ଚେହେରା କହିବ କେମିତି ଅଛି ଆପଣଙ୍କ ଶରୀରର ହାଲ୍‌

ଇଂରାଜୀରେ ଏକ କଥନିକା ଅଛି; ଫେସ୍‌ ଇଜ୍‌ ଦ ଇଣ୍ଡେକ୍ସ ଅଫ୍‌ ମାଇଣ୍ଡ୍‌। କାରଣ ବ୍ୟକ୍ତିର ଚେହେରାରୁ ତା’ର ମନର କଥା ଜଣାପଡ଼ି ଯାଇଥାଏ । ଆମେ ଯେଉଁ ପରିସ୍ଥିତିରେ ମଧ୍ୟ ଥାଉ, ତାହା ଆମ ଚେହେରାରୁ ଜଣାପଡ଼ିଥାଏ । ତେବେ ଆପଣ ଜାଣିଛନ୍ତି କି ଖାଲି ଭାବନା ନୁହଁ, ବରଂ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ସୂଚନା ଦେଇଥାଏ ଚେହେରା । ଅପଣଙ୍କ ମନ ସହ ଶରୀର ଅସୁସ୍ଥ ରହିଥିଲେ ତାହା ଆପଣଙ୍କ ଚେହେରାରେ ପ୍ରତିଫଳିତ ହୋଇଥାଏ । ଆସନ୍ତୁ ଜାଣିବା କ’ଣ କହେ ଆପଣଙ୍କ ଚେହେରା ।

କପାଳ : ଯଦି ଆପଣଙ୍କ ମୁହଁରେ ବ୍ରଣ ଏବଂ କପାଳରେ ରେଖା ଦେଖାଯାଉଛି, ଏହାର ଅର୍ଥ ଆପଣଙ୍କ ପାଚନ କ୍ରିୟା ଠିକ ଭାବେ ହେଉନାହିଁ । ମଥାର ଶିରାପ୍ରଶିିରା ପାଚନ ପ୍ରକ୍ରିୟା ସହ ସ୍ୱତଃପ୍ରବୃତ୍ତ ଭାବେ ଜଡ଼ିତ ଏଣୁ ଏହା ଯକୃତର ସମସ୍ୟାକୁ ମଧ୍ୟ ଦର୍ଶାଇଥାଏ ।

Saudi Beauty Blog

ଆଖି ଲାଲ୍‌ ହେବା ଏବଂ ଆଖି ତଳ କଳା ପଡ଼ିବା: ମାନସିକ ବିଷାଦ ପାଇଁ ଆଖିର ରଙ୍ଗ ଲାଲ୍‌ ପଡ଼ିଥାଏ । ଯଦି ଆପଣଙ୍କ ଆଖି ହଳଦିଆ ହେଉଛି ତେବେ ଏହାର ଅର୍ଥ ଆପଣଙ୍କ ଯକୃତ ସମ୍ବନ୍ଧୀୟ କିଛି ସମସ୍ୟା ରହିଛି। ଆଖି ତଳ କଳା ପଡ଼ୁଥିଲେ ତାହା ନିଦ୍ରହୀନତା ଯୋଗୁଁ ହୋଇଥାଏ । ଏହା ସହ ଆଖିତଳ କଳା କିଡ଼ନୀ ଖରାପ , ରକ୍ତରେ ଆଇରନର ଅଭାବ ଆଦି ସୂଚାଇଥାଏ ।

ନାକରୁ ପାଣି ବାହାରିବା : ନାକରୁ ବାରମ୍ବାର ପାଣି ବାହାରୁଥିଲେ ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟା, ଉଚ୍ଚ ରକ୍ତ ଚାପ ଏବଂ ଲିଭର ସମ୍ବନ୍ଧୀୟ ସମସ୍ୟା ରହିଥାଏ ।

ମୁହଁ ଏବଂ ଓଠରେ ଅର୍ଦ୍ରତା : ଶରୀରରେ ଜଳୀୟଅଂଶର ଅଭାବ , ଭିଟାମିନ ବି ଏବଂ ଆଇରନର ଅଭାବ ଦ୍ୱାରା ମୁହଁ ଓ ଓଠ ଶୁଖିଥାଏ । ଏହାର କାରଣ ଅତ୍ୟାଧିକ ମାତ୍ରାରେ ମଦ୍ୟପାନ ଏବଂ ଧୂମପାନ ଆଦି ରହିଥାଏ । ଏହା ସହ ଏହା ମଧମେହରୁ ଆରମ୍ଭ ମଧ୍ୟ ହୋଇପାରେ ।

Glamour UK

ଥୋଡ଼ିରେ ବ୍ରଣ ହେବା : ଥୋଡ଼ି କିମ୍ବା ପାଟି ପାଖରେ ବ୍ରଣ ହେବା ଶରୀରରେ ହେଉଥିବା ହରମୋନାଲ ପରିବର୍ତ୍ତନକୁ ସୂଚାଇଥାଏ । ଅଧିକ ଚିନ୍ତାଗ୍ରସ୍ତ ହୋଇଥିଲେଏପରି ହୋଇଥାଏ ।

ସମ୍ବନ୍ଧିତ ଖବର