ରୋଷେଇ ଘରେ ଥିବା ଏସବୁ ଦ୍ରବ୍ୟ ଦେହ ଖରାପ କରିଥାଏ !

ରୋଷେଇ ଘରେ ଥିବା ଏମିତି କିଛି ଜିନିଷକୁ ସଠିକ୍‌ ରୂପେ ବ୍ୟବହାର ନ କରିଲେ, ତାହା ଆପଣଙ୍କର ସ୍ୱାସ୍ଥ୍ୟ ବିଗାଡି ଦେଇଥାଏ।
ଆସନ୍ତୁ ଜାଣିବା ସେହିସବୁ ଦ୍ରବ୍ୟ ସଂପର୍କରେ….
ଆଳୁ:- ଯଦି ଆଳୁରେ ଗଜା ହୋଇଥିବ,ତେବେ ତାକୁ ତରକାରୀରେ ପ୍ରୟୋଗ କରିବା ଅନୁଚିତ। କାରଣ ଗଜା ଆଳୁ ଖାଇଲେ ପେଟ ଖରାପ ହେବାର ଆଶଙ୍କା ଥାଏ।
ମହୁ:-ମହୁକୁ ଠିକ୍‌ ଭାବେ ଘୋଡାଇ ନ ରଖିଲେ ଖୋଲା ଜାଗାରେ ମିଳୁଥିବା ମହୁକୁ ଆଣି ପ୍ରୟୋଗ କରିଲେ, ତାହା ଆମ ପାଇଁ କ୍ଷତିକାରକ ହୋଇଥାଏ। ଏହାର ସେବନ ଫଳରେ ବାନ୍ତି ମାଡ଼େ। ଏପରିକି ମୁଣ୍ଡ ବି ବୁଲାଏ।
ଫଳର ମଞ୍ଜି:- ସେଓ,ଚେରି,ନାସପାତି,କମଳା ଆଦିର ମଞ୍ଜିରେ ହାଇଡ୍ରୋଜେନ୍‌ ସାଇନାଇଡର ମାତ୍ରା ଅଧିକ। ଏହାକୁ ପ୍ରୋସିୟିକ୍‌ ଏସିଡ୍‌ ମଧ୍ୟ କୁହାଯାଏ। କେବେ ବି ଏହି ମଞ୍ଜିର ସେବନ କରନ୍ତୁ ନାହିଁ। ଏହାକୁ ଖାଇଲେ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଥାଏ।


ଜାଇଫଳ:- ଘରେ ଜାଇଫଳର ବ୍ୟବହାର କରାଯାଇଥାଏ। କେତେକ ଔଷଧ ପ୍ରସ୍ତୁତିରେ ମଧ୍ୟ ବି ଏହାର ପ୍ରୟୋଗ ହୋଇଥାଏ। କିନ୍ତୁ ଅଧିକ ମାତ୍ରାରେ ଜାଇଫଳର ସେବନ କରିଲେ ହୃଦ୍‌ଘାତ, ସ୍ନାୟୁଗତ ଦୁର୍ବଳତା ଆଦି ଶାରୀରିକ ସମସ୍ୟା ଦେଖା ଦେଇଥାଏ।

ସମ୍ବନ୍ଧିତ ଖବର