ସୁନ୍ଦର ଓ ସୁସ୍ଥ ଚେହେରା ପାଇଁ ଆପଣାନ୍ତୁ ଏହି ସବୁ ଉପାୟ

ସାଧାରଣତଃ ସୁନ୍ଦର ଓ ସୁସ୍ଥ ତ୍ୱଚା କିମ୍ବା ଚେହେରା ପାଇଁ ଆମକୁ ଅନେକ ଜିନିଷ କରିବାକୁ ପଡ଼ିଥାଏ ଯେମିତିକି, ଚେହେରାକୁ ସଫା ରଖିବା, ମଶ୍ଚୋରାଜ୍‌ଡ କରିବା, ଖରାରୁ ଚେହେରାକୁ ବଞ୍ଚାଇବା ଓ ଫେସ୍‌ଓ୍ଵାସ୍‌ ବ୍ୟବହାର କରିବା ଆଦି। ପର୍ଯ୍ୟାପ୍ତ ପାଣି ପିଇବା, ବ୍ୟାୟାମ କରିବା ବା ଚାଲିବା ଓ ଅଧିକ ଶୋଇବା ଦ୍ୱାରା ଆମ ଚେହେରା ସହ ତ୍ୱଚା ସୁସ୍ଥ ଓ ସୁନ୍ଦର ରହିଥାଏ। ତ୍ୱଚା ଓ ଚେହେରା ସୁନ୍ଦର କରି ରଖିବା ପାଇଁ ସବୁ ଯୁବକ ଯୁବତୀଙ୍କର ଇଚ୍ଛା ଥାଏ। ସମସ୍ତେ ଜାଣନ୍ତି କି ଆପଣଙ୍କ ଖାଦ୍ୟଶୈଳୀ ଉପରେ ହିଁ ନିର୍ଭର କରିଥାଏ ଆପଣଙ୍କ ତ୍ୱଚା। ଜାଣନ୍ତୁ  ଚେହେରା କାହିଁକି ଖରାପ ହୋଇଥାଏ ଓ କ’ଣ ସବୁ ଘରୋଇ ଉପାୟ ଦ୍ୱାରା ଏହାକୁ ଭଲ କରି ହେବ…

 

ଏହିସବୁ ଜିନିଷର ସେବନ ଦ୍ୱାରା ଆପଣଙ୍କ ତ୍ୱଚାର କୋଷଗୁଡ଼ିକ ନଷ୍ଟ ହୋଇଯାଏ। ଏହା ଦ୍ୱାରା ତ୍ୱଚା ଓ ଚେହେରାରେ ଲୋଚାକୋଚା ଦାଗ ପଡ଼େ, ମୁହଁରେ ଗାର ଓ ଚର୍ମ ଶିଥିଳତା ଦେଖାଯାଏ।

ଚେହେରାକୁ ସର୍ବଦା ସଫା ରଖନ୍ତୁ: ଚେହେରା ସଫା ରଖିବା ନିତ୍ୟାନ୍ତ ଆବଶ୍ୟକ କାରଣ; ଖରାପ ପଦାର୍ଥ ଓ ଅତ୍ୟଧିକ ମାତ୍ରାର ତେଲ ଚେହେରାରୁ କାଢ଼ିବା ପାଇଁ ମୁହଁକୁ ଦୈନିକ ଦୁଇ ଥର ଧୋଇ ସଫା କରନ୍ତୁ ଓ ଶୋଇବା ପୂର୍ବରୁ ମେକ୍‌ଅପ୍‌ ହଟାନ୍ତୁ।

ଭିଟାମିନ୍‌ ସି: ଭିଟାମିନ୍‌ ସି ଆଣ୍ଟିଅକ୍‌ସିଡାଣ୍ଟ୍‌ ହୋଇଥିବାରୁ ଏହା ଖରାପ ତ୍ୱଚାକୁ ଠିକ୍‌ କରିଥାଏ। ଭିଟାମିନ୍‌ ସି ପାଇଁ ଷ୍ଟ୍ର’ବେରି, ସିମଲା ଲଙ୍କା, ବ୍ରୋକୋଲି ଓ ଖଟା ପନିପରିବା ଖାଆନ୍ତୁ।

ମଞ୍ଜି ଜାତୀୟ ଖାଦ୍ୟ: ମଞ୍ଜି ଜାତୀୟ ଖାଦ୍ୟରେ ଓମେଗା-୩ ଫ୍ୟାଟିଏସିଡ୍‌ ଥାଏ, ଯାହା ତ୍ୱଚାକୁ ସୁସ୍ଥ, ଚମକ୍‌ଦାର ଓ ଇଲାଷ୍ଟିକ୍‌ ଭଳି ଟାଇଟ୍‌ ରଖେ। ଠିକ୍‌ ପରିମାଣରେ ମଞ୍ଜି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ସ୍କିନ୍‌ କ୍ୟାନ୍‌ସର୍‌ରୁ ମଧ୍ୟ ରକ୍ଷା ମିଳିଥାଏ। ସେଥିପାଇଁ ପିସ୍ତା ବାଦାମ, ଅକ୍ଷୋଟ ଓ କାଜୁ ଆଦି ଖାଆନ୍ତୁ।

ଘରୋଇ ଉପଚାର: ତ୍ୱଚାକୁ ପ୍ରାକୃତିକ ଶୈଳୀରେ ଚମ୍‌କାଇବା ପାଇଁ ଓ ସୁସ୍ଥ ରଖିବା ପାଇଁ କିଛି ଘରୋଇ ଉପଚାର ପ୍ରୟୋଗ କରନ୍ତୁ, ଯାହା ବହୁତ ଫାଇଦାଜନକ –ବସା ଦହି, ମହୁ, କଦଳୀ, ବେସନ ଆଦିକୁ ଆପଣଙ୍କ ତ୍ୱଚା ପାଇଁ ହିସାବରେ ବ୍ୟବହାର କରିପାରିବେ।

ପର୍ଯ୍ୟାପ୍ତ ନିଦ: ଆପଣ ସବୁବେଳେ ଶୁଣୁଥିବେ ଡାକ୍ତରମାନେ ପର୍ଯ୍ୟାପ୍ତ ଶୋଇବା ପାଇଁ ପରାମର୍ଶ ଦେଇଥାନ୍ତି। ଶରୀର ଭଳି ଆପଣଙ୍କ ତ୍ୱଚା ମଧ୍ୟ ଥକିଯାଏ, ଆପଣଙ୍କ ତ୍ୱଚାର ନବଯୌବନ ପାଇଁ ଶରୀରକୁ ଆରାମ ଦେବାକୁ ପଡ଼ିଥାଏ। ସେଥିପାଇଁ ୭ରୁ ୮ ଘଣ୍ଟାର ଶୋଇବା ଆବଶ୍ୟକ।

ଠିକ୍‌ ପରିମାଣରେ ପାଣି ପିଅନ୍ତୁ: ଆପଣଙ୍କ ଶରୀରର ରସାୟନିକ ପଦାର୍ଥ, ବିଷାକ୍ତ ଜିନିଷ ଓ ଅଧିକ ଲୁଣ ଅଂଶ ତ୍ୱଚାକୁ ଖରାପ କରିଥାଏ। ଏହାକୁ କାଢ଼ିବା ପାଇଁ ଆବଶ୍ୟକ ପରିମାଣର ପାଣି ଦରକାର ହୋଇଥାଏ, ସେଥିପାଇଁ ଠିକ୍‌ ପରିମାଣରେ ପାଣି ପିଅନ୍ତୁ।

ସମ୍ବନ୍ଧିତ ଖବର