ମୋଟାପଣ ଅନେକଗୁଡ଼ିଏ ରୋଗର କାରଣ। ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ପତଳା ଲୋକଙ୍କ ତୁଳନାରେ ମୋଟା ଲୋକ ଅପେକ୍ଷାକୃତ ଅସୁସ୍ଥ। ତେବେ, କହିବା ଯେତେ ସହଜ ବ୍ୟାୟାମ ବା ଡାଏଟ୍ କରିବା କିନ୍ତୁ ଏତେ ସହଜ ନୁହେଁ। ହେଲେ ଆଜି ଆମେ ଏପରି କିଛି ଖାଦ୍ୟ ବିଷୟରେ ଜାଣିବା ଯାହାକୁ ଖାଇବା ଦ୍ୱାରା ବିନା ପରିଶ୍ରମର ଖସିଯିବ ଶରୀରର ଅତିରିକ୍ତ ଚର୍ବି।
ରସୁଣ ଜୁସ୍: ରସୁଣରେ ବହୁ ଭଲ ଗୁଣ ରହିଛି। ଏହା ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ଏହା ଶରୀର ମୋଟାପଣ ଓ କୋଲେଷ୍ଟ୍ରୋଲ୍ କମାଇବାରେ ସାହାଯ୍ୟ କରିଥାଏ। ଆପଣ ଗୋଟାଏ ଗ୍ଲାସ୍ ଗରମ ପାଣିରେ ଫାଳେ ଲେମ୍ବୁ ଓ ୩ ପାଖୁଡ଼ା ରସୁଣ ପକାଇ ଏକ ଜୁସ୍ ତିଆରି କରନ୍ତୁ। ଏହିପରି ଭାବେ ଦୈନିକ ପିଇବା ଦ୍ୱାରା ଚର୍ବି କମା ଯାଇପାରେ।
ଲେମ୍ବୁ ଜୁସ୍: ଚର୍ବି କମାଇବା ପାଇଁ ସବୁଠାରୁ ଅବ୍ୟର୍ଥ ହେଉଛି ଏହି ଲେମ୍ବୁ ଜୁସ୍। ଦୈନିକ ଗୋଟାଏ କପ୍ ଗରମ ପାଣିରେ ଫାଳେ ଲେମ୍ବୁ ଓ ଗୋଟାଏ ଚାମଚ୍ ମହୁ ଗୋଳାଇ ଖାଲି ପେଟରେ ପିଅନ୍ତୁ। ଏହା ଚର୍ବି ଖୁବ ଶୀଘ୍ର କମାଇଥାଏ।
ଡାଲଚିନ୍: ଖାଲି ପେଟରେ ଗୋଟାଏ କପ୍ ଗରମ ପାଣିରେ ଗୋଟାଏ ଚାମଚ୍ ଡାଲଚିନ୍ ଗୁଣ୍ଡ ଏବଂ ଟିକିଏ ମହୁ ମିଶ୍ରଣ କରି ପିଅନ୍ତୁ। ଏହାକୁ ପିଇବା ଦ୍ୱାରା ବି ଚର୍ବି କମ୍ ହୋଇଥାଏ।
ତରୁଭୁଜ: ଭିଟାମିନ୍ରେ ଭରା ଏହି ତରଭୁଜ ଖାଇବା ଦ୍ୱାରା କେବଳ ମୋଟାପଣ କମାଇବା ନୁହେଁ ବରଂ ମୁହଁର ଔଜଲ୍ୟ ବି ବଢ଼ାଇ ହେବ। ଏଥିରେ ଭିଟାମିନ ସି ରହିଛି, ଯାହାକୁ ମୋଟା ହେବାକୁ ଦିଏ ନାହିଁ ହେଲେ ତ୍ୱଚାକୁ ଭଲ ରହିବାରେ ସାହାଯ୍ୟ କରେ।
ସବୁଜ ଚା’: ସବୁଜ ଚା’ ବା ଗ୍ରୀନ୍ ଟି ପିଇ ମୋଟାପଣ କମାଯାଇ ପାରେ ବୋଲି ଏକଥା ପ୍ରାୟ ସମେସ୍ତ ଜାଣନ୍ତି। ଗୋଟାଏ କପ୍ରେ କିଛି ଗରମ ପାଣି ଆଣନ୍ତୁ। ସେଥିରେ ଗ୍ରୀନ୍ ଟି ବ୍ୟାଗ୍ରୁ ଗୋଟାଏ ପକାଇ ୫ ମିନିଟ୍ ରଖନ୍ତୁ। ତା’ପରେ ତାହାକୁ ଖାଲି ପେଟରେ ପିଅନ୍ତୁ।