କେଉଁ ପାଞ୍ଚଟି ମସଲାକୁ ଖାଦ୍ୟରେ ସାମିଲ କରିବା ଉଚିତ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବହୁ ବର୍ଷରୁ ଲୋକେ ଖାଦ୍ୟରେ ବିଭିନ୍ନ ପ୍ରକାର ମସଲାର ପ୍ରୟୋଗ କରି ଥାଆନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ପାଞ୍ଚଟି ମସଲାକୁ ନିଶ୍ଚିତ ରୂପେ ଖାଦ୍ୟରେ ସାମିଲ କରିବା ଉଚିତ ଓ ଏହାର କି ଲାଭ ରହିଛି ।

ଜିରା: ଜିରା ହଜମ କ୍ରିୟାରେ ସହାୟତା କରୁଥିବା ସବୁଠୁଁ ଭଲ ମସଲା । ବିଶେଷ କରି ବାନ୍ତି ପାଇଁ ଏହା ମହୌଷଧି । ଆହୁରି ମଧ୍ୟ କୁହାଯାଏ ଯେ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ଉପାଦେୟ, କାରଣ ବ୍ରେଷ୍ଟ ମିଲ୍‌କ କୁ ଶୁଦ୍ଧ କରିଥାଏ ଜିରା । ଜିରାକୁ ଫୁଟଣରେ ବ୍ୟବହାର କରାଯାଇଥାଏ, ଗରମ ମସଲା ହେଉ କି ସୋରିଷ ମସଲା ସବୁଥିରେ ସାମିଲ୍‌ କରାଯାଇଥାଏ । ଜିରାକୁ ପାଣିରେ ଫୁଟାଇ ପିଇଲେ ବି କୋଷ୍ଠ କାଠିନ୍ୟତାର ଦୂର ହୋଇଯାଏ ।

 

photo-healthsites.com

ହଳଦୀ: ଖାଦ୍ୟରେ ହଳଦୀର ପ୍ରୟୋଗ କରିଲେ, ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ହଳଦୀ କାଛୁ କୁଣ୍ଡିଆ ଓ କ୍ଷତର ଭରଣା ମଧ୍ୟ କରିଥାଏ ।

ଜୁଆଣି: ଯଦି ବଦହଜମୀର ଶିକାର ହୋଇଛନ୍ତି , ଅଧିକ ଏସିଡିଟି ହୋଇଛି, ତେବେ, ଜୁଆଣି ଏହା ପାଇଁ ମହୌଷଧି । କେତେକ ମହିଳା ମାସିକ ଋତୁସ୍ରାବ ଜନିତ ଯନ୍ତ୍ରଣାରୁ ରକ୍ଷା ପାଇବା ଲାଗି ମଧ୍ୟ ଏହାର ପ୍ରୟୋଗ କରିଥାଆନ୍ତି । ପାଣିରେ ଜୁଆଣି ପକାଇ ଫୁଟାଇ ତାକୁ ଥଣ୍ଡା କରି ପିଇଲେ ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ରହିବ ନାହିଁ ।

ଅଳେଇଚ: ଅଳେଇଚ ଆମ ଖାଦ୍ୟର ଏକ ଅଭିନ୍ନ ଅଙ୍ଗ ହୋଇଗଲାଣି । ମିଠା ହେଉକି ଗରମ ମସଲା ତରକାରୀ କି ବିରିଆନି ସବୁଥିରେ ଅଳେଇଚର ପ୍ରାୟାଗ ହେଉଛି । ଏହା ଅମ୍ଳ ହେବାରୁ ରକ୍ଷା କରିଥାଏ ଏବଂ ମୁଖ ଦୁର୍ଗନ୍ଧ ଦୂର କରିବାରେ ବି ସହାୟକ ହୋଇଥାଏ । ଅଳେଇଚ ବାନ୍ତି ରୋକିବାରେ ବି ସହାୟତା କରିଥାଏ ।

photo-medicalnewstoday

ଅଦା: ଅଦା ପେଟ ପାଇଁ ଅତ୍ୟନ୍ତ ଲାଭପ୍ରଦ । ଏହା ଗ୍ୟାସଷ୍ଟ୍ରିକ୍‌ , ବଦହଜମି ଓ କ୍ଲଟିଂ ଭଳି ସମସ୍ୟାରୁ ରକ୍ଷା କରଥାଏ । ଅଦା ଥଣ୍ଡାକାଶ ଦୂର କରିବାରେ ସହାୟକ ହୋଇଥାଏ । ଅଦା ମିଶା ଚା’ ପିଇଲେ ଖାଦ୍ୟ ସହଜରେ ହଜମ ହୋଇଥାଏ ।

ସମ୍ବନ୍ଧିତ ଖବର