ଆସନ୍ତାକାଲି ରଙ୍ଗର ପର୍ବ ହୋଲି | ପରସ୍ପରକୁ ରଙ୍ଗରେ ରଙ୍ଗୀନ କରି ସମ୍ପର୍କକୁ ମଜଭୁତ କରିବାର ଅବସର ଦେଇଥାଏ ହୋଲି | ତେବେ ହୋଲି ବେଳେ ଅନେକ ସମୟରେ ଏମିତି କିଛି ଭୁଲ ହୋଇଯାଇଥାଏ ଯାହାଦ୍ୱାରା ପରେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଥାଏ | ବିଶେଷ କରି ଅସାବଧାନତା କାରଣରୁ ଆଖିରେ ରଙ୍ଗ ପଡିଯିବା ଦ୍ୱାରା ଆଖି ଲାଲ ପଡିଯିବା ସହ କୁଣ୍ଡାଇ ହୋଇଥାଏ | ଅନେକ ସମୟରେ ଆଖି ମଧ୍ୟ ବିନ୍ଧିଥାଏ | ତେବେ ହୋଲି ଖେଳିବାବେଳେ କେମିତି ଆପଣ ଆଖିର ଯତ୍ନ ନେଇପାରିବେ ଆସନ୍ତୁ ସେ ବାବଦରେ ଜାଣିବା |
/sambad/media/media_files/2025/03/14/mus4BqvOLfvxyKH34jSu.jpg)
ଏଲଭିପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଚକ୍ଷୁ ବିଶେଷଜ୍ଞ ଡାକ୍ତର ବିବେକ ୱାରକଡ଼ଙ୍କ କହିବା ମୁତାବକ ବର୍ତ୍ତମାନ ହୋଲିରେ ଯେଉଁ ରଙ୍ଗ ବ୍ୟବହାର କରାଯାଉଛି ସେଥିରେ କେମିକାଲ ମିଶ୍ରଣ ରହୁଛି | ଯାହାକି ଆମ ଆଖି ପାଇଁ କ୍ଷତିକାରକ | ଏହି ରଙ୍ଗ ବହୁତ ସମୟ ଧରି ଆମ ଆଖିରେ ରହିବା ଦ୍ୱାରା ଆଖି ସଂକ୍ରମଣ ହୋଇପାରେ |
ଏମିତି ନିଅନ୍ତୁ ଆଖିର ଯତ୍ନ
1.ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ | ଯଦି ଆପଣ କଣ୍ଟାକଟ ଲେନ୍ସ ବ୍ୟବହାର କରୁଛନ୍ତି ତେବେ ତାହାକୁ ପ୍ରଥମେ ଆଖିରୁ ବାହାର କରିଦିଅନ୍ତୁ |
2.ଥଣ୍ଡା ପାଣିରେ ଆଖିକୁ ଧୋଇଦିଅନ୍ତୁ | ରଙ୍ଗ ପଡିଯାଇଥିଲେ ଆଖିକୁ ମକଚନ୍ତୁ ନାହିଁ | ଆଖି ଜଳାପୋଡ଼ା କରୁଥିଲେ ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ |
3.ଆଖିରେ ରଙ୍ଗ ପଡିଯାଇଥିଲେ ଡାକ୍ତରଙ୍କ ପରାମର୍ଶରେ ଆଏ ଡ୍ରପ ବ୍ୟବହାର କରନ୍ତୁ | ସେହିପରି ଆଖିରେ ରଙ୍ଗ ପଡିଯାଇଥିଲେ ଯେତେସମ୍ଭବ ମୋବାଇଲ ବା ଟିଭି ସ୍କ୍ରିନରୁ ଦୂରେଇ ରୁହନ୍ତୁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/03/14/BQXi0HVQfuSsPsz08Rjy.jpg)