ଏହି ସବୁ ଖାଦ୍ୟ ଖାଇବା ତୁରନ୍ତ ବନ୍ଦ କରନ୍ତୁ, ନଚେତ ହୋଇପାରନ୍ତି ‘ବ୍ରେନଷ୍ଟ୍ରୋକ୍’ର ଶିକାର

ନୂଆଦିଲ୍ଲୀ:  ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଆମର ଜୀବନଶୈଳୀ ଏବଂ ଖାଇବା ଅଭ୍ୟାସ ଆମ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଖାଦ୍ୟରେ ଭିଟାମିନ ଅଭାବ ହେତୁ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ବଢ଼ିଯାଏ। ଖାଇବା ପିଇବାରେ ଠିକ ଠିକଣା ରହୁନଥିବାରୁ ଲୋକେ ଅନେକ ରୋଗର ଶିକାର ହୋଇ କଷ୍ଟ ପାଇଥାନ୍ତି। ଅନେକ ପରିବାର ଅକାଳରେ ନିଜ ପରିିବାରର ସଦସ୍ୟଙ୍କୁ ହରାଇଥାନ୍ତିି। ବର୍ତ୍ତମାନ ଲୋକେ କର୍କଟ ଏବଂ ହୃଦଘାତ ସହ ବ୍ରେନ୍ ଷ୍ଟ୍ରୋକରେ ଜୀବନ ହହରାଉଥିବା ଦେଖିବାକୁୁ ମିଳୁଛି। ହାର୍ଟ ଆଣ୍ଡ ଷ୍ଟ୍ରୋକ ଫାଉଣ୍ଡେସନ ଅନୁଯାୟୀ, ୨୦୧୬ରେ ୯୧,୦୦୦ରୁ ଅଧିକ କାନାଡିୟ ଲୋକ ବ୍ରେନ୍ ଷ୍ଟ୍ରୋକ୍ କିମ୍ବା ହୃଦରୋଗରେ ମୃତ୍ୟୁ ବରଣ କରିଥିଲେ। ଏହା ପ୍ରତି ସାତ ସେକେଣ୍ଡରେ ଗୋଟିଏ ମୃତ୍ୟୁ ସହିତ ସମାନ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମସ୍ତିଷ୍କକୁ ରକ୍ତ ପ୍ରବାହ ଅବରୋଧ ହେତୁ ଷ୍ଟ୍ରୋକ୍ ହେବାର ଆଶଙ୍କା ବଢ଼ିଥାଏ। ଉପଯୁକ୍ତ ରକ୍ତ ପ୍ରବାହର ଅଭାବ ହେତୁ ମସ୍ତିଷ୍କ କୋଷଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ପାଆନ୍ତି ନାହିଁ, ଯାହା ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ତେବେ ଖାଇବାରେ ଠିକ ଠିକଣା ରହୁନଥିବାରୁ ଏହି ସମସ୍ୟା ଉପୁଜିଥାଏ। ଆଜି ଆମେ ସେହି ସବୁ ଖାଦ୍ୟ ବିିଷୟରେ ଜଣାଇବୁ, ଯାହା ବ୍ରେନ ଷ୍ଟ୍ରୋକର କାରଣ ପାଲଟିଥାଏ।

୧. ପ୍ରକ୍ରିୟାକୃତ କିମ୍ବା ଜଙ୍କ୍ ଫୁଡ୍ ଏବଂ ତେଲରେ ଛଣା ଯାଇଥିବା ଖାଦ୍ୟରେ ସାଧାରଣତଃ ଅନେକ ଟ୍ରାନ୍ସ ଫ୍ୟାଟ୍ ରହିଥାଏ | ସ୍ବାସ୍ଥ୍ୟ ପାଇଁ ଟ୍ରାନ୍ସ ଫ୍ୟାଟ୍ ବିପଜ୍ଜନକ। କାରଣ ଏହା ଶରୀରରେ ଚର୍ବି ବଢ଼ାଇଥାଏ। ଏପରି ଖାଦ୍ୟ ଖାଇଲେ ବ୍ରେନ୍ ଷ୍ଟ୍ରୋକ ହେବାର ଆଶଙ୍କା ବଢ଼ିଥାଏ।

जंक फूड हैं नुकसानदायक
www.amarujala.com

୨. ଅଧିକ ଲୁଣ ଖାଉଥିବା ଲୋକଙ୍କ ପାଖରେ ଉଚ୍ଚ ରକ୍ତଚାପ ହେବାର ଅଧିକ ଆଶଙ୍କା ରହିଥାଏ। ଲୁଣର ପରିମାଣ ପ୍ରକ୍ରିୟାକୃତ ଖାଦ୍ୟରେ ମଧ୍ୟ ଅଧିକ ରହିଥାଏ, ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ହୃଦ୍‌ରୋଗ ଏବଂ ବ୍ରେନ୍ ଷ୍ଟ୍ରୋକ ହେବାର ଆଶଙ୍କା ବଢ଼ିଯାଏ। ଖାଦ୍ୟରେ ଲୁଣର ପରିମାଣକୁ କମ ରଖିବା ଦ୍ୱାରା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

नमक की मात्रा को रखें संतुलित
www.amarujala.com

୩. ଯେଉଁମାନେ ପ୍ରତିଦିନ ଲାଲ ମାଂସ (‌ରେଡମିଟ୍) ଖାଉଛନ୍ତି ସେମାନଙ୍କଠାରେ ଷ୍ଟ୍ରୋକ ହେବାର ଆଶଙ୍କା ୪୨% ଅଧିକ ରହିଛି। ଲାଲ୍ ମାଂସରେ ସନ୍ତୁଳିତ ଚର୍ବି ଅଧିକ ରହିିଥାଏ, ତେଣୁ ଏହାର ଅଧିକ ସେବନ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବଢ଼ାଇଥାଏ।

रेड मीट के नुकसान
www.amarujala.com

୪. ଷ୍ଟ୍ରୋକ୍ ହେବାର ଆଶଙ୍କା କମାଇବା ପାଇଁ ସୋଡା ପିଇବା କମ କରିଦେବା ଉଚିତ୍। ଯେଉଁମାନେ ଅଧିକ ସୋଡା କିମ୍ବା ମୃଦୁ ପାନୀୟ ପିଉଛନ୍ତି, ସେମାନଙ୍କର ଅନ୍ୟ ଲୋକଙ୍କ ତୁଳନାରେ ଷ୍ଟ୍ରୋକ୍ ହେବାର ଆଶଙ୍କା ୪୦% ଅଧିକ ରହିଥାଏ।

सॉफ्ट ड्रिंक्स के नुकसान
www.amarujala.com
ସମ୍ବନ୍ଧିତ ଖବର