ମାଛ ଅପେକ୍ଷା ମାଛମୁଣ୍ଡ ଖାଇବା ଦ୍ୱାରା ଆମ ଶରୀରରୁ ଅଧିକ ଭିଟାମିନ୍ ମିଳିଥାଏ। ଯାହା ଆମ ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ। ମାଛ ମୁଣ୍ଡ ଖାଇବା ଦ୍ୱାରା ଆଖି ଜନିତ ଅନେକ ସମସ୍ୟା ଦୂରିଭୁତ ହୋଇଥାଏ । ଖାଲି ଏତିକି ନୁହେଁ ଯେଉଁ ବ୍ୟକ୍ତିଙ୍କ ଆଖିକୁ କମ ଦେଖାଯାଇଥାଏ, ମାଛ ମୁଣ୍ଡ ଖାଇବା ଦ୍ୱାରା ଏହି ସମସ୍ୟା ସଂପୂର୍ଣ୍ଣ ଭାବରେ ଦୂର ହୋଇଯାଇଥାଏ । କାରଣ ଏହାଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ ଏବଂ ଏଥିସହିତ ହିଁ ଆଖିରେ କୌଣସି ବି ସମସ୍ୟା ଦେଖା ଦେଇନଥାଏ ।
ଯଦି ଆପଣଙ୍କ ପେଟରେ ଟ୍ୟୁମର ତଥା ଷ୍ଟୋନ୍ ଭଳି ସମସ୍ୟା ରହିଛି ତେବେ ମାଛର ମୁଣ୍ଡ ଖାଇବା ଦ୍ୱାରା ଏହି ସମସ୍ୟା ଖୁବ୍ ଶୀଘ୍ର ଠିକ୍ ହୋଇଯାଇଥାଏ । ଏଥିପାଇଁ ଡାକ୍ତରଙ୍କ ବି ପରାମର୍ଶ ରହିଛି କି ଏଭଳି ରୋଗୀଙ୍କୁ ଯେତେ ଅଧିକ ପରିମାଣରେ ମାଛ ମୁଣ୍ଡ ଖାଇବାକୁ ଦିଆଯିବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ଭଲ ହୋଇଥାଏ।
ସେହିପରି ଯଦି ଆଣ୍ଠୁଗଣ୍ଠି ଜନିତ ସମସ୍ୟା ରହିଛି, ଏଥିସହିତ ହିଁ ମୁଣ୍ଡ କେଶ ବହୁତ ଝଡୁଛି ତେବେ ମାଛର ମୁଣ୍ଡ ଖାଇବା ଦ୍ୱାରା ଏହିସବୁ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଥାଏ ।