ପ୍ରତିଦିନ ଖାଉଥିବା କେଉଁ କେଉଁ ଖାଦ୍ୟରୁ ହୋଇଥାଏ କର୍କଟ, ଜାଣନ୍ତୁ!

ନୂଆଦିଲ୍ଲୀ: ସମ୍ପ୍ରତି କର୍କଟ ରୋଗର ସମସ୍ୟାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କର୍କଟର ଚିକିତ୍ସା ବହୁ ବ୍ୟୟବହୁଳ ହୋଇଥାଏ। ଏଯାବତ୍‌ କର୍କଟର ସଠିକ୍‌ ଉପଚାର ଖୋଜା ଯାଇପାରି ନାହିଁ। ଯଦି କର୍କଟର ପ୍ରାରମ୍ଭ ସମୟରୁ ଚିକିତ୍ସା କରାଯାଏ ତେବେ ଏହାକୁ ରୋକା ଯାଇ ପାରିବ। ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି, କି ଆମେ ଦୈନଦିନ ଖାଉଥିବା କେତେକ ଖାଦ୍ୟରୁ ମଧ୍ୟ କର୍କଟ ହୋଇଥାଏ।

ଏମିତି ବି ଦେଖା ଯାଇଥାଏ ଯେଉଁ ଲୋକମାନେ ସିଗାରେଟ, ତମାଖୁ ଓ ମାଦକ ଦ୍ରବ୍ୟ ସେବନ କରନ୍ତି ନାହିଁ ସେମାନଙ୍କୁ ବି କର୍କଟ .ହେବାର ଆଶଙ୍କା ଦେଖାଦିଏ।  ତେବେ ଆସନ୍ତୁ ଜାଣିବା ସିଗାରେଟ, ତମାଖୁ ଓ ମାଦକ ଦ୍ରବ୍ୟ ବ୍ୟତୀତ କେଉଁ ଖାଦ୍ୟ ଖାଇବା ଦ୍ୱାରା କର୍କଟ ହୋଇଥାଏ।

ମାଇକ୍ରୋଓଭନ୍ ଓ ଡବାରେ ବନ୍ଦ ଥିବା ଖାଦ୍ୟ ଓ ପାନୀୟ : ଆଜିକାଲି ସମୟ ବଞ୍ଚାଇବା ପାଇଁ ଲୋକମାନେ ବଜାରରେ ବିକ୍ରି ହେଉଥିବା ପପ୍‌କର୍ଣ୍ଣକୁ ମାଇକ୍ରୋଓଭନ୍ରେ ପ୍ରସ୍ତୁତ କରିଥାଆନ୍ତି। ଏହି ପପକର୍ଣ୍ଣକୁ ପୂର୍ବରୁ ବାଲି କଡ଼େଇ କିମ୍ବା କୁକରରେ ପ୍ରସ୍ତୁତ କରାଯାଉଥିଲା। ଏଥିରେ ସମୟ ଟିକେ ଅଧିକା ଲାଗିଥାଏ। କିନ୍ତୁ ମାଇକ୍ରୋଓଭନ୍ରେ ପପକର୍ଣ୍ଣ କିଛି ମିନିଟ୍‌ ମଧ୍ୟରେ ପ୍ରସ୍ତୁତ ହୋଇଯାଇଥାଏ। ଏହି ପପକର୍ଣ୍ଣ ଖାଇବା ଦ୍ୱାରା କର୍କଟ ହେବାର ଅନେକ ଅାଶଙ୍କା ରହିଥାଏ।

ସେହିପରି ଡବାରେ ବନ୍ଦ ଥିବା ଖାଦ୍ୟ ଓ ପାନୀୟ ଦ୍ୱାରା କର୍କଟ ହୋଇଥାଏ। କାରଣ ଡବାରେ ବନ୍ଦ ଥିବା ଖାଦ୍ୟ ଓ ପାନୀୟକୁ ସତେଜ ରହିବା ପାଇଁ ଏଥିରେ କମ୍ପାନିମାନେ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ମିଶାଇ ଥାଆନ୍ତି। ଯାହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରପକ୍ଷେ କ୍ଷତିକାରକ ହୋଇଥାଏ।

କେତେକ ଲୋକ ବ୍ରାଉନ୍‌ ସୁଗାରକୁ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କହିଥାଆନ୍ତି। କର୍କଟ ହେବାର ସବୁଠାରୁ ବଡ଼ କାରଣ ରିଫାଇଣ୍ଡ ଚିନି ଓ ହାଇ-ଫୁଟେଜ କର୍ଣ୍ଣ ସିରପ ହୋଇଥାଏ। ବ୍ରାଉନ୍‌ ସୁଗାରରେ ରଙ୍ଗ ଓ ସ୍ୱାଦ ପାଇଁ ବି ରାସାୟନିକ ଦ୍ରାବ୍ୟ ମିଶାଇ ଯାଇଥାଏ। ଏହା ଆମ ଶରୀର ପାଇଁ ଆଦୌ ସ୍ୱାସ୍ଥ୍ୟକର ନୁହେଁ।

ଆଜିକା ସମୟରେ ଅନେକ ଭେଜିଟେବୁଲ ଅଏଲ୍‌କୁ ସ୍ୱାସ୍ଥ୍ୟପକ୍ଷେ ଭଲ ବୋଲି କୁହାଯାଉଛି। କିନ୍ତୁ ଏହି ଭେଜିଟେବୁଲ ଅଏଲ୍‌ ସେବନ ଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ରୋଗ ହୋଇଥାଏ। ଏହି ତେଲରେ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ମିଶ୍ରିତ ଥାଏ। ଶରୀରକୁ କ୍ଷତି ପହଞ୍ଚାଉଥିବା ଏଥିରେ ଆମେଗା ୬ ଏସିଡ ଥାଏ।

କେତେକ ଲୋକଙ୍କ ଭାବନାରେ ଏପରି ଥାଏ କି, ଖାଦ୍ୟପାନୀୟର ଯେଉଁ ସାମଗ୍ରୀ ଉପରେ ଡାଏଟ ଲେଖା ହୋଇଥାଏ ସେହି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଲୋକମାନଙ୍କ ଏହି ଧାରଣାକୁ ଦୃଷ୍ଟିରେ ରଖି ବଜାରରେ ବିଭିନ୍ନ ପ୍ରକାର ଡାଏଟ ଡ୍ରିଙ୍କ ଓ ଫୁଡ୍‌ ଉପଲବ୍ଧ ହେଲାଣି। ଏହାର ଆବଶ୍ୟକତାଠାରୁ ଅଧିକ ସେବନ କର୍କଟ କୋଷକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ଖାଦ୍ୟ ଅପେକ୍ଷା ଲୋକମାନେ ଆଜିକାଲି ଫ୍ରାଏଡ ଫୁଡକୁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି। ଟିକେ ଭୋକ ଲାଗିଲାମାତ୍ରେ ଲୋକମାନେ ଏହି ଖାଦ୍ୟକୁ ଖାଇ ଭୋକ ମେଣ୍ଟାଇ ଦେଉଛନ୍ତି। ଏହି ଖାଦ୍ୟ ଖାଇବାରେ ସ୍ୱାଦିଷ୍ଟ ତ ନିଶ୍ଚୟ ଲାଗିଥାଏ, କିନ୍ତୁ ଏଥିରେ ଥିବା କେତେକ ତତ୍ତ୍ୱ କର୍କଟ ରୋଗ କରାଇଥାଏ।

ସମ୍ବନ୍ଧିତ ଖବର