କେଉଁ ୯ଟି ଜିନିଷ ଖାଇଲେ ରାତିରେ ଭଲ ନିଦ ହୁଏ?

କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ରାତିରେ ଠିକ୍‌ରେ ନିଦ ହୁଏ ନାହିଁ । ବିଳମ୍ବରେ ନିଦ ହେବା ବା ଅଧ ରାତି ନିଦ ଭାଙ୍ଗିଯିବା ଭଳି ସମସ୍ୟା ଏବେ ପ୍ରାୟ ସମସ୍ତଙ୍କଠାରେ ଦେଖିବାକୁ ମିଳୁଛି । ଯଦି ଆପଣ ଏଭଳି ସମସ୍ୟାର ସାମ୍ନା କରୁଛନ୍ତି ତେବେ ଏହି ସମସ୍ୟାରୁ ବଞ୍ଚିବାର ଉପାୟ ମଧ୍ୟ ଜାଣି ନିଅନ୍ତୁ । ଆସନ୍ତୁ ଜାଣିବା କେଉଁ ୯ଟି ଖାଦ୍ୟ ଖାଇଲେ ଆପଣଙ୍କର ଅନିଦ୍ରାପଣ ଦୂର ହେବ ।
୧.ଗ୍ରୀନ୍‌,ବ୍ଲାକ୍‌ ଏବଂ ହ୍ଵାଇଟ୍‌ ଟି : ନିୟୁଟ୍ରିସନ୍‌ନିଷ୍ଟ୍‍ ରିକ୍‌ଙ୍କ କହିବା ଅନୁଯାୟୀ ଗ୍ରୀନ୍‌,ବ୍ଲାକ୍‌ ଏବଂ ହ୍ଵାଇଟ୍‌ ଟିରେ ଆମିନୋ ଏସିଡ ରହିଛି ଯାହାକି ଶରୀରର ନର୍ଭସ୍‌ ସିସ୍‌ଟମ୍‌କୁ ପୋଷଣ ଦେବା ସହ ଭଲ ନିଦ ହେବାରେ ସହାୟତା କରିଥାଏ । ଏଥିରେ ଥିବା ଏଲ୍‌-ଥେନାଇନ୍‌ ବା ଆମିନୋ ଏସିଡ ମଣିଷର ଚିନ୍ତା କମ କରିବା ସହ ଅନିଦ୍ରାପଣ ଦୂର କରେ ।

୨.କାମୋମାଇଲ : କାମୋମାଇଲ ଚା’ ପିଇବା ଦ୍ୱାରା ଭଲ ନିଦ ହୋଇଥାଏ କାରଣ ଏଥିରେ ଫ୍ଳାଭୋନୋଏଡ଼୍‍ ଥାଏ ଯାହାକୁ କି ଅପିଜେନିନ୍‌ ବୋଲି କୁହାଯାଏ । ଏଥିରେ ଚିନ୍ତା କମ କରିବାର କ୍ଷମତା ଥାଏ ।

୩.ଡ଼ାଲ୍‌ଚିନି : ଏହା ରକ୍ତ ଶର୍କରା ସ୍ତର ଠିକ୍‌ ରଖିିବା ସହ ନର୍ଭସ୍‌ ସିଷ୍ଟମ୍‌କୁ ପୋଷଣ ଦେଇଥାଏ, ଯାହା ଫଳରେ କି ମଣିଷକୁ ଭଲ ନିଦ ଆସିଥାଏ ।

Get better sleep: 5 powerful tips from research
Ladders

୪.ଅଦା : ଅଦା ଖାଇବା ଦ୍ୱାରା ଶରୀରକୁ ସୁଫଳ ମିଳିଥାଏ । ଏଥିରେ ଜିଞ୍ଜେରଲ ଥିବାରୁ ଏହା ପେଟକୁ ଶାନ୍ତ ରଖିବା ସହ ଶରୀରକୁ ଆରାମ୍‌ ଦେଇଥାଏ ଏବଂ ନିଦ୍ରାହୀନତା ଦୂର କରିଥାଏ ।

୫.ଲିକୋରିସ୍‌ : ଅବସାଦ ଏବଂ ଚିନ୍ତାକୁ ଦୂର କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଏହାକୁ ସେବନ କରିବା ଦ୍ୱାରା ଆଡ଼େର୍ନାଲ ଗ୍ଲାଣ୍ଡରୁ ଷ୍ଟ୍ରେସ୍‌ ହର୍‌ମୋନ୍‌ ବାହାରି ଯାଇଥାଏ ।

୬.ପାସିନୋଫ୍ରୁଟ୍‌ : ଏଥିରେ ଏକ ପଦାର୍ଥ ରହିଛି ଯାହାକୁ କି ହର୍‌ମନ୍‌ ବୋଲି କୁହାଯାଏ । ଏହି ଫଳକୁ ଖାଇବା ଦ୍ୱାରା ଗଭୀର ନିଦ ହୋଇଥାଏ ।

୭.ଲୁକୁମା : ବେଳେ ବେଳେ ଶରୀରର ରକ୍ତ ସର୍କରା ସ୍ତର ବଢ଼ିଯିବାରୁ ମଧ୍ୟ ରାତିରେ ନିଦ ଭାଙ୍ଗି ଥାଏ । ଏହି ଦକ୍ଷିଣ ଆମେରିକିୟ ଫଳଟି ଶରୀରର ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ । ଯାହା ଫଳରେ ମଧ୍ୟ ରାତିରେ ନିଦ ଭାଙ୍ଗିବା ବନ୍ଦ ହୋଇଯାଏ ।

ସମ୍ବନ୍ଧିତ ଖବର