ଏହି ସରଳ ଉପାୟରେ ପେଟର ଚର୍ବି କମିଯିବ ଓ ଆପଣ ପତଳା ଦିଶିବେ!

ପେଟ ବଢିଯାଉଛି, ପେଟରେ ଚର୍ବି ହୋଇଯାଇଛି, ଏମିତିକା କଥା ଆମେ ପ୍ରତିଦିନ ଶୁଣୁଛୁ । କେହି କେହି କହନ୍ତି ଯେ ମୋର ପେଟ ବଡ ହୋଇ ଯାଉଥିବା ହେତୁ ମୋଟା ଦିଶୁଛି । ଯଦି ଏଭଳି ଅବସ୍ଥାର ଶିକାର ହୋଇଛନ୍ତି, ତେବେ ଏକ ସାଧାରଣ ଉପାୟ ଦ୍ୱାରା ଆପଣ ନିଜ ସମସ୍ୟାର ସମାଧାନ କରି ପାରିବେ ।

ଏହାର ସରଳ ଉପାୟ ହେଲା ନିଜର ପାକସ୍ଥଳୀର ମସାଜ୍‌ କରିବା । ପ୍ରଥମେ ନିଜ ପିଠ ଭୂମି ଆଡକୁ ରଖି ଶୁଅନ୍ତି । ତା’ପରେ ନିଜର ହାତକୁ ମାଲିସ କରନ୍ତୁ, ଯେ ପର୍ଯ୍ୟନ୍ତ ତାହା ସଂପୂର୍ଣ୍ଣ ଉତ୍ତପ୍ତ ହୋଇ ନଥାଏ । ତା’ପରେ ନିଜର ହାତକୁ ପେଟର ନାଭି ପାଖକୁ ଆଣନ୍ତୁ । ସେଠାରେ ଗୋଲାକାର ଭାବେ ନିଜର ହାତ ଘଷନ୍ତୁ । ତା’ପରେ ପେଟ ଉପରେ ଚାପ ଦିଅନ୍ତୁ । ମନେ ରଖନ୍ତୁ ହାତର ଗରମ ଯେପରି ନ ଛାଡ଼େ । ପାଖାପାଖି ଦୁଇ ମିିନିଟ୍‌ ଯାଏଁ ପ୍ରାୟ ୪୦ ରୁ ୫୦ ଟି ବୃତ୍ତ କରି ହାତକୁ ବୁଲାନ୍ତୁ । ଏପରିକି ନିୟମିତ ଅଭ୍ୟାସ କରିଲେ, ଆପଣଙ୍କ ପେଟର ଚର୍ବି କମିଯିବ ଓ ମୋଟାପା କମିଯିବ ।

Image result for stomach massage
image source-innerwestmassage.com.au

ତେବେ ମନେରଖନ୍ତୁ ଖାଦ୍ୟ ଗ୍ରହଣ ପରେ ତତ୍‌କ୍ଷଣାତ ଏହି ବ୍ୟାୟାମ କରନ୍ତୁ ନାହିଁ । ଠିକ୍‌ ସେହିପରି ଗର୍ଭାବସ୍ଥାରେ ବି ଏଥିରୁ ନିବୃତ୍ତ ରହିବା ଠିକ୍‌ ହେବ ।

ସମ୍ବନ୍ଧିତ ଖବର