ଆମ ହିନ୍ଦୁ ଧର୍ମରେ ଅନେକ ପୂଜାପାର୍ବଣ ରହିଛି। ଏଥିମଧ୍ୟର ଅନେକ ବ୍ରତ ରହିଛି ଯେଉଁଥିରେ ସାଧାରଣତଃ ଉପବାସ ରହିବାକୁ ପଡ଼ିଥାଏ। ଏଥିମଧ୍ୟରେ ଜନ୍ମାଷ୍ଟମୀ ,ସାବିତ୍ରୀ ବ୍ରତ,କରବାଚୌଥ୍‌, ମହାଶିବରାତ୍ରି ଆଦି ଅନ୍ତର୍ଭୁକ୍ତ। ଏହା ହୁଏତ ଅନେକଙ୍କ ପାଇଁ ବାଧ୍ୟବାଧ୍ୟକତା ହୋଇପାରେ । କିନ୍ତୁ ଆପଣ ଉପବାସ ରହିବାର ଉପକାର ଜାଣିଲେ ନିଶ୍ଚିତ ଖୁସି ହେବେ। ପ୍ରଥମ କଥା ହେଲେ ଉପବାସ କରିଲେ, ତାହା ଶରୀର ପାଇଁ ଲାଭପ୍ରଦ ବୋଲି କୁହାଯାଇଥାଏ । ବ୍ରତ ସମୟରେ ଶରୀରରେ ଫ୍ୟାଟ୍‌ ବର୍ଣ୍ଣିଂ ପ୍ରୋସେସ୍‌ କ୍ଷୀପ୍ର ହୋଇଥାଏ, ଯାହା ଫଳରେ ଶରୀରରୁ ଓଜନ ହ୍ରାସ ପାଇବା ଆରମ୍ଭ ହୋଇଥାଏ । କାରଣ ଫ୍ୟାଟ୍‌ସେଲସରୁ ଲାଷ୍ଟିନ୍‌ ନାମକ ହରମୋନ୍‌ ବାହାରିଥାଏ, କିନ୍ତୁ ବ୍ରତ ସମୟରେ କମ୍‌ କ୍ୟାଲୋରି ମିଳିବା ଫଳରେ ଲାଷ୍ଟିନ୍‌ର ସକ୍ରିୟତା ଉପରେ ପ୍ରଭାବ ପଡ଼ିଥାଏ । ଏହା ଫଳରେ ବ୍ରତ ସମୟରେ ଓଜନ ହ୍ରାସ ପାଇଥାଏ ।

Advertisment

publive-image photo-gregsimas.org

ବ୍ରତ ଆଚରଣ କରିବା ଫଳରେ ମାନସିକ ଉତ୍ତେଜନା ହ୍ରାସ ପାଇଥାଏ । ଏଣୁ ମସ୍ତିଷ୍କ ଶାନ୍ତ ରହିଥାଏ । ଏହି ସମୟରେ ଲୋକେ ତାମସିକ ଭୋଜନ କରି ନଥାନ୍ତି । ଏହା ଫଳରେ ମସ୍ତିଷ୍କ ଶାନ୍ତ ରହିଥାଏ ।
ଉପବାସ ରହିବା ଫଳରେ ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥ ବାହାରି ଆସେ ଓ ଶରୀର ପରିଷ୍କାର ହୋଇଥାଏ । ଏହାଛଡା ଯକୃତ ଓ ପେଟକୁ ଟିକେ ଆରାମ ମିଳିଥାଏ । ଯାହା ଶରୀର ପାଇଁ ଖୁବ୍‌ ଭଲ ।
ଉପବାସ କରିଲେ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ । ଏତଦ୍‌ବ୍ୟତୀତ କୋଲାଇଟସ୍‌ ,ମୁଣ୍ଡବିନ୍ଧା, କ୍ଲାନ୍ତି ଓ ବଦହଜମି ଭଳି ସମସ୍ୟା ମଧ୍ୟ ଦୂରୀଭୂତ ହୋଇଥାଏ ।