ଭୁବନେଶ୍ୱର: ଶିକ୍ଷାବର୍ଷ ଶେଷ ହେବାକୁ ବସିଥିବାବେଳେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଚୂଡ଼ାନ୍ତ ପରୀକ୍ଷା ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି। ହେଲେ ସମସ୍ତ ପରୀକ୍ଷା ପ୍ରସ୍ତୁତି ମଧ୍ୟରେ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗକୁ ପ୍ରାୟତଃ ଅଣଦେଖା କରାଯାଏ ତାହା ହେଉଛି: ଚକ୍ଷୁ ସ୍ୱାସ୍ଥ୍ୟ ଯାହା କି ପରୀକ୍ଷାଫଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଡିଜିଟାଲ ଶିକ୍ଷାର ଚାହିଦା ବୃଦ୍ଧି ଏବଂ ଅଧିକ ସମୟ ସ୍କ୍ରିନ୍(କମ୍ପ୍ୟୁଟର ବା ମୋବାଇଲରେପଢ଼ିବା)କୁ ଚାହିଁବା ସହିତ ଦୀର୍ଘ ସମୟ ଧରି ଅଧ୍ୟୟନ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁ କ୍ଲାନ୍ତ ହୋଇଯାଏ। ଶୁଷ୍କଚକ୍ଷୁ, ମୁଣ୍ଡବିନ୍ଧା, ଝାପସା ଦିଶିବା ଏବଂ ମାଇଗ୍ରେନ ଭଳି ଲକ୍ଷଣ ସାଧାରଣ ଚିନ୍ତାର ବିଷୟ ପାଲଟିଯାଉଛି | ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠ ପଢ଼ିବାରେ ଅସୁବିଧା ହେବା ସହ ସେମାନଙ୍କ ପାଇଁ ଓ ଅଭିଭାବକଙ୍କ ପାଇଁ ମାନସିକ ଚାପ ବଢ଼ିଥାଏ।ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଚକ୍ଷୁସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଡାକ୍ତର ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଜରୁରୀ।
ପରୀକ୍ଷା ପ୍ରସ୍ତୁତି ସମୟରେ କିପରି ଆଖିର ଯତ୍ନ ନେବେ?
୧.ବିସ୍ତୃତ ଚକ୍ଷୁ ପରୀକ୍ଷା କରନ୍ତୁ : ପରୀକ୍ଷା ପ୍ରସ୍ତୁତିରେ ଭାଗ ନେବା ପୂର୍ବରୁ ଛାତ୍ରଛାତ୍ରୀମାନେ ଚକ୍ଷୁ ବିଶେଷଜ୍ଞଙ୍କ ପାଖରେ ବିସ୍ତୃତ ଚକ୍ଷୁ ପରୀକ୍ଷା କରାଇନେବା ଉଚିତ୍।ଏହା ଚଷମା ପରିବର୍ତ୍ତନ କରିବାର ଥିଲେ ଉପଯୋଗୀ ହୁଏ ଏବଂ ଆଖିରେ ଉପୁଜିବାକୁ ଥିବା କୌଣସି ସମ୍ଭାବ୍ୟ ସମସ୍ୟାକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ।
୨.୨୦-୨୦-୨୦ ନିୟମମାନନ୍ତୁ: ପାଠପଢିବା ସମୟରେ ନିୟମିତ ବିରତି ନିଅନ୍ତୁ ପ୍ରତି ୨୦ ମିନିଟରେ ୨୦ସେକେଣ୍ଡ ପର୍ଯ୍ୟନ୍ତ ୨୦ ଫୁଟ ଦୂରରେ ଥିବା କିଛି ଜିନିଷ ଦେଖିବା ଦ୍ୱାରା ଆଖିର ମାଂସପେଶୀକୁ ଆରାମ ମିଳିଥାଏ ଏବଂ ନିକଟବର୍ତ୍ତୀ ସ୍ଥାନରୁ ଦୂରକୁ ଫୋକସ ସ୍ଥାନାନ୍ତର ହୋଇଥାଏ।
୩.ବାରମ୍ବାର ଆଖି ମିଟିକା ମାରନ୍ତୁ: ଚକ୍ଷୁ ଶୁଷ୍କ ହେବା, କୁଣ୍ଡାଇ ହେବା ଏବଂ ଚକ୍ଷୁକୁ ଥକାପଣରୁ ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀମାନେ ବାରମ୍ବାର ଆଖି ମିଟିକା ମାରିବା ଉଚିତ୍ |
୪.ସଠିକ ଅଙ୍ଗଭଙ୍ଗୀ ବଜାୟ ରଖନ୍ତୁ : ବେକ ଓ ପିଠି ସମସ୍ୟାରୁ ରକ୍ଷାପାଇବା ପାଇଁ ଉପଯୁକ୍ତ ଅଙ୍ଗଭଙ୍ଗୀ ଏବଂ ପଢିବା ଦୂରତା ବଜାୟ ରଖନ୍ତୁ।ବେକ ଓ ପିଠିରେ ଅତ୍ୟଧିକ ଚାପକୁ ଏଡ଼ାଇବା ପାଇଁ ଛାତ୍ରଛାତ୍ରୀମାନେ ପିଠି ସଳଖ କରି ସିଧା ବସିବା ଉଚିତ୍।
୫.ଡିଜିଟାଲ୍ଉପକରଣ ବ୍ୟବହାର ସୀମିତ ରଖନ୍ତୁ: ପାଠପଢ଼ା ପାଇଁ ଏହା ଜରୁରୀ ହୋଇପାରେ, କିନ୍ତୁ ଛାତ୍ରଛାତ୍ରୀମାନେ ମନୋରଞ୍ଜନ ପାଇଁ ଡିଜିଟାଲ୍ଉପକରଣ ବ୍ୟବହାର ନ କରିବା ଉଚିତ୍।ସ୍କ୍ରିନ୍କୁ ଦେଖୁଥିବା ସମୟରେ, ଆଖିସ୍ତରରେ ରଖାଯାଇଥିବା ବଡ଼ ସ୍କ୍ରିନକୁ ବ୍ୟବହାରକରନ୍ତୁ।।
୬.ଏୟାରକଣ୍ଡିସନର ସଂସ୍ପର୍ଶରେ ସିଧାସଳଖ ନ ଆସନ୍ତୁ: ଏୟାରକଣ୍ଡିସନର ସାମ୍ନାରେ ସିଧାସଳଖ ବସିବା ଦ୍ୱାରା ଆଖି ଶୁଖିଯାଏ | ଛାତ୍ରଛାତ୍ରୀମାନେ ଆଖିର ଚାପ ଓ ଅସୁବିଧାକୁ କମ କରିବା ପାଇଁ ଉତ୍ତମ ରୂପେ ଆଲୋକ ପଡ଼ୁଥିବା ଓ ବାୟୁ ଚଳାଚଳ କରୁଥିବା କୋଠରୀରେ ବସିବା ଉଚିତ୍।
୭.ଶାରୀରିକ କାର୍ଯ୍ୟକଳାପ ଏବଂ ନିଦ୍ରାକୁ ପ୍ରାଥମିକତା ଦିଅନ୍ତୁ: ଛାତ୍ରଛାତ୍ରୀମାନେ ସାମଗ୍ରିକ ସୁସ୍ଥତା ଏବଂ ଆରାମ ଦୃଷ୍ଟିରୁ ଦିନକୁ ଅତିକମରେ ଏକଘଣ୍ଟା ଶାରୀରିକ କାର୍ଯ୍ୟକଳାପ କରିବା ସହିତ ଠିକ ସମୟରେ ଶୋଇବା ସମୟ ନିର୍ଦ୍ଧାରଣ କରିବା ଉଚିତ୍।
ଚକ୍ଷୁ ଯତ୍ନକୁ ପ୍ରାଥମିକତା ଦେବା ଏବଂ ସୁସ୍ଥ ଅଭ୍ୟାସ ଆପଣାଇବା ଦ୍ୱାରା ଛାତ୍ରଛାତ୍ରୀମାନେ ଅଧିକ ସହଜରେ ଏବଂ ଦକ୍ଷତା ଓ ଆତ୍ମବିଶ୍ୱାସ ସହିତ ପରୀକ୍ଷା ଦେଇପାରିବେ।”ବୋଲି ଭୁବନେଶ୍ୱର ମିଥୁତୁଳସୀଚନରାଇ କ୍ୟାମ୍ପସସ୍ଥିତ ଏଲଭିପିଇଆଇର ଡାକ୍ତର ବିବେକ ୱାରକଡ କହିଛନ୍ତି।