ପାଠ ପଢୁଥିବା ସମୟରେ ଚକୋଲେଟ ଖାଆନ୍ତୁ। ଫଳରେ ସ୍ମରଣ ଶକ୍ତି ଉପରେ ପ୍ରଭାବ ପଡ଼ିବ। ମସ୍ତିଷ୍କ ସକ୍ରିୟ ହେବା ସହ ପଢ଼ିଥିବା ପାଠ ଦୀର୍ଘ ଦିନ ପର୍ଯ୍ୟନ୍ତ ମନେ ରହିବ।
ଆପଣ ଜାଣନ୍ତି କି ମହୁ ହେଉଛି ଏପରି ଏକ ଖାଦ୍ୟ ଯାହା କେବେ ନଷ୍ଟ ହୁଏ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ରହିଥାଏ ମହୁର ଗୁଣ ସେତେ ବେଶି ହୋଇଥାଏ।
ଯେତେ ଧରଣର ସ୍ନାକ୍ସ ଖାଦ୍ୟ ରହିଛି ସେଥିରେ ଆଗରେ ରହିଛି ଆଳୁ ଚିପ୍ସ। ଏହି ଆଳୁ ଚିପ୍ସର ଖୁବ୍ ଚାହିଦା। ଏହାକୁ ସବୁଠାରୁ ଅଧିକା ପରିମାଣର ଲୋକ ଖାଉଛନ୍ତି।
ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଝାଳ ବୁହା ପରିଶ୍ରମ ପାଇଁ ମାତ୍ର ୨ଟି କଦଳୀରୁ ମିଳୁଥିବା ଶକ୍ତି ଯଥେଷ୍ଟ। ଦୁଇଟି କଦଳୀ ଖାଇଲେ ଯେତେ ଶକ୍ତି ମିଳିଥାଏ ତାହା ଦେଢ଼ ଘଣ୍ଟା ପର୍ଯ୍ୟନ୍ତ କଠିନ ପରିଶ୍ରମ ପାଇଁ ବଳ ଯୋଗାଇଥାଏ।
କାକୁଡ଼ିରେ ୯୬ ପ୍ରତିଶତ ପାଣି ରହିଛି। ବିଶେଷ ପାଣି ପିଉନଥିବା ଲୋକ କାକୁଡ଼ି ଖାଇ ପାଣିର ଅଭାବ ଦୂର କରିପାରିବେ।
କଳା ଚା’ ଅପେକ୍ଷା ସବୁଚ ଚା’ରେ ୫୦ ପ୍ରତିଶତ ଅଧିକ ଭିଟାମିନ ‘ସି’ ରହିଛି।
ମାତ୍ର ୩ଟି ଗାଜର ଖାଇଲେ ୩ ମାଇଲ ବାଟ ଚାଲିବା ପାଇଁ ଶକ୍ତି ଯୋଗାଇଥାଏ। ଗାଜର କେବଳ ଖାଦ୍ୟ ନୁହେଁ, ଏକ ଔଷଧ ପରି କାମ କରିଥାଏ।
ଗୋଟାଏ ଅଣ୍ଡାରେ କେବଳ ଭିଟାମିନ ‘ସି’ ବ୍ୟତୀତ ଆଉ ସମସ୍ତ ଭିଟାମିନ ରହିଛି।
ସକାଳୁ ଉଠି ନିଜକୁ ଫୂର୍ତ୍ତି କରାଇବା ପାଇଁ କଫିଠାରୁ ସେଓ ଭଲ କାମ କରେ। ସକାଳୁ ଉଠି ଗୋଟାଏ ସେଓ ଖାଇଲେ ତୁରନ୍ତ ଫୂର୍ତ୍ତି ଲାଗିଥାଏ।
ଛଅଟା ସିମ୍ବ ଗୋଟାଏ ଅଣ୍ଡା ସହ ସମାନ। ନିରାମିଂସାସୀ ଅଣ୍ଡାର ଅଭାବ ପୂରା କରିବାକୁ ସିମ୍ବ ଖାଇପାରନ୍ତିି।