ଦିନ ରାତି ଯଦି ଆପଣ କଂପ୍ୟୁଟର ,ମୋବାଇଲ୍ ଓ ଟେଲିଭିଜନ୍ରେ ବ୍ୟସ୍ତ ରହନ୍ତି,ତେବେ ଜାଣନ୍ତୁ ଏହାର କୁ ପ୍ରଭାବ ଆପଣଙ୍କ ଆଖି ଉପରେ ନିଶ୍ଚିତ ରୂପେ ପଡ଼ିବ। ସଂପ୍ରତି ବାୟୁ ପ୍ରଦୂଷଣ ହେତୁ ବି ଆଖିରେ ଧୂଳିକଣା,ବିଷାକ୍ତ ଧୂଆଁ ପ୍ରବେଶ କରି ଆଖିକୁ ଦୁର୍ବଳ କରୁଛି। ଏହା ଦୃଷ୍ଟିଶକ୍ତିକୁ ବି ଦୁର୍ବଳ କରିଥାଏ।ଯଦି ଚାହୁଁଛନ୍ତି ଆପଣଙ୍କର ଦୃଷ୍ଟିଶକ୍ତି ତେଜିଆନ୍ ରହୁ,ତେେବେ ଆପଣାନ୍ତୁ ନିମ୍ନୋକ୍ତ ଉପାୟ-
୧-ଟେକ୍ନୋଲୋଜିର ଉପାଯୋଗ କମ୍ କରନ୍ତୁ:- ଦୃଷ୍ଟିଶକ୍ତିକୁ ଠିକ୍ ରଖିବା ପାଇଁ ଫୋନ୍ ଓ କଂପ୍ୟୁଟର ଆଦିର ଯଥା ସମ୍ଭବ କମ୍ ଉପଯୋଗ କରନ୍ତୁ। ଅଫିସରେ ଯଦି କଂପ୍ୟୁଟରରେ କାମ କରିବା ଲାଗି ଆପଣ ବାଧ୍ୟ,ତେବେ ଘରେ ଏହା ଠାରୁ ତ ଦୂରରେ ରହିପାରିବେ।
୨-ଖାଦ୍ୟପାନୀୟରେ ସତର୍କ ରହନ୍ତୁ:-କେବଳ ପେଟ ଭରିବା ଲାଗି ବା ନିଜର ଜିହ୍ଵା ଲାଳସା ମେଣ୍ଟାଇବା ପାଇଁ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ।ଖାଦ୍ୟରେ ଏଭଳି ପୁଷ୍ଟିସାର ଯୁକ୍ତ ଜିନିଷ ଗ୍ରହଣ କରନ୍ତୁ ,ଯାହା ଦ୍ୱାରା ଆପଣଙ୍କର ଦୃଷ୍ଟି ଶକ୍ତ ଭଲ ରହିବ।ପ୍ରତିଦିନ ଖାଦ୍ୟରେ ଶାଗ,ମାଛ ଓ ଫଳ ଆଦି ବେଶି ମାତ୍ରାରେ ନିଅନ୍ତୁ। ଏସବୁ ଖାଇଲେ ଆଖିରେ ଡ୍ରାଏ ଆଇ ସିଣ୍ଡ୍ରୋମ୍ର ସମସ୍ୟା ରହେ ନାହିଁ।
୩-ଚେକ୍ ଅପ୍ ଜରୁରୀ:- ଆଖିରେ ସାଧାରଣ ଭାବେ କିଛି ସମସ୍ୟା ଦେଖା ଦେଲେ ତତକ୍ଷଣାତ୍ ଚେକ୍ ଅପ୍ କରାଇବା ଜରୁରୀ। ଏପରିକି ପଢ଼ିବା ବେଳେ ବା ଟିଭି ଦେଖିବା ବେଳେ ଯଦି ଆଖିରେ ପୀଡ଼ା ଅନୁଭବ କରନ୍ତି,ତେବେ ଆଖିର ଚେକ୍ ଅପ୍ କରାଇ ଦେବା ଭଲ।
୪-ଆଖି ମିଟି ମିଟି କରନ୍ତୁ:-ଯଦି ଆପଣ ଅନେକ ସମୟ ଧରି କଂପ୍ୟୁଟର ଆଗରେ ବସି କାମ କରୁଛନ୍ତି ବା ଟିଭି ଦେଖୁଛନ୍ତି,ତେବେ ମଝିରେ ମଝିରେ ଆଖି ମିଟି ମିଟି କରନ୍ତୁ। ଏହା ଫଳରେ ଆଖିର ଉତ୍ତେଜନା ମୁକ୍ତ ରହିଥାଏ ଓ ଆଖି ଉପରେ ଚାପ ପଡ଼ି ନଥାଏ।
/sambad/media/post_attachments/wp-content/uploads/2018/08/eye-care-tips-for-computer-users-.naturogain.com_-300x158.jpg)
୫-ଆଖିର ବ୍ୟାୟାମ କରନ୍ତୁ:-ଆଖିରେ ଉତ୍ତମ ଦୃଷ୍ଟି ଶକ୍ତି ପାଇଁ ପ୍ରତିଦିନ ଆଖିର ବ୍ୟାୟାମ କରିବା ଉଚିତ। ଉଭୟ ହାତର ପାପୁଲିକୁ ରଗଡ଼ନ୍ତୁ,ଏହା ଉଷୁମ ହେବା ପରେ ହାଲୁକା ଭାବେ ଆଖି ଉପରେ ରଖନ୍ତୁ। ଏହା ଆଖିର କଷ୍ଟକୁ ଦୂର କରିଥାଏ। ତା’ଛଡ଼ା ମଝିରେ ମଝିରେ ଆଖିରେ ପାଣି ଛାଟିବା ବି ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/eye78.jpg)