ଫୁଡ୍‌ ପଏଜନିଂର ଶିକାର ହୋଇଛନ୍ତି କି? ଜାଣନ୍ତୁ ଏହାର ଲକ୍ଷଣ ଓ ଘରୋଇ ପ୍ରତିକାର

ଆଜିକାଲି ଅନେକ ଫୁଡ ପଏଜନିଂର ଶିକାର ହେଉଛନ୍ତି। ଜୀବାଣୁ ସଂକ୍ରମିତ ଖାଦ୍ୟ, ଅପରିଷ୍କାର ବାସନ, ଭଲ ଭାବେ ହାତ ନ ଧୋଇ ଖାଦ୍ୟ ଖାଇବା ଫୁଡ୍‌ ପଏଜନିଂ (ଖାଦ୍ୟ ସଂକ୍ରମଣ)ର ମୁଖ୍ୟ କାରଣ। ଅଧ ଘଣ୍ଟାଏରୁ ଚବିଶ ଘଣ୍ଟା ମଧ୍ୟରେ ଲକ୍ଷଣ ଜଣାପଡ଼େ। ବାନ୍ତି, ଝାଡ଼ା, ଦେହ-ହାତ ଥରିବା ଆଦି ଫୁଡ୍‌ ପଏଜନିଂର ଲକ୍ଷଣ। ବେଳେବେଳେ ଆଖି ହଳଦିଆ ପଡ଼ିପାରେ, କମ୍‌ ପରିସ୍ରା ହୋଇପାରେ। ଜ୍ୱର ଆସିପାରେ। ଖାଦ୍ୟ ଅରୁଚି ହୁଏ। ଡାକ୍ତରଙ୍କ ପରାମର୍ଶ ଓ ଚିକିତ୍ସା ଦ୍ୱାରା ଫୁଡ୍‌ ପଏଜନିଂ ଭଲ ହୋଇଥାଏ  । ବର୍ଷକରୁ କମ୍‌ ବୟସର ଶିଶୁଙ୍କ ମାଆ ତଥା ସ୍କୁଲ୍‌ ଯାଉଥିବା ଛାତ୍ରଛାତ୍ରୀଙ୍କ  କ୍ଷେତ୍ରରେ ଏପରି ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ।

ଫୁଡ୍‌ ପଏଜନିଂ ସମସ୍ୟାର ଘରୋଇ ଉପଚାର ସମ୍ଭବ। ତରଳ ଖାଦ୍ୟ ଖାଇବା ସହିତ ପ୍ରଚୁର ପାଣି ପିଅନ୍ତୁ। ଚାହା, କଫି ସେବନରୁ କ୍ଷାନ୍ତ ରହନ୍ତୁ। ବାନ୍ତି, ଝାଡ଼ା କମିଗଲେ ଭାତ, ରୁଟି, ତରକାରି ଆଦି ଖାଇପାରିବେ। ସତର୍କ ରହିଲେ ଏ ପରି ସମସ୍ୟାର ଆଶଙ୍କା ରହିବନାହିଁ। ସବୁବେଳେ ଖାଦ୍ୟ ଖାଇବା ପୂର୍ବରୁ ସାବୁନ୍‌ରେ ହାତ ସଫା କରନ୍ତୁ। ରୋଷେଇ ପୂର୍ବରୁ ଭଲ ଭାବେ ପରିବା ଧୋଇ କାଟନ୍ତୁ ଏବଂ ତାହା ପରେ ସାବୁନ୍‌ରେ ହାତ ଧୁଅନ୍ତୁ। କଟା ଫଳ ଖାଆନ୍ତୁ ନାହିଁ। ପ୍ୟାକେଟ୍‌ ଖାଦ୍ୟ କିଣିବାବେଳେ ପ୍ରସ୍ତୁତି ସମୟ ଓ ବ୍ୟବହାରର ସମାପ୍ତି ତାରିଖ ନିଶ୍ଚିତ ଯାଞ୍ଚ୍‌ କରନ୍ତୁ। ରାସ୍ତା କଡ଼ ଖାଦ୍ୟ ଠାରୁ ଦୂରେଇ ରହିବା ଯଥାସମ୍ଭବ ଭଲ। ଏହା ଦ୍ୱାରା ଫୁଡ୍‌ ପଏଜନିଂ ସମସ୍ୟାରେ ପଡ଼ିବେ ନାହିଁ।

ସମ୍ବନ୍ଧିତ ଖବର