୍ବିତ ରାତ୍ରୀରେ ନିଦ ହେବା ପରି ସମସ୍ୟାଗୁଡ଼ିକ ଆଜିକାଲି ଯୁବପିଢ଼ିଙ୍କ ଭିତରେ ବିଶେଷ ମାତ୍ରାରେ ଦେଖିବାକୁ ମିଳିିଛି। ମାତ୍ର ଏହାର ଏକ ସରଳ ଉପାୟ ରହିଛି। ଗବେଷକମାନେ ନିକଟରେ ଗବେଷଣା କରି କହିଛନ୍ତି ଯେ ଶୋଇବାର କିଛି ସମୟ ପୂର୍ବରୁ ବ୍ୟାୟାମ୍ କରି ଶୋଇଲେ ଖୁବ୍ ଗାଢ଼ ଓ ଭଲ ନିଦ ହୋଇଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ଅନେକ ସମୟରେ ଅନେକ ଲୋକ ପରାମର୍ଶ ଦେଇଥାନ୍ତି ଯେ ସଂଧ୍ୟା ହେବା ପରେ ଆଉ ବ୍ୟାୟାମ୍ ନ କରିବା ଉଚିତ। ମାତ୍ର ବାସ୍ତବରେ ତାହା ସତ ନୁହେଁ। ବାସ୍ତବ କଥା ହେଉଛି ସଂଧ୍ୟାରେ ପରେ ବ୍ୟାୟାକମ କଲେ ଶରୀର କ୍ଳାନ୍ତ ହୋଇପଡ଼େ ଓ ନିଦ୍ରା ଭଲ ହୋଇଥାଏ। କେବଳ ବ୍ୟାୟାମ ନୁହେଁ, କୌଣସି ପ୍ରକାରର ଖେଳ ଖେଳିଲେ ବି ତାହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ସଂଧ୍ୟା ସମୟରେ ବ୍ୟାଡ୍ମିଣ୍ଟନ୍, ଫୁଟ୍ବଲ ପରି ଖେଳ ଗୁଡ଼ିକ ନିଦ ପାଇଁ ଭଲ।