ଦାନ୍ତକୁ ବ୍ରସ୍‌ କଲାବେଳେ ରୁହନ୍ତୁ ସତର୍କ! ଆପଣାନ୍ତୁ ଏହି ସବୁ ଉପାୟ ଓ ସୁସ୍ଥ ରଖନ୍ତୁ ଆପଣଙ୍କ ଦାନ୍ତକୁ

ସାଧାରଣତଃ ପ୍ରତ୍ୟେକ ଦିନ ଆମେ ଦାନ୍ତ ଘଷିବା ସମୟରେ କିଛି ଭୁଲ୍‌ କରିବସୁ ଓ ଏହାଯୋଗୁଁ ଆମ ଦାନ୍ତୁକୁ ବହୁତ କିଛି କ୍ଷତି ସହିବାକୁ ପଡ଼ିଥାଏ। ତେବେ ଏହିସବୁ ଉପାୟରୁ ଜାଣନ୍ତୁ, କେମିତି ସାବଧାନ ରହି ବ୍ରସ୍‌ କରିବେ ଓ ଦାନ୍ତୁ ମଜବୁତ୍‌ ଓ ସୁସ୍ଥ ରଖିବେ….

 

ଜୋର୍‌ରେ ଚାପ ଦେଇ ବ୍ରସ୍‌ କରନ୍ତୁ ନାହିଁ: ଜୋର୍‌ ଚାପ ଦେଇ ବ୍ରସ୍‌ କରିବା ଦ୍ୱାରା ଦାନ୍ତ ମାଢ଼ି ଉପରେ ଖରାପ ପ୍ରଭାବ ପଡ଼ିଥାଏ ଓ ରକ୍ତ ମଧ୍ୟ ବାହାରିଥାଏ। ଧୀରେ ଧୀରେ ବ୍ରସ୍‌ କରନ୍ତୁ ଓ ମାଢ଼ିକୁ ସୁସ୍ଥ ରଖନ୍ତୁ।

 

ଲମ୍ବା ସମୟ ବ୍ରସ୍‌କୁ ବ୍ୟବହାର କରନ୍ତୁ ନାହିଁ: ସାଧାରଣତଃ ପ୍ରାୟ ବ୍ୟକ୍ତି ତାଙ୍କର ବ୍ରସ୍‌କୁ ବର୍ଷ ବର୍ଷ ଧରି ବ୍ୟବହାର କରିଥା’ନ୍ତି। ଏହା ଯୋଗୁଁ ଦାନ୍ତ ମାଢ଼ି ଖରାପ ହୋଇବସେ ଓ ମୁହଁରେ ଦୂର୍ଗନ୍ଧ ମଧ୍ୟ ଜମା ହୋଇଥାଏ। ଏଥିପାଇଁ ବ୍ରସ୍‌କୁ ୨ରୁ ୩ ମାସ ମଧ୍ୟରେ ବଦଳାଇ ଦେବା ଉଚିତ୍‌।

 

ଖୁବ୍‌ ଶୀଘ୍ର ବ୍ରସ୍‌ କରନ୍ତୁ ନାହିଁ: ପ୍ରାୟ ଲୋକେ ସମୟ ବଞ୍ଚାଇବା ପାଇଁ ଦାନ୍ତକୁ ୩୫ ରୁ ୪୫ ସେକେଣ୍ଟ୍‌ ମଧ୍ୟରେ ବ୍ରସ୍‌ କରିଥାନ୍ତି। ଏମିତି କରିବା ଦ୍ୱାରା ଦାନ୍ତ ଓ ମୁହଁ ଠିକ୍‌ ଭାବେ ସଫା ହୋଇ ନ ଥାଏ। ବ୍ରସ୍‌ କରିବା ପାଇଁ ୨ ମିନିଟ୍‌ ସମୟ ନିଅନ୍ତୁ, ଯାହା ଆବଶ୍ୟକ ଅଟେ।

 

ଡେଣ୍ଟାଲି ଫ୍ଲାସ୍‌ ବ୍ୟବହାର କରନ୍ତୁ: ନିଶ୍ଚିତ ଭାବରେ ଦିନକୁ ଥରେ ଡେଣ୍ଟାଲି ଫ୍ଲାସ୍‌ ବ୍ୟବହାର କରିବା ଉଚିତ୍‌। କାରଣ ବ୍ରସ୍‌ର ବିସଲ୍‌ସ ଯେଉଁ ସ୍ଥାନକୁ ପହଞ୍ଚ ପାରି ନଥାଏ ସେଠି ରହିଥିବା ଦୂର୍ଗନ୍ଧକୁ ସହଜରେ ଏହା ସଫା କରିପାରେ।

 

ଠିକ୍‌ ଭାବେ ଜିଭକୁ ସଫା କରନ୍ତୁ: ପ୍ରାୟ କିଛି ଲୋକ ବ୍ରସ୍‌ କରି ସାରିଲା ପରେ ଜିଭକୁ ସଫା କରିବା ଜରୁରୀ ବୋଲି ଭାବନ୍ତି ନାହିଁ। କିନ୍ତୁ ଜିଭ ମଧ୍ୟ ସଫା କରିବାଟା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ଜିଭକୁ ପରିଷ୍କାର ରଖିବା ଦ୍ୱାରା ମୁହଁକୁ ଦୂର୍ଗନ୍ଧ ଆସି ନ ଥାଏ ଓ ବ୍ୟାକ୍ଟେରିଆ ମଧ୍ୟ ଚାଲିଯାଏ।

 

ଶୋଇବା ପୂର୍ବରୁ ବ୍ରସ୍‌ କରନ୍ତୁ: ସାଧାରଣତଃ ସମସ୍ତେ ଦିନକୁ ଥରେ କେବଳ ବ୍ରସ୍‌ କରିଥାନ୍ତି। କିନ୍ତୁ ବହୁତ୍‌ ଲୋକେ ଜାଣିନଥିବେ କି ଦିନକୁ ୨ ଥର ବ୍ରସ୍‌ କରିବା ଉଚିତ୍‌। ପ୍ରତ୍ୟେକ ଦିନ ସକାଳେ ଉଠିଲା ପରେ ଓ ରାତି ସୋଇବା ପୂର୍ବରୁ ନିଶ୍ଚିତ ଭାବେ ବ୍ରସ୍‌ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ମୁହଁରୁ ଦୂର୍ଗନ୍ଧ ଯିବା ସହ ଦାନ୍ତ ସୁସ୍ଥ ଓ ମଜବୁତ୍‌ ରହିବ।

ସମ୍ବନ୍ଧିତ ଖବର