ମୋଟାପା ଓ ନିଦ ଉପରେ ନିୟନ୍ତ୍ରଣକୁ ନେଇ ଚିନ୍ତିତ କି?

ଆଧୁନିକ ଜୀବନଶୈଳୀରେ ଆମେ ନିଜର ଓଜନ ବଢ଼ିବା ଏବଂ ନିଦ ମାଡ଼ିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଉ। ତା’ଛଡ଼ା ଏଥିପାଇଁ ବେଳେବେଳେ ରୋଗର ଶିକାର ମଧ୍ୟ ହୋଇଥାଉ।ଏହାର ପ୍ରତିକାର ପାଇଁ ଆମେ ଜଗିଂ ଓ ବ୍ୟାୟାମର ସହାୟତା ନେଇଥାଉ। କିନ୍ତୁ ଆପଣ କ’ଣ ଜାଣନ୍ତି କି କେବଳ ବିଭିନ୍ନ ପ୍ରକାରର ଚା’ ପିଇ ଏଥିରୁ ମୁକ୍ତି ପାଇ ପାରିବେ। ଆସନ୍ତୁ ଜାଣିବା ଏଭଳି ପାଞ୍ଚ ପ୍ରକାରର ଚା’ ସଂପର୍କରେ…..

ଜୁଆଣି ଚା’:- ଜୁଆଣିରେ ରାଇବୋଫ୍ଲେବିନ୍‌ ନାମକ ଏକ ତତ୍ତ୍ୱ ରହିଛି,ଯାହା ମୋଟାପା କମ୍‌ କରିବାରେ ସହାୟକ ହୋଇଥାଏ। ଗରମ ପାଣିରେ ଜୁଆଣି ,ଅଳେଇଚ,ଅଦା,ପାନ ମହୁରି ପକାଇ ୫ ମିନିଟ୍‌ ଯାଏଁ ଫୁଟାନ୍ତୁ। ତା’ପରେ ତାକୁ ଛାଣି ପିଅନ୍ତୁୁ। କିଛି ଦିନ ଭିତରେ ଏହାର ଫାଇଦା ଆପଣଙ୍କୁ ମିଳିବ।
ଗୋଲମରିଚ ଚା’:-ଗୋଲମରିଚରେ ଥିବା ପାଇପେରିନ୍‌ ଫ୍ୟାଟ୍‌ ବର୍ଣ୍ଣ କରିବାରେ ସହାୟକ ହୋଇଥାଏ। ଏଣୁ ପାଣିରେ ଗୋଲମରିଚ ଓ ଅଦାକୁ ୫ ମିନିଟ୍‌ ଯାଏଁ ଫୁଟାନ୍ତୁ ଓ ତା’ପରେ ଛାଣି ପିଅନ୍ତୁୁ।
ଡ଼ାଳଚିନି ଚା’:- ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ, ନିଦ କମ୍‌ କରିବା ପାଇଁ ଓ ଓଜନ ହ୍ରାସ କରିବା ଲାଗି ଗ୍ରିନ୍‌ ଟି ପିଇବା ଉଚିତ୍‌।କିନ୍ତୁ ଏଥିପାଇଁ ଡ଼ାଳଚିନି ଚା ମଧ୍ୟ ବେଶ୍‌ ଉପକାରୀ।
ଅଦା ମିଶା ଚା’:- ଏକ ପାତ୍ରରେ ପାଣି ଗରମ କରି ସେଥିରେ ଦୁଇ ଖଣ୍ଡ ଅଦା ପକାଇ ଫୁଟାନ୍ତୁ। ତା’ପରେ ତା’କୁ ଛାଣି ସେଥିରେ ଲେମ୍ବୁ ରସ ମିଶାଇ ପିଇଲେ ଉପକାର ମିଳିଥାଏ। ଆପଣ ସେଥିରେ ମହୁ ବି ମିଶାଇ ପାରନ୍ତି।

photo-youtube

ଲେମନ୍‌ ଟି:- ଲେମ୍ବୁ ସେବନ ଦ୍ୱାରା ମୋଟାପା ଓ ଅତିରିକ୍ତ ଚର୍ବିକୁ କମ୍‌ କରା ଯାଇପାରିବ। ଏହି କାରଣରୁ ଲେମନ୍‌ ଟି ପିଇବାକୁ ପସନ୍ଦ କରନ୍ତି ବହୁଲୋକ। ଲେମନ୍‌ ଟି ରେ ମହୁର ପ୍ରୟୋଗ ମଧ୍ୟ ଲାଭଦାୟକ।

ସମ୍ବନ୍ଧିତ ଖବର