ଏହି ଚାରିଟି ମସଲାକୁ ଖାଦ୍ୟରେ ସାମିଲ କରିବା ଉଚିତ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ  ବହୁ ବର୍ଷରୁ  ଲୋକେ  ଖାଦ୍ୟରେ  ବିଭିନ୍ନ ପ୍ରକାର ମସଲାର  ପ୍ରୟୋଗ  କରିଥାଆନ୍ତି ।  ତେବେ ଆସନ୍ତୁ  ଜାଣିବା   କେଉଁ  ଚାରିଟି ମସଲାକୁ  ନିଶ୍ଚିତରୂପେ  ଖାଦ୍ୟରେ  ସାମିଲ  କରିବା ଉଚିତ  ଓ  ଏହାର କି  ଲାଭ ରହିଛି  ।

ହଳଦୀ:  ଖାଦ୍ୟରେ  ହଳଦୀର ପ୍ରୟୋଗ  କରିଲେ, ରୋଗ ପ୍ରତିରୋଧକ  କ୍ଷମତା  ବୃଦ୍ଧି  ପାଇଥାଏ ।  ହଳଦୀ  କାଛୁକୁଣ୍ଡିଆ  ଓ  କ୍ଷତର ଭରଣା  ମଧ୍ୟ କରିଥାଏ  ।

ଜୁଆଣି:  ଯଦି  ବଦହଜମୀର ଶିକାର  ହୋଇଛନ୍ତି , ଅଧିକ  ଏସିଡିଟି ହୋଇଛି, ତେବେ, ଜୁଆଣି  ଏହା ପାଇଁ  ମହୌଷଧି ।  କେତେକ  ମହିଳା  ମାସିକ ଋତୁସ୍ରାବ ଜନିତ ଯନ୍ତ୍ରଣାରୁ ରକ୍ଷା ପାଇବା  ଲାଗି   ମଧ୍ୟ  ଏହାର  ପ୍ରୟୋଗ  କରିଥାଆନ୍ତି ।  ପାଣିରେ  ଜୁଆଣି  ପକାଇ  ଫୁଟାଇ  ତାକୁ  ଥଣ୍ଡା କରି   ପିଇଲେ   ଗ୍ୟାସ୍‌ଷ୍ଟ୍ରିକ୍‌  ସମସ୍ୟା   ରହିବ ନାହିଁ ।

ଅଳେଇଚ:  ଅଳେଇଚ  ଆମ  ଖାଦ୍ୟର  ଏକ ଅଭିନ୍ନ   ଅଙ୍ଗ  ହୋଇଗଲାଣି ।  ମିଠା  ହେଉକି  ଗରମ ମସଲା ତରକାରୀ  କି   ବିରିଆନି  ସବୁଥିରେ  ଅଳେଇଚର ପ୍ରୟୋଗ ହେଉଛି ।  ଏହା ଅମ୍ଳ  ହେବାରୁ  ରକ୍ଷା କରିଥାଏ  ଏବଂ  ମୁଖ  ଦୁର୍ଗନ୍ଧ  ଦୂର    କରିବାରେ  ବି ସହାୟକ  ହୋଇଥାଏ ।  ଅଳେଇଚ ବାନ୍ତି   ରୋକିବାରେ  ବି  ସହାୟତା  କରିଥାଏ ।

photo-medicalnews today

ଅଦା:  ଅଦା ପେଟ  ପାଇଁ  ଅତ୍ୟନ୍ତ  ଲାଭପ୍ରଦ । ଏହା  ଗ୍ୟାସଷ୍ଟ୍ରିକ୍‌ , ବଦହଜମୀ ଓ କ୍ଲଟିଂ  ଭଳି ସମସ୍ୟାରୁ  ରକ୍ଷା କରଥାଏ ।  ଅଦା ଥଣ୍ଡାକାଶ  ଦୂର କରିବାରେ   ସହାୟକ  ହୋଇଥାଏ । ଅଦା ମିଶା ଚା’  ପିଇଲେ  ଖାଦ୍ୟ  ସହଜରେ  ହଜମ  ହୋଇଥାଏ ।

ସମ୍ବନ୍ଧିତ ଖବର